ବର୍ଷା ବିଗାଡ଼ିଦେବ ପାର୍ବଣ; ଅକ୍ଟୋବର ୧ରୁ ବଢ଼ିବ ବର୍ଷାର ପରିମାଣ, ୪-୬ ସାରା ରାଜ୍ୟରେ ବର୍ଷା

The Sakala Picture
Published On

ଭୁବନେଶ୍ୱର: ଦୁଇ ବର୍ଷ ଧରି କରୋନା ଫିକା ପକାଇଲା; ଏଥର ବର୍ଷାରେ ଭିଜିଯିବ ଦୁର୍ଗାପୂଜାର ମଉଜ। ୧ ଅକ୍ଟୋବରରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବା ସହ ପ୍ରାୟ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବା ନେଇ ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ୧ରୁ ବର୍ଷା ବଢ଼଼ିବା ନେଇ ସୂଚନା ଦିଆଯାଇଥିବା ବେଳେ ୨ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ସୋଆ ପରିଚାଳିତ ଜଳବାୟୁ କେନ୍ଦ୍ର କହିଛି। ଏହି […]

ଭୁବନେଶ୍ୱର: ଦୁଇ ବର୍ଷ ଧରି କରୋନା ଫିକା ପକାଇଲା; ଏଥର ବର୍ଷାରେ ଭିଜିଯିବ ଦୁର୍ଗାପୂଜାର ମଉଜ। ୧ ଅକ୍ଟୋବରରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବା ସହ ପ୍ରାୟ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବା ନେଇ ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ୧ରୁ ବର୍ଷା ବଢ଼଼ିବା ନେଇ ସୂଚନା ଦିଆଯାଇଥିବା ବେଳେ ୨ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ସୋଆ ପରିଚାଳିତ ଜଳବାୟୁ କେନ୍ଦ୍ର କହିଛି। ଏହି ବର୍ଷାର ପ୍ରଭାର ସମ୍ପୂର୍ଣ୍ଣ ଦୁର୍ଗାପୂଜାରେ ପଡ଼ିବାକୁ ଥିବାରୁ ଆୟୋଜକ ଓ ଶ୍ରଦ୍ଧାଳୁଙ୍କୁ ଝଟକା ଲାଗିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଗଲା କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଛି। ପ୍ରତି ଦିନ ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି। ଧୀରେ ଧୀରେ ଏହି ବର୍ଷା ବଢ଼଼ିବା ସହିତ ୪-୬ ତାରିଖ ସାରା ରାଜ୍ୟରେ ବର୍ଷା ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ସୋଆ ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ଚାଇନା ସାଗରରେ ଟାଇଫୁନ ନୋରୁର ପ୍ରଭାବରେ ଆସନ୍ତା ଅକ୍ଟୋବର ୨ ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୩ ସୁଦ୍ଧା ଉତ୍ତର ଓଡ଼ିଶା ଉପକୂଳ ଆଡ଼କୁ ଆସିବ ଏବଂ ଠିକ ତାର ପରଦିନ ପଶ୍ଚିମ ଓଡ଼ିଶା ମୁହାଁ ହେବ ବୋଲି କେନ୍ଦ୍ର କହିଛି। ଏହାର ପ୍ରଭାବରେ ଓଡ଼ିଶାର ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଏବଂ ଅନୁଗୁଳରେ ଅକ୍ଟୋବର ୨ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଉପକୂଳ ଓଡ଼ିଶାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଅକ୍ଟୋବର ୩ ରେ ଖୋର୍ଦ୍ଧା, କଟକ, ଯାଜପୁର, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ୱଲପୁର, ଦେବଗଡ଼, ବରଗଡ଼, କେନ୍ଦୁଝର ଏବଂ ସୁନ୍ଦରଗଡ଼ ପ୍ରଭୃତି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମଙ୍ଗଳବାରଠାରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଥିବାବେଳେ ଅକ୍ଟୋବର ୪ ରୁ ୬ ତାରିଖ ସାରା ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୋଆ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଅନୁଗୁଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ସେହିପରି ବୁଧବାରଠାରୁ କିଛି ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ହେବ ବୋଲି କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

27 Sep 2022 By The Sakala

ବର୍ଷା ବିଗାଡ଼ିଦେବ ପାର୍ବଣ; ଅକ୍ଟୋବର ୧ରୁ ବଢ଼ିବ ବର୍ଷାର ପରିମାଣ, ୪-୬ ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଦୁଇ ବର୍ଷ ଧରି କରୋନା ଫିକା ପକାଇଲା; ଏଥର ବର୍ଷାରେ ଭିଜିଯିବ ଦୁର୍ଗାପୂଜାର ମଉଜ। ୧ ଅକ୍ଟୋବରରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବା ସହ ପ୍ରାୟ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବା ନେଇ ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ୧ରୁ ବର୍ଷା ବଢ଼଼ିବା ନେଇ ସୂଚନା ଦିଆଯାଇଥିବା ବେଳେ ୨ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ସୋଆ ପରିଚାଳିତ ଜଳବାୟୁ କେନ୍ଦ୍ର କହିଛି। ଏହି ବର୍ଷାର ପ୍ରଭାର ସମ୍ପୂର୍ଣ୍ଣ ଦୁର୍ଗାପୂଜାରେ ପଡ଼ିବାକୁ ଥିବାରୁ ଆୟୋଜକ ଓ ଶ୍ରଦ୍ଧାଳୁଙ୍କୁ ଝଟକା ଲାଗିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଗଲା କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଛି। ପ୍ରତି ଦିନ ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି। ଧୀରେ ଧୀରେ ଏହି ବର୍ଷା ବଢ଼଼ିବା ସହିତ ୪-୬ ତାରିଖ ସାରା ରାଜ୍ୟରେ ବର୍ଷା ହେବ ବୋଲି ଜଣାପଡ଼ିଛି।

ସୋଆ ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ଚାଇନା ସାଗରରେ ଟାଇଫୁନ ନୋରୁର ପ୍ରଭାବରେ ଆସନ୍ତା ଅକ୍ଟୋବର ୨ ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୩ ସୁଦ୍ଧା ଉତ୍ତର ଓଡ଼ିଶା ଉପକୂଳ ଆଡ଼କୁ ଆସିବ ଏବଂ ଠିକ ତାର ପରଦିନ ପଶ୍ଚିମ ଓଡ଼ିଶା ମୁହାଁ ହେବ ବୋଲି କେନ୍ଦ୍ର କହିଛି। ଏହାର ପ୍ରଭାବରେ ଓଡ଼ିଶାର ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଏବଂ ଅନୁଗୁଳରେ ଅକ୍ଟୋବର ୨ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଉପକୂଳ ଓଡ଼ିଶାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଅକ୍ଟୋବର ୩ ରେ ଖୋର୍ଦ୍ଧା, କଟକ, ଯାଜପୁର, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ୱଲପୁର, ଦେବଗଡ଼, ବରଗଡ଼, କେନ୍ଦୁଝର ଏବଂ ସୁନ୍ଦରଗଡ଼ ପ୍ରଭୃତି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମଙ୍ଗଳବାରଠାରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଥିବାବେଳେ ଅକ୍ଟୋବର ୪ ରୁ ୬ ତାରିଖ ସାରା ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୋଆ ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଅନୁଗୁଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ସେହିପରି ବୁଧବାରଠାରୁ କିଛି ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ହେବ ବୋଲି କେନ୍ଦ୍ର କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର