ଘର ଭିତରୁ ନବବଧୂଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀରେ ନବବଧୂଙ୍କୁ ହତ୍ୟା ଅଭିଯୋଗ । ବିବାହର ୬ ମାସ ନପୁରୁଣୁ ଘରୁ ବାହାରିଲା ମୃତଦେହ । ଚନ୍ଦକା ଥାନା ଅଞ୍ଚଳରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପରିବାର ଲୋକେ ଆଣିଲେ ଗର୍ଭପାତ ଓ ବଧୂହତ୍ୟା ଅଭିଯୋଗ। ମୃତ ମହିଳା ହେଲେ ଝରଣା ବେହେରା । ଗତ ମେ' ମାସରେ ଚନ୍ଦକା ଅଞ୍ଚଳର ମାନସ ବେହେରାଙ୍କୁ ବିବାହ କରିଥିଲେ । ଝିଅ ଗର୍ଭବତୀ ଥିବାରୁ ଗର୍ଭପାତ କରିବାକୁ ବାଧ୍ୟ କରୁଥିଲେ ।  ଝିଅ ମନା କରିବାରୁ ମିଛ କହି ଗର୍ଭ ନିରୋଧକ ମେଡିସିନି ଦେଇଥିଲେ । ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ବିଭିନ୍ନ କାରଣରୁ ତାଙ୍କୁ  ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ବାପା । ଗତକାଲି ରାତିରେ ଝିଅର ମୃତ୍ୟୁ ହୋଇଥିବା ନେଇ ଫୋନ ପାଇଥିଲେ ବାପ ଘର ଲୋକେ । ଘଟଣା ପରଠୁ ଝରଣାଙ୍କ ସ୍ୱାମୀ ଫେରାର ଅଛନ୍ତି । ସ୍ୱାମୀଙ୍କ ପରକିୟା ପ୍ରୀତି ଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପା । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିବା ସୂଚନା ମିଳିଛି । 

ଆହୁରି ପଢ଼ନ୍ତୁ: Cyclone Montha: 'ବାତ୍ୟା ଠାରୁ ପ୍ରବଳ ବର୍ଷା ଅଧିକ ସମସ୍ୟା ଆଣିପାରେ, ଲ୍ୟାଣ୍ଡ ସ୍ଲାଇଡ଼ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ'

Join Us @ WhatsApp

About The Author

Google News
Join Us @ WhatsApp