ଅବହେଳିତ ପର୍ଯ୍ୟଟନ କ୍ଷେତ୍ର, ସମ୍ଭାବନା ଅଛି ହେଲେ ଗୁରୁତ୍ୱ ଦିଆଯାଉନି

The Sakala Picture
Published On

ସୋନପୁର : ନଦୀ, ଜଙ୍ଗଲ ଓ ମନ୍ଦିରରେ ଭର୍ତ୍ତି ସୁବର୍ଣ୍ଣପୁର ଜିଲ୍ଲା । ମହାନଦୀ, ଅଙ୍ଗ, ତେଲ, ଶୁକତେଲ ଭଳି ନଦୀ ଏହି ଜିଲ୍ଲାରେ ପ୍ରବାହିତ ହେଉଛି । ଜିଲ୍ଲାରେ ଅର୍ଜୁନପୁର, ଦିଲବେହିପରୁ, ସିଣ୍ଢୋଲ, ତିଲେଇମାଲ, ବାରପାହାଡ ଆଦି ଜଙ୍ଗଲ ରହିଛି । ଶୀତ ଋତୁରେ ମହାନଦୀର ଦୃଶ୍ୟ ଖୁବ୍‌ ମନୋରମ । ଶୀତ ବଢିବା ସହ ମହାନଦୀ ଭିତରେ ବସା ବାନ୍ଧନ୍ତି ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ । ଜିଲ୍ଲାରେ ପୁଣି ରହିଛି ଶତାଧିକ ମନ୍ଦିର […]

ସୋନପୁର : ନଦୀ, ଜଙ୍ଗଲ ଓ ମନ୍ଦିରରେ ଭର୍ତ୍ତି ସୁବର୍ଣ୍ଣପୁର ଜିଲ୍ଲା । ମହାନଦୀ, ଅଙ୍ଗ, ତେଲ, ଶୁକତେଲ ଭଳି ନଦୀ ଏହି ଜିଲ୍ଲାରେ ପ୍ରବାହିତ ହେଉଛି । ଜିଲ୍ଲାରେ ଅର୍ଜୁନପୁର, ଦିଲବେହିପରୁ, ସିଣ୍ଢୋଲ, ତିଲେଇମାଲ, ବାରପାହାଡ ଆଦି ଜଙ୍ଗଲ ରହିଛି । ଶୀତ ଋତୁରେ ମହାନଦୀର ଦୃଶ୍ୟ ଖୁବ୍‌ ମନୋରମ । ଶୀତ ବଢିବା ସହ ମହାନଦୀ ଭିତରେ ବସା ବାନ୍ଧନ୍ତି ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ । ଜିଲ୍ଲାରେ ପୁଣି ରହିଛି ଶତାଧିକ ମନ୍ଦିର । ଶତାଧିକ ବର୍ଷ ଧରି ତିନି ଠାକୁରଙ୍କୁ ପାତାଳୀ ଶ୍ରୀକ୍ଷେତ୍ରଠାରେ ଲୁଚାର ରଖା ଯାଇଥିଲା । ବିନିକା ପାପକ୍ଷୟ ଘାଟରେ ସ୍ନାନ କରି ସକଳ ବ୍ୟାଧିରୁ ମୁକ୍ତି ପାଇଥିଲେ ଗଜପତି । ଏଠାରେ ରହିଛି ସନ୍ଥ ଭୀମଭୋଇଙ୍କ ପବିତ୍ର ସମାଧି ପୀଠ । ପର୍ଯ୍ୟଟନର ବିକାଶ ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ସୁଯୋଗ ଥିଲେ ମଧ୍ୟ ଅଣଦେଖା କରାଯାଉ ଥିବା ଅଭିଯୋଗ ହେଉଛି ।

ଆହୁରି ପଢ଼ନ୍ତୁ: ଗଛ କାଟୁଥିବା ବେଳେ ଡ଼ାଳ ପଡି ଚାଲିଗଲା ଯୁବକଙ୍କ ଜୀବନ

ଆହୁରି ପଢ଼ନ୍ତୁ: ରାଉରକେଲାରେ ଗ୍ୟାସ୍ କଳାବଜାରୀ: ଗ୍ୟାରେଜରୁ ୧୬୧ ଗ୍ୟାସ୍ ସିଲିଣ୍ଡର୍ ଜବତ, ମାଲିକ ଚମ୍ପଟ୍

ହୀରାକୁଦ ପରେ ପଶ୍ଚିମ ଓଡିଶାର ଦ୍ୱିତୀୟ ସ୍ଥାନ ପାତାଳୀ ଶ୍ରୀକ୍ଷେତ୍ରରେ ରୋପ୍‌ ୱେ ନିର୍ମାଣ ହେବ ବୋଲି ସେତେ ବେଳେ ଚର୍ଚ୍ଚା ହେଲା । ୦୨ ଫେବ୍ରୁଆରୀ ୨୦୧୯ରେ ତତ୍‌କାଳୀନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର କୁମର ମହାନ୍ତିଙ୍କ ଦ୍ୱାରା ରୋପ୍‌ ୱେ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଥିଲା । ତିନି ବର୍ଷ ବିତିଆସୁ ବସିଥିଲେ ମଧ୍ୟ ଆଜି ଯାଏଁ ଇଟା ଖଣ୍ଡିଏ ମଧ୍ୟ ଯୋଡା ଯାଇନାହିଁ । ରୋପ୍‌ ୱେ ସ୍ୱପ୍ନ ଜିଲ୍ଲାବାସୀଙ୍କ ପାଇଁ ସ୍ୱପ୍ନରେ ହିଁ ରହିଗଲା । ସେହିଭଳି ମହାନଦୀ ବାଲି କିମ୍ବା ଠେଙ୍ଗୋ ଡ୍ୟାମ ନିକଟରେ ଇକୋ ରିଟ୍ରିଟ୍‌ ଆୟୋଜନ ହେବ ବୋଲି ଚର୍ଚ୍ଚା ଲାଗି ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ଆୟୋଜନ ହୋଇ ପାରିଲାନାହିଁ । ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର, ଦେଉଳଝରୀ, ମହିମା ଖଲିଆପାଲି, ବଦ୍ୟନାଥ ଆଦିକୁ ପର୍ଯ୍ୟଟକଙ୍କ ଆକୃଷ୍ଟ କଲାଭଳି ଭଲ ରାସ୍ତା ଖଣ୍ଡିଏ ଏଯାଏଁ ନିର୍ମାଣ ହୋଇ ପାରିଲା ନାହିଁ । କେଉଁଠି ବର୍ଷ ବର୍ଷ ହେଲା ରାସ୍ତା ନିର୍ମାଣ ଜାରି ରହିଛି ତ କେଉଁଠି ନୂଆ ରାସ୍ତା ନିର୍ମାଣ ହୋଇ ମଧ୍ୟ ଯେଉଁ ଅବସ୍ଥାକୁ ସେହି ଅବସ୍ଥା । ସୋନପୁର ରାମେଶ୍ୱର ମନ୍ଦିର ତ୍ରିବେଣୀ ସଙ୍ଗମ ନିଟରେ ଥିବା ଯାତ୍ରୀ ନିବାସ ଏବଂ ପାନ୍ଥ ନିବାସ ମଧ୍ୟ ସଠିକ ଢଙ୍ଗରେ ପରିଚାଳନା ହେଉନଥିବା ଅଭିଯୋଗ ହେଉଛି । ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇ ପାରିଲେ ରାଜ୍ୟ ତଥା ଜିଲ୍ଲାକୁ ଭଲ ରାଜସ୍ୱ ମିଳି ପାରନ୍ତା ବୋଲି ମତ ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ମା' କୋଳରୁ ୪ ମାସର ଶିଶୁକୁ ଅପହରଣ କରିନେଲେ ଦୁର୍ବୃତ୍ତ

18 Dec 2021 By The Sakala

ଅବହେଳିତ ପର୍ଯ୍ୟଟନ କ୍ଷେତ୍ର, ସମ୍ଭାବନା ଅଛି ହେଲେ ଗୁରୁତ୍ୱ ଦିଆଯାଉନି

ସୋନପୁର : ନଦୀ, ଜଙ୍ଗଲ ଓ ମନ୍ଦିରରେ ଭର୍ତ୍ତି ସୁବର୍ଣ୍ଣପୁର ଜିଲ୍ଲା । ମହାନଦୀ, ଅଙ୍ଗ, ତେଲ, ଶୁକତେଲ ଭଳି ନଦୀ ଏହି ଜିଲ୍ଲାରେ ପ୍ରବାହିତ ହେଉଛି । ଜିଲ୍ଲାରେ ଅର୍ଜୁନପୁର, ଦିଲବେହିପରୁ, ସିଣ୍ଢୋଲ, ତିଲେଇମାଲ, ବାରପାହାଡ ଆଦି ଜଙ୍ଗଲ ରହିଛି । ଶୀତ ଋତୁରେ ମହାନଦୀର ଦୃଶ୍ୟ ଖୁବ୍‌ ମନୋରମ । ଶୀତ ବଢିବା ସହ ମହାନଦୀ ଭିତରେ ବସା ବାନ୍ଧନ୍ତି ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ । ଜିଲ୍ଲାରେ ପୁଣି ରହିଛି ଶତାଧିକ ମନ୍ଦିର । ଶତାଧିକ ବର୍ଷ ଧରି ତିନି ଠାକୁରଙ୍କୁ ପାତାଳୀ ଶ୍ରୀକ୍ଷେତ୍ରଠାରେ ଲୁଚାର ରଖା ଯାଇଥିଲା । ବିନିକା ପାପକ୍ଷୟ ଘାଟରେ ସ୍ନାନ କରି ସକଳ ବ୍ୟାଧିରୁ ମୁକ୍ତି ପାଇଥିଲେ ଗଜପତି । ଏଠାରେ ରହିଛି ସନ୍ଥ ଭୀମଭୋଇଙ୍କ ପବିତ୍ର ସମାଧି ପୀଠ । ପର୍ଯ୍ୟଟନର ବିକାଶ ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ସୁଯୋଗ ଥିଲେ ମଧ୍ୟ ଅଣଦେଖା କରାଯାଉ ଥିବା ଅଭିଯୋଗ ହେଉଛି ।

ହୀରାକୁଦ ପରେ ପଶ୍ଚିମ ଓଡିଶାର ଦ୍ୱିତୀୟ ସ୍ଥାନ ପାତାଳୀ ଶ୍ରୀକ୍ଷେତ୍ରରେ ରୋପ୍‌ ୱେ ନିର୍ମାଣ ହେବ ବୋଲି ସେତେ ବେଳେ ଚର୍ଚ୍ଚା ହେଲା । ୦୨ ଫେବ୍ରୁଆରୀ ୨୦୧୯ରେ ତତ୍‌କାଳୀନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର କୁମର ମହାନ୍ତିଙ୍କ ଦ୍ୱାରା ରୋପ୍‌ ୱେ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଥିଲା । ତିନି ବର୍ଷ ବିତିଆସୁ ବସିଥିଲେ ମଧ୍ୟ ଆଜି ଯାଏଁ ଇଟା ଖଣ୍ଡିଏ ମଧ୍ୟ ଯୋଡା ଯାଇନାହିଁ । ରୋପ୍‌ ୱେ ସ୍ୱପ୍ନ ଜିଲ୍ଲାବାସୀଙ୍କ ପାଇଁ ସ୍ୱପ୍ନରେ ହିଁ ରହିଗଲା । ସେହିଭଳି ମହାନଦୀ ବାଲି କିମ୍ବା ଠେଙ୍ଗୋ ଡ୍ୟାମ ନିକଟରେ ଇକୋ ରିଟ୍ରିଟ୍‌ ଆୟୋଜନ ହେବ ବୋଲି ଚର୍ଚ୍ଚା ଲାଗି ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ଆୟୋଜନ ହୋଇ ପାରିଲାନାହିଁ । ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର, ଦେଉଳଝରୀ, ମହିମା ଖଲିଆପାଲି, ବଦ୍ୟନାଥ ଆଦିକୁ ପର୍ଯ୍ୟଟକଙ୍କ ଆକୃଷ୍ଟ କଲାଭଳି ଭଲ ରାସ୍ତା ଖଣ୍ଡିଏ ଏଯାଏଁ ନିର୍ମାଣ ହୋଇ ପାରିଲା ନାହିଁ । କେଉଁଠି ବର୍ଷ ବର୍ଷ ହେଲା ରାସ୍ତା ନିର୍ମାଣ ଜାରି ରହିଛି ତ କେଉଁଠି ନୂଆ ରାସ୍ତା ନିର୍ମାଣ ହୋଇ ମଧ୍ୟ ଯେଉଁ ଅବସ୍ଥାକୁ ସେହି ଅବସ୍ଥା । ସୋନପୁର ରାମେଶ୍ୱର ମନ୍ଦିର ତ୍ରିବେଣୀ ସଙ୍ଗମ ନିଟରେ ଥିବା ଯାତ୍ରୀ ନିବାସ ଏବଂ ପାନ୍ଥ ନିବାସ ମଧ୍ୟ ସଠିକ ଢଙ୍ଗରେ ପରିଚାଳନା ହେଉନଥିବା ଅଭିଯୋଗ ହେଉଛି । ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇ ପାରିଲେ ରାଜ୍ୟ ତଥା ଜିଲ୍ଲାକୁ ଭଲ ରାଜସ୍ୱ ମିଳି ପାରନ୍ତା ବୋଲି ମତ ପ୍ରକାଶ ପାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର