ରାଜଧାନୀରେ ମାସ୍କ ନ ପିନ୍ଧିଲେ ତେଜରାତି ସାମଗ୍ରୀ ମନା

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ କୋଭିଡ୍‍ ସଂକ୍ରମଣ ଉପରମୁହାଁ ହୋଇଛି। ଏବେ ସହରରେ ଦୈନିକ ସଂକ୍ରମଣ ୧୦୦ ଟପିଲାଣି। ଏହାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ସହରରେ ଥିବା ବଜାର, ମାର୍କେଟ୍‍ର ଓ ହାଟ କମିଟିକୁ ନେଇ ଆଲୋଚନା କରିଛି। କମିସନରେଟ ପୁଲିସ ସହରାଞ୍ଚଳର ସମସ୍ତ ଥାନା ଅଧିକାରୀଙ୍କୁ ନିଜ ଅଞ୍ଚଳରେ ଥିବା ବଜାରର ସ୍ଥିତି ସମୀକ୍ଷା କରିବା ସହ କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଦୋକାନ ଆଗରେ ପୁଣି ଗୋଲ […]

ଭୁବନେଶ୍ୱର : ରାଜଧାନୀରେ କୋଭିଡ୍‍ ସଂକ୍ରମଣ ଉପରମୁହାଁ ହୋଇଛି। ଏବେ ସହରରେ ଦୈନିକ ସଂକ୍ରମଣ ୧୦୦ ଟପିଲାଣି। ଏହାକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ସହରରେ ଥିବା ବଜାର, ମାର୍କେଟ୍‍ର ଓ ହାଟ କମିଟିକୁ ନେଇ ଆଲୋଚନା କରିଛି। କମିସନରେଟ ପୁଲିସ ସହରାଞ୍ଚଳର ସମସ୍ତ ଥାନା ଅଧିକାରୀଙ୍କୁ ନିଜ ଅଞ୍ଚଳରେ ଥିବା ବଜାରର ସ୍ଥିତି ସମୀକ୍ଷା କରିବା ସହ କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଦୋକାନ ଆଗରେ ପୁଣି ଗୋଲ ବୁଲାଇବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: କ୍ୟାମ୍ପ ଭିତରେ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ସିଆରପିଏଫ୍ ଯବାନ, କାରଣ ଅସ୍ପଷ୍ଟ

ସେହିପରି ଦୋକାନ ଆଗରେ ୬ଫୁଟ ଦୂରତା, ମାସ୍କ ପିନ୍ଧିବା ନିୟମକୁ କଡାକଡି କରିବା ଲାଗି ବ୍ୟବସାୟୀଙ୍କୁ କୁହାଯାଇଛି। ଯଦି କୌଣସି ଦୋକାନୀ ଏହାକୁ ଅବମାନନା କରନ୍ତି। ତା’ ହେଲେ ଦୋକାନଗୁଡିକୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଲ କରାଯିବ ବୋଲି ପୁଲିସ ଚରମବାଣୀ ଶୁଣାଇଛି। ଅନ୍ୟପଟେ ଏହି ଆଲୋଚନା ପରେ ଅନେକ ଦୋକାନୀ ଏଥିରେ ସହମତି ପ୍ରକାଶ କରିଛନ୍ତି। ସେମାନେ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କୁ ତେଜରାତି ସାମଗ୍ରୀ କିମ୍ବା ଅନ୍ୟ କିଛି ଜିନିଷ ଦେବେ ନାହିଁ ବୋଲି ପୁଲିସକୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର ଶୁଭାରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp