୪ ପଥର ଖଣି ଉପରେ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ଓ ଏକ କୋଟିର ଯନ୍ତ୍ରାଂଶ ଜବତ

The Sakala Picture
Published On

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ କୋଇଲିମା ଅଞ୍ଚଳରେ ବେଆଇନ ଭାବେ ପଥର ଖଣି ଚାଲୁ ଥିବାରୁ ଲୋକମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ । ନୟାଗଡ଼ ଏସ୍ପି ସିଦ୍ଧାର୍ଥ କାଟରିଆଙ୍କ ନିର୍ଦ୍ଦେଶରେ ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ୬ ଦିନ ପାଇଁ ରଣପୁର ଥାନା ଦାୟିତ୍ୱ ଗ୍ରହଣ କରି ଉକ୍ତ ପଥର ଖଣି ଉପରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ଏବଂ ଯନ୍ତ୍ରାଂଶ ଜବତ କରିଛନ୍ତି । ୧୬ ଜଣଙ୍କୁ […]

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ କୋଇଲିମା ଅଞ୍ଚଳରେ ବେଆଇନ ଭାବେ ପଥର ଖଣି ଚାଲୁ ଥିବାରୁ ଲୋକମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ । ନୟାଗଡ଼ ଏସ୍ପି ସିଦ୍ଧାର୍ଥ କାଟରିଆଙ୍କ ନିର୍ଦ୍ଦେଶରେ ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ୬ ଦିନ ପାଇଁ ରଣପୁର ଥାନା ଦାୟିତ୍ୱ ଗ୍ରହଣ କରି ଉକ୍ତ ପଥର ଖଣି ଉପରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ଏବଂ ଯନ୍ତ୍ରାଂଶ ଜବତ କରିଛନ୍ତି । ୧୬ ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । କୋଇଲିମା ମୈାଜାରେ ଚାଲିଥିବା ଖଣିରେ ପୁଲିସ ଟିମ୍ ଚଢ଼ାଉ ସମୟରେ ୭ଟି ଟ୍ରାକ୍ଟର, କମ୍ପେସର ଏବଂ ମଲ୍ଟି କମ୍ପେସର ଜବତ କରିଛି । ଗିରଫ ହୋଇଥିବା ୧୬ ଜଣଙ୍କ ନାମ ତଦନ୍ତରେ ବାଧା ଉପୁଜିବା କାରଣରୁ ପୁଲିସ ପକ୍ଷରୁ ଗୋପନ ରଖାଯାଇଛି । କୋଇଲିମା ଗ୍ରାମର ଦୁଇ ଜଣ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ବିସ୍ପୋରକ ମିଳିବା ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲୋକଙ୍କ ଧନ ଜୀବନକୁ ଖାତିରି ନକରି ପଥର ଖଣି ଚାଲିଥିବା ଆଲୋଚନା ହେଉଛି । ଅଞ୍ଚଳବାସୀ ପୁଲିସର ପଦକ୍ଷେପକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

30 Nov 2021 By The Sakala

୪ ପଥର ଖଣି ଉପରେ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ଓ ଏକ କୋଟିର ଯନ୍ତ୍ରାଂଶ ଜବତ

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ କୋଇଲିମା ଅଞ୍ଚଳରେ ବେଆଇନ ଭାବେ ପଥର ଖଣି ଚାଲୁ ଥିବାରୁ ଲୋକମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ । ନୟାଗଡ଼ ଏସ୍ପି ସିଦ୍ଧାର୍ଥ କାଟରିଆଙ୍କ ନିର୍ଦ୍ଦେଶରେ ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ୬ ଦିନ ପାଇଁ ରଣପୁର ଥାନା ଦାୟିତ୍ୱ ଗ୍ରହଣ କରି ଉକ୍ତ ପଥର ଖଣି ଉପରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ଏବଂ ଯନ୍ତ୍ରାଂଶ ଜବତ କରିଛନ୍ତି । ୧୬ ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । କୋଇଲିମା ମୈାଜାରେ ଚାଲିଥିବା ଖଣିରେ ପୁଲିସ ଟିମ୍ ଚଢ଼ାଉ ସମୟରେ ୭ଟି ଟ୍ରାକ୍ଟର, କମ୍ପେସର ଏବଂ ମଲ୍ଟି କମ୍ପେସର ଜବତ କରିଛି । ଗିରଫ ହୋଇଥିବା ୧୬ ଜଣଙ୍କ ନାମ ତଦନ୍ତରେ ବାଧା ଉପୁଜିବା କାରଣରୁ ପୁଲିସ ପକ୍ଷରୁ ଗୋପନ ରଖାଯାଇଛି । କୋଇଲିମା ଗ୍ରାମର ଦୁଇ ଜଣ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ବିସ୍ପୋରକ ମିଳିବା ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲୋକଙ୍କ ଧନ ଜୀବନକୁ ଖାତିରି ନକରି ପଥର ଖଣି ଚାଲିଥିବା ଆଲୋଚନା ହେଉଛି । ଅଞ୍ଚଳବାସୀ ପୁଲିସର ପଦକ୍ଷେପକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି ।

https://www.thesakala.in/latest-odisha-news/nayagarh/raid-on-rock-mines/article-7271
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର