ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ : ରୋଗୀ ମୃତ, ୩ ଆହତ

The Sakala Picture
Published On

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ବିରେଶକେଲା ଗାଁ ନିକଟରେ  ସଡ଼କ ଦୁର୍ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଜନକ ମନହିରା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଜନକ ମନହିରା ରାୟପୁରର ବାଲାଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ସୁସ୍ଥ ହେବାପରେ ଆଜି ଆମ୍ବୁଲାନ୍ସ ଯୋଗେ ସେ ନିଜ […]

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ବିରେଶକେଲା ଗାଁ ନିକଟରେ  ସଡ଼କ ଦୁର୍ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଜନକ ମନହିରା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

ସୂଚନା ଅନୁଯାୟୀ, ଜନକ ମନହିରା ରାୟପୁରର ବାଲାଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ସୁସ୍ଥ ହେବାପରେ ଆଜି ଆମ୍ବୁଲାନ୍ସ ଯୋଗେ ସେ ନିଜ ଗାଁ ଧରଣିମାଲକୁ ଫେରୁଥିଲେ। ଜନକ ମନହିରା ଆଜି ସକାଳେ ନିଜର ଦୁଇ ସମ୍ପର୍କୀୟଙ୍କ ସହ ଧରଣିମାଲ ଆସୁଥିବା ବେଳେ ବିରେଶକେଲା ଗାଁ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ଜନକ ମନହିରାଙ୍କ ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ଦୁଇ ଆହତ ହୋଇଥିଲେ।

21 Mar 2023 By The Sakala

ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ : ରୋଗୀ ମୃତ, ୩ ଆହତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ବିରେଶକେଲା ଗାଁ ନିକଟରେ  ସଡ଼କ ଦୁର୍ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଜନକ ମନହିରା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଜନକ ମନହିରା ରାୟପୁରର ବାଲାଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ସୁସ୍ଥ ହେବାପରେ ଆଜି ଆମ୍ବୁଲାନ୍ସ ଯୋଗେ ସେ ନିଜ ଗାଁ ଧରଣିମାଲକୁ ଫେରୁଥିଲେ। ଜନକ ମନହିରା ଆଜି ସକାଳେ ନିଜର ଦୁଇ ସମ୍ପର୍କୀୟଙ୍କ ସହ ଧରଣିମାଲ ଆସୁଥିବା ବେଳେ ବିରେଶକେଲା ଗାଁ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ଜନକ ମନହିରାଙ୍କ ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ଦୁଇ ଆହତ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର