‘ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛି ରାଜ୍ୟ ବିଜେପି ସରକାର’

The Sakala Picture
Published On

ଭୁବନେଶ୍ୱର: ମିଶନ ଶକ୍ତି ବିରୋଧରେ ବିଜେପିର ବଡ ଷଡଯନ୍ତ୍ର । ଜାଣିଶୁଣି ମିଶନ ଶକ୍ତି ମା’ଙ୍କ ଦରମା ବନ୍ଦ କରୁଛି ବିଜେପି । କଡା ଭାଷାରେ ବିଜେପିର ଉଦ୍ଦେଶ୍ୟକୁ ନିନ୍ଦା କଲେ ନବୀନ ପଟ୍ଟନାୟକ । ବିଧାନସଭା ଶୀତକାଳନୀନ ଅଧିବେଶନର ପ୍ରଶ୍ନକାଳରେ ଏହାକୁ ନେଇ ବିରୋଧି ଦଳ ଗୃହରେ ପ୍ରତିବାଦ କରିଛନ୍ତି । ବିଜେଡି ବିଧାୟକ ଆନ୍ଦୋଳନରତ ମିଶନ ଶକ୍ତି କର୍ମୀଙ୍କୁ ଭେଟିବାକୁ ଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ମିଶନ ଶକ୍ତି କର୍ମୀଙ୍କ […]

ଭୁବନେଶ୍ୱର: ମିଶନ ଶକ୍ତି ବିରୋଧରେ ବିଜେପିର ବଡ ଷଡଯନ୍ତ୍ର । ଜାଣିଶୁଣି ମିଶନ ଶକ୍ତି ମା’ଙ୍କ ଦରମା ବନ୍ଦ କରୁଛି ବିଜେପି । କଡା ଭାଷାରେ ବିଜେପିର ଉଦ୍ଦେଶ୍ୟକୁ ନିନ୍ଦା କଲେ ନବୀନ ପଟ୍ଟନାୟକ । ବିଧାନସଭା ଶୀତକାଳନୀନ ଅଧିବେଶନର ପ୍ରଶ୍ନକାଳରେ ଏହାକୁ ନେଇ ବିରୋଧି ଦଳ ଗୃହରେ ପ୍ରତିବାଦ କରିଛନ୍ତି । ବିଜେଡି ବିଧାୟକ ଆନ୍ଦୋଳନରତ ମିଶନ ଶକ୍ତି କର୍ମୀଙ୍କୁ ଭେଟିବାକୁ ଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ମିଶନ ଶକ୍ତି କର୍ମୀଙ୍କ ପ୍ରତି ନିଜ ସମର୍ଥନ ବ୍ୟକ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ସାମ୍ବାଦିକଙ୍କୁ ଦେଇଥିବା ପ୍ରତିକ୍ରିୟାରେ ନବୀନ କହିଛନ୍ତି ଯେ, ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିବାକୁ ରାଜ୍ୟ ବିଜେପି ସରକାର ଷଡ଼ଯନ୍ତ୍ର କରୁଛନ୍ତି । ମିଶନ ଶକ୍ତି କର୍ମୀଙ୍କ ପ୍ରତି ବିଜେଡିର ସମର୍ଥନ ଜାରି ରହିବ ବୋଲି ନବୀନ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ରାଜ୍ୟ ସରକାର ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିଛନ୍ତି । ଦରମା ବନ୍ଦ କରିବା ଆଦୌ ଭଲ କଥା ନୁହେଁ । ବିଜେଡ଼ି ସର୍ବଦା ମିଶନ ଶକ୍ତି ମହିଳାଙ୍କ ସହିତ ରହିଛି ବୋଲି ନବୀନ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର