ନୟାଗଡ଼ରେ ରାଜନୈତିକ ହିଂସା, ହଣାକଟାରେ ସମିତି ସଭ୍ୟ ଓ ସରପଞ୍ଚଙ୍କ ସ୍ୱାମୀ ଗୁରୁତର ଆହତ

The Sakala Picture
Published On

ନୟାଗଡ଼: ନୟାଗଡ଼ରେ ପୁଣି ରାଜନୈତିକ ହିଂସା।  ଇଟାମାଟି ଥାନା ଶରଧାପୁର ଗାଁରେ ହଣାକଟା। ପରସ୍ପର ଆକ୍ରମଣରେ ୨ ଗୁରୁତର ଆହତ। ବିଜେଡ଼ି ସମର୍ଥିତ ସରପଞ୍ଚଙ୍କ ସ୍ୱାମୀ ସନ୍ତୋଷ କୁମାର ମୁଦୁଲି ଓ ବିଜେପି ସମର୍ଥିତ ସମିତି ସଭ୍ୟ ସୁଜିତ କୁମାର ପ୍ରଧାନ ଗୁରୁତର ଭାବରେ ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତର ହୋଇଛନ୍ତି। ପୁର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଆଜି କଥାକଟାକାଟିରୁ ପରସ୍ପରକୁ […]

ନୟାଗଡ଼: ନୟାଗଡ଼ରେ ପୁଣି ରାଜନୈତିକ ହିଂସା।  ଇଟାମାଟି ଥାନା ଶରଧାପୁର ଗାଁରେ ହଣାକଟା। ପରସ୍ପର ଆକ୍ରମଣରେ ୨ ଗୁରୁତର ଆହତ। ବିଜେଡ଼ି ସମର୍ଥିତ ସରପଞ୍ଚଙ୍କ ସ୍ୱାମୀ ସନ୍ତୋଷ କୁମାର ମୁଦୁଲି ଓ ବିଜେପି ସମର୍ଥିତ ସମିତି ସଭ୍ୟ ସୁଜିତ କୁମାର ପ୍ରଧାନ ଗୁରୁତର ଭାବରେ ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତର ହୋଇଛନ୍ତି। ପୁର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଆଜି କଥାକଟାକାଟିରୁ ପରସ୍ପରକୁ ହଣାକଟା ହୋଇଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯିବା ପରେ ଭୁବନେଶ୍ୱର ସ୍ଥାନାନ୍ତର ହୋଇଛନ୍ତି । ଇଟାମାଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

About The Author

Google News
Join Us @ WhatsApp
Google News
Join Us @ WhatsApp

ରାଶିଫଳ