ସତ୍ୟ ଖବର ପ୍ରକାଶ କରିବାରୁ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା, ଦୈନିକ ସକାଳ ଖବର କାଗଜ ପୋଡ଼ି

Madhusudan Das Picture
Published On

ନୟାଗଡ: ସତ୍ୟ ଖବର ପ୍ରକାଶ କରିବାରୁ ନୟାଗଡ଼ରେ ଦୈନିକ 'ସକାଳ' ଖବର କାଗଜ ପୋଡ଼ି। ନୟାଗଡ଼ ସଦର ମହକୁମାରେ ଗଣମାଧ୍ୟମର କଣ୍ଠରୋଧ କରିବାକୁ କରାଯାଇଛି ହୀନ ଉଦ୍ୟମ । ସାଇବର ମାଫିଆଙ୍କ ସହ ସଂଶ୍ଲିଷ୍ଟ କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ 'ସକାଳ' ଖବରକାଗଜ ପୋଡ଼ିବା ସହ ମିଛ ଅପପ୍ରଚାର କରିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। କେତେକ ବିଜେପି କାର୍ଯ୍ୟକର୍ତ୍ତା ଏଭଳି ଦୁଃସାହସ କରିଥିବା ଜଣାପଡିଛି । 

ଆହୁରି ପଢ଼ନ୍ତୁ: ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ: ବିଜେଡି

ସୂଚନା ଅନୁସାରେ, ସକାଳ ଓ ନନ୍ଦିଘୋଷ ଟିଭି ସାମ୍ବାଦିକ ଅନିଲ କୁମାର ପଣ୍ଡାଙ୍କ ନାମରେ କିଛି ସାଇବର୍ ମାଫିଆ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରିବା ସହ ଅପଶବ୍ଦ ବ୍ୟବହାର କରି ତାଙ୍କ ପରିବାରକୁ ବଦନାମ କରୁଥିଲେ। ଯାହାକୁ ନେଇ ଅନୀଲ ନୟାଗଡ଼ ଟାଉନ୍ ଥାନାରେ ଗତ ୩୦ ତାରିଖରେ ଏତଲା ଦେଇଥିଲେ। ଦୁଇ ଅଭିଯୁକ୍ତଙ୍କୁ ନୟାଗଡ଼ ପୁଲିସ ବାଙ୍ଗାଲୋର ଓ କର୍ଣ୍ଣାଟକରୁ ଉଠାଇ ଆଣି ଗତକାଲି କୋର୍ଟ ଚାଲାଣ କରିଥିଲା। 

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଥମ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ

ଏହାକୁ ବିରୋଧ କରି ବିଜେପି କର୍ମୀ ଥାନା ଆଗରେ ଗତକାଲିଠାରୁ ଧାରଣା ଦେବା ସହ ଅନିଲଙ୍କ ନାମରେ ଜଣେ ମହିଳାଙ୍କ ଦ୍ୱାରା ଦୁଷ୍କର୍ମ ଅଭିଯୋଗ କରୁଛନ୍ତି। ଗଣମାଧ୍ୟମ କଣ୍ଠରୋଧ କରିବାକୁ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା ରୁଜୁ ହୋଇଛି। ଆଜି ସକାଳୁ ଉକ୍ତ ବିଜେପି କାର୍ଯ୍ୟକର୍ତ୍ତା ଦୈନିକ 'ସକାଳ' ଖବର କାଗଜ ପୋଡ଼ିଛନ୍ତି। ରାଜ୍ୟରେ ବିଜେପି ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯିବାର ଏହା ଏକ ଜ୍ୱଳନ୍ତ ଉଦାହରଣ। ଏହି ସବୁ କାଣ୍ଡ ପଛରେ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଓ ତାଙ୍କ ସମର୍ଥକଙ୍କ ସିଧା ସଳଖ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ: ଚରମ ବିଫଳତାକୁ ନେଇ ବିଜେଡିର କଡ଼ା ସମାଲୋଚନା

19 May 2026 By Madhusudan Das

ସତ୍ୟ ଖବର ପ୍ରକାଶ କରିବାରୁ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା, ଦୈନିକ ସକାଳ ଖବର କାଗଜ ପୋଡ଼ି

ନୟାଗଡ: ସତ୍ୟ ଖବର ପ୍ରକାଶ କରିବାରୁ ନୟାଗଡ଼ରେ ଦୈନିକ 'ସକାଳ' ଖବର କାଗଜ ପୋଡ଼ି। ନୟାଗଡ଼ ସଦର ମହକୁମାରେ ଗଣମାଧ୍ୟମର କଣ୍ଠରୋଧ କରିବାକୁ କରାଯାଇଛି ହୀନ ଉଦ୍ୟମ । ସାଇବର ମାଫିଆଙ୍କ ସହ ସଂଶ୍ଲିଷ୍ଟ କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ 'ସକାଳ' ଖବରକାଗଜ ପୋଡ଼ିବା ସହ ମିଛ ଅପପ୍ରଚାର କରିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। କେତେକ ବିଜେପି କାର୍ଯ୍ୟକର୍ତ୍ତା ଏଭଳି ଦୁଃସାହସ କରିଥିବା ଜଣାପଡିଛି । 

ସୂଚନା ଅନୁସାରେ, ସକାଳ ଓ ନନ୍ଦିଘୋଷ ଟିଭି ସାମ୍ବାଦିକ ଅନିଲ କୁମାର ପଣ୍ଡାଙ୍କ ନାମରେ କିଛି ସାଇବର୍ ମାଫିଆ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରିବା ସହ ଅପଶବ୍ଦ ବ୍ୟବହାର କରି ତାଙ୍କ ପରିବାରକୁ ବଦନାମ କରୁଥିଲେ। ଯାହାକୁ ନେଇ ଅନୀଲ ନୟାଗଡ଼ ଟାଉନ୍ ଥାନାରେ ଗତ ୩୦ ତାରିଖରେ ଏତଲା ଦେଇଥିଲେ। ଦୁଇ ଅଭିଯୁକ୍ତଙ୍କୁ ନୟାଗଡ଼ ପୁଲିସ ବାଙ୍ଗାଲୋର ଓ କର୍ଣ୍ଣାଟକରୁ ଉଠାଇ ଆଣି ଗତକାଲି କୋର୍ଟ ଚାଲାଣ କରିଥିଲା। 

ଏହାକୁ ବିରୋଧ କରି ବିଜେପି କର୍ମୀ ଥାନା ଆଗରେ ଗତକାଲିଠାରୁ ଧାରଣା ଦେବା ସହ ଅନିଲଙ୍କ ନାମରେ ଜଣେ ମହିଳାଙ୍କ ଦ୍ୱାରା ଦୁଷ୍କର୍ମ ଅଭିଯୋଗ କରୁଛନ୍ତି। ଗଣମାଧ୍ୟମ କଣ୍ଠରୋଧ କରିବାକୁ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା ରୁଜୁ ହୋଇଛି। ଆଜି ସକାଳୁ ଉକ୍ତ ବିଜେପି କାର୍ଯ୍ୟକର୍ତ୍ତା ଦୈନିକ 'ସକାଳ' ଖବର କାଗଜ ପୋଡ଼ିଛନ୍ତି। ରାଜ୍ୟରେ ବିଜେପି ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯିବାର ଏହା ଏକ ଜ୍ୱଳନ୍ତ ଉଦାହରଣ। ଏହି ସବୁ କାଣ୍ଡ ପଛରେ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଓ ତାଙ୍କ ସମର୍ଥକଙ୍କ ସିଧା ସଳଖ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର