ଅନ୍ଧବିଶ୍ୱାସରେ ମଣିଷ: ମାଟି ଖୋଳିଲେ ସୁନା କଳସ ବାହାରିବା ଲୋଭରେ ଚାଲିଥିଲା ପୂଜାର୍ଚ୍ଚନା, ତନ୍ତ୍ରମନ୍ତ୍ର, ଗୁଣି ଗାରେଡ଼ି ଆଉ ବଳି

The Sakala Picture
Published On

ନୟାଗଡ଼: ଆଜିର ବିଜ୍ଞାନ ଯୁଗରେ ବି ମଣିଷ ମନରୁ ଲିଭିପାରିନି ଅନ୍ଧବିଶ୍ୱାସ ଚିନ୍ତାଧାରା । ମାଟି ଖୋଳିଲେ ସୁନା ବାହାରିବା ଲୋଭରେ ଚାଲିଥିଲା ପୂଜାର୍ଚ୍ଚନା, ତନ୍ତ୍ରମନ୍ତ୍ର, ଗୁଣି ଗାରେଡ଼ି ଆଉ ବଳି । ଗୁଣିଆଙ୍କ ନିର୍ଦ୍ଦେଶରେ ଦିଆଯାଇଛି ବୋଦା ଓ କୁକୁଡ଼ା ବଳି । ପୂଜାର୍ଚ୍ଚନା ପରେ ସୁନା ପାଇବାକୁ ଗାତ ଖୋଳା ଯାଇଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ମିଟିଗାଡୁ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁର ରତ୍ନାକର ଜାନିଙ୍କ ଘର […]

ନୟାଗଡ଼: ଆଜିର ବିଜ୍ଞାନ ଯୁଗରେ ବି ମଣିଷ ମନରୁ ଲିଭିପାରିନି ଅନ୍ଧବିଶ୍ୱାସ ଚିନ୍ତାଧାରା । ମାଟି ଖୋଳିଲେ ସୁନା ବାହାରିବା ଲୋଭରେ ଚାଲିଥିଲା ପୂଜାର୍ଚ୍ଚନା, ତନ୍ତ୍ରମନ୍ତ୍ର, ଗୁଣି ଗାରେଡ଼ି ଆଉ ବଳି । ଗୁଣିଆଙ୍କ ନିର୍ଦ୍ଦେଶରେ ଦିଆଯାଇଛି ବୋଦା ଓ କୁକୁଡ଼ା ବଳି । ପୂଜାର୍ଚ୍ଚନା ପରେ ସୁନା ପାଇବାକୁ ଗାତ ଖୋଳା ଯାଇଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ମିଟିଗାଡୁ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଆହୁରି ପଢ଼ନ୍ତୁ: ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ: ବିଜେଡି

ଗାଁର ରତ୍ନାକର ଜାନିଙ୍କ ଘର ପାଖ ବରଗଛ ତଳେ ସୁନା କଳସ ଥିବା କହିଥିଲେ ବାହାର ରାଜ୍ୟର କିଛି ଗୁଣିଆ । ଗ୍ରାମର ରତ୍ନାକର ଜାନି ସୁନାକଳଶ ଓ ସୁନା ପାଇବା ଲୋଭରେ ପଡିଥିଲେ । ଗୁଣିଆ କଥାରେ ଜଙ୍ଗଲରେ ପୂଜା କରିବା ସହ ପଶୁପକ୍ଷୀ ବଳି ଚଢ଼ାଇଥିଲେ । ସୁନା ଲୋଭରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ କିଛି ଠକ ଗୁଣିଆଙ୍କ ପ୍ରରୋଚନାରେ ପଡ଼ି ବରଗଛ ମୂଳେ ଆରମ୍ଭ ହେଲା ପୂଜା ପାଠ । ଆରମ୍ଭ ହେଲା ମାଟି ଖୋଳା । ହେଲେ ମାଟି ଛଡ଼ା ସୁନାର ଦେଖା ମିଳିଲାନି । ଗାଁର କିଛି ଶିକ୍ଷିତ ବ୍ୟକ୍ତି ଏହାକୁ ବାରଣ କରିଥିଲେ । ହେଲେ ରତ୍ନାକର ଶୁଣିନଥିଲେ । ଶେଷରେ ଗ୍ରାମବାସୀ ଏକାଠି ହୋଇ ଗ୍ରାମସଭା କରି ବାଣିଗୋଛା ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ପହଞ୍ଚିବା ବେଳକୁ ରତ୍ନାକର ମାଝୀ ସହିତ ଗୁଣିଆ ଫେରାର । ପୋଲିସ ସମ୍ପୃକ୍ତ ସ୍ଥାନକୁ ସିଜ୍ କରି ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି ବେଦାନ୍ତ ଆଲୁମିନିୟମ

05 Jul 2023 By The Sakala

ଅନ୍ଧବିଶ୍ୱାସରେ ମଣିଷ: ମାଟି ଖୋଳିଲେ ସୁନା କଳସ ବାହାରିବା ଲୋଭରେ ଚାଲିଥିଲା ପୂଜାର୍ଚ୍ଚନା, ତନ୍ତ୍ରମନ୍ତ୍ର, ଗୁଣି ଗାରେଡ଼ି ଆଉ ବଳି

ନୟାଗଡ଼: ଆଜିର ବିଜ୍ଞାନ ଯୁଗରେ ବି ମଣିଷ ମନରୁ ଲିଭିପାରିନି ଅନ୍ଧବିଶ୍ୱାସ ଚିନ୍ତାଧାରା । ମାଟି ଖୋଳିଲେ ସୁନା ବାହାରିବା ଲୋଭରେ ଚାଲିଥିଲା ପୂଜାର୍ଚ୍ଚନା, ତନ୍ତ୍ରମନ୍ତ୍ର, ଗୁଣି ଗାରେଡ଼ି ଆଉ ବଳି । ଗୁଣିଆଙ୍କ ନିର୍ଦ୍ଦେଶରେ ଦିଆଯାଇଛି ବୋଦା ଓ କୁକୁଡ଼ା ବଳି । ପୂଜାର୍ଚ୍ଚନା ପରେ ସୁନା ପାଇବାକୁ ଗାତ ଖୋଳା ଯାଇଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ମିଟିଗାଡୁ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଗାଁର ରତ୍ନାକର ଜାନିଙ୍କ ଘର ପାଖ ବରଗଛ ତଳେ ସୁନା କଳସ ଥିବା କହିଥିଲେ ବାହାର ରାଜ୍ୟର କିଛି ଗୁଣିଆ । ଗ୍ରାମର ରତ୍ନାକର ଜାନି ସୁନାକଳଶ ଓ ସୁନା ପାଇବା ଲୋଭରେ ପଡିଥିଲେ । ଗୁଣିଆ କଥାରେ ଜଙ୍ଗଲରେ ପୂଜା କରିବା ସହ ପଶୁପକ୍ଷୀ ବଳି ଚଢ଼ାଇଥିଲେ । ସୁନା ଲୋଭରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ କିଛି ଠକ ଗୁଣିଆଙ୍କ ପ୍ରରୋଚନାରେ ପଡ଼ି ବରଗଛ ମୂଳେ ଆରମ୍ଭ ହେଲା ପୂଜା ପାଠ । ଆରମ୍ଭ ହେଲା ମାଟି ଖୋଳା । ହେଲେ ମାଟି ଛଡ଼ା ସୁନାର ଦେଖା ମିଳିଲାନି । ଗାଁର କିଛି ଶିକ୍ଷିତ ବ୍ୟକ୍ତି ଏହାକୁ ବାରଣ କରିଥିଲେ । ହେଲେ ରତ୍ନାକର ଶୁଣିନଥିଲେ । ଶେଷରେ ଗ୍ରାମବାସୀ ଏକାଠି ହୋଇ ଗ୍ରାମସଭା କରି ବାଣିଗୋଛା ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ପହଞ୍ଚିବା ବେଳକୁ ରତ୍ନାକର ମାଝୀ ସହିତ ଗୁଣିଆ ଫେରାର । ପୋଲିସ ସମ୍ପୃକ୍ତ ସ୍ଥାନକୁ ସିଜ୍ କରି ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର