ତିନି ମାମୁଙ୍କ ଚକ୍ରବ୍ୟୂହରେ ଭାଣିଜୀ, ଯୁକ୍ତ ୩ ଛାତ୍ରୀ ସରପଞ୍ଚ ପ୍ରାର୍ଥୀ

The Sakala Picture
Published On

ନୂଆପଡ଼ା: ସମସ୍ତେ ଜାଣନ୍ତି ଯେ ମହାଭାରତରେ କୌରବ କାକାମାନଙ୍କ ଚକ୍ରବ୍ୟୁହରେ ପଡ଼ି ଅଭିମନ୍ୟୁ ଛଟପଟ ହୋଇଥିଲେ। ହେଲେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ଜଣେ ତରୁଣୀ ତିନି ମାମୁଙ୍କ ଚକ୍ରବ୍ୟୁହରେ ପଡ଼ିଯାଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରୀ ସିକୁଆଁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ୪ଜଣ ଅବତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭୋଲେଶ୍ୱରୀ ଦାସ ନାମକ ଜଣେ ତରୁଣୀ ମଧ୍ୟ ଅଛନ୍ତି। ଭୋଲେଶ୍ୱରୀ ଯୁକ୍ତ ୩ ଛାତ୍ରୀ। ଛାତ୍ର ରାଜନୀତିରୁ […]

ନୂଆପଡ଼ା: ସମସ୍ତେ ଜାଣନ୍ତି ଯେ ମହାଭାରତରେ କୌରବ କାକାମାନଙ୍କ ଚକ୍ରବ୍ୟୁହରେ ପଡ଼ି ଅଭିମନ୍ୟୁ ଛଟପଟ ହୋଇଥିଲେ। ହେଲେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ଜଣେ ତରୁଣୀ ତିନି ମାମୁଙ୍କ ଚକ୍ରବ୍ୟୁହରେ ପଡ଼ିଯାଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରୀ ସିକୁଆଁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ୪ଜଣ ଅବତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭୋଲେଶ୍ୱରୀ ଦାସ ନାମକ ଜଣେ ତରୁଣୀ ମଧ୍ୟ ଅଛନ୍ତି। ଭୋଲେଶ୍ୱରୀ ଯୁକ୍ତ ୩ ଛାତ୍ରୀ। ଛାତ୍ର ରାଜନୀତିରୁ ସେ ପଞ୍ଚାୟତ ରାଜନୀତିକୁ ଲମ୍ଫ ମାରିଛନ୍ତି। ସବୁଠାରୁ କୌତୂହଳର ବିଷୟ ହେଉଛି ଭୋଲେଶ୍ୱରୀଙ୍କ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ତାଙ୍କର ତିନି ସମ୍ପର୍କୀୟ ମାମୁ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଚୁଳମଣି ବୈଠାରୁ, ଜଗମୋହନ ବୈଠାରୁ ଏବଂ ନୀଳଗିରି ବୈଠାରୁ ଭୋଲେଶ୍ୱରୀଙ୍କ ପ୍ରତିଦ୍ୱନ୍ଦ୍ୱୀ ହୋଇଛନ୍ତି। ଭୋଲେଶ୍ୱରୀ ରାଜନୀତିରେ ସିନା ନୂଆ, ମାତ୍ର ରାଜନୀତି ବିଜ୍ଞାନ ପାଠ ପଢ଼଼ିଛନ୍ତି ବୋଲି ଦାବି କରନ୍ତି। ଲୋକଙ୍କ ସେବା କରିବାର ଇଚ୍ଛା ନେଇ ପଞ୍ଚାୟତ ଯୁଦ୍ଧରେ ପ୍ରବେଶ କରିଥିବା ସେ କହିଛନ୍ତି। ବର୍ତ୍ତମାନ ତାଙ୍କ ମାମୁମାନେ ଚକ୍ରବ୍ୟୁହ ରଚନା କରିଛନ୍ତି। ପଞ୍ଚାୟତ ମହାସମରରେ ଜନତା ଜନାର୍ଦ୍ଦନ ହିଁ ତାଙ୍କୁ ବ୍ୟୂହରୁ ବାହାର କରିବେ ବୋଲି କହିଛନ୍ତି। ଭୋଲେଶ୍ୱରୀ ଏବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ପାଠ ପଢ଼ୁଛନ୍ତି। ପିଲାବେଳୁ ସମାଜସେବାର ନିଶା ତାଙ୍କୁ ରାଜନୀତିକୁ ଟାଣି ଆଣିଛି ବୋଲି କୁହନ୍ତି। ତାଙ୍କ ଦୁର୍ନୀତି ବିରୋଧୀ ସ୍ଲୋଗାନ, ଶିକ୍ଷାଦୀକ୍ଷା ଯୋଗୁଁ ନିଶ୍ଚିତ ଭାବେ ଭୋଟରଙ୍କ ଦ୍ୱାରା ଆଦୃତ ହେବେ ବୋଲି ଆଶାବାଦୀ ଅଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର