ନୂଆବର୍ଷରେ ଶ୍ରୀରାମଙ୍କୁ ଦର୍ଶନ କଲେ ଦୁଇଲକ୍ଷ ଶ୍ରଦ୍ଧାଳୁ

The Sakala Picture
Published On

ଭାପୁର: ନୂଆବର୍ଷରେ ସାରା ଭାରତର ତୀର୍ଥ ଓ ଧାର୍ମିକ ସ୍ଥଳିରେ ଭିଡ ପରିଲକ୍ଷିତ ହୋଇଛି। ବିଶେଷ କରି ଓଡ଼ିଶାର ଜଗନ୍ନାଥ ଧାମ ପୁରୀ ଓ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ଫତେଗଡ ଶ୍ରୀରାମ ମନ୍ଦିର ସାରା ଓଡ଼ିଶାର ଭକ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ଫତେଗଡ ଶ୍ରୀରାମ ମନ୍ଦିରରେ ନୂଆବର୍ଷରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି। ବୁଧବାର ଦିନ ଦୁଇ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା।ନୂଆବର୍ଷ ଦିନ ଭୋର ସମୟରୁ […]

ଭାପୁର: ନୂଆବର୍ଷରେ ସାରା ଭାରତର ତୀର୍ଥ ଓ ଧାର୍ମିକ ସ୍ଥଳିରେ ଭିଡ ପରିଲକ୍ଷିତ ହୋଇଛି। ବିଶେଷ କରି ଓଡ଼ିଶାର ଜଗନ୍ନାଥ ଧାମ ପୁରୀ ଓ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ଫତେଗଡ ଶ୍ରୀରାମ ମନ୍ଦିର ସାରା ଓଡ଼ିଶାର ଭକ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ଫତେଗଡ ଶ୍ରୀରାମ ମନ୍ଦିରରେ ନୂଆବର୍ଷରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି। ବୁଧବାର ଦିନ ଦୁଇ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା।ନୂଆବର୍ଷ ଦିନ ଭୋର ସମୟରୁ ଶ୍ରୀରାମ ମନ୍ଦିରରେ ଭକ୍ତଙ୍କ ଭିଡ ଆରମ୍ଭ ହୋଇଥିଲା। ଭିଡ ଆସ୍ତେ ଆସ୍ତେ ବଢିବାରୁ ମନ୍ଦିର କର୍ତ୍ତୃପକ୍ଷ ଦିନ ୯ ଟା ସମୟରୁ ପାହାଡ ଉପରକୁ ସମସ୍ତ ଯାନବାହନ ଯିବା ବନ୍ଦ କରିଦେଇଥିଲେ। ଶ୍ରଦ୍ଧାଳୁ ମାନେ ପରିବାର ସହ ଚାଲି ଚାଲି ପାହାଡ ଚଢି ପ୍ରଭୁଙ୍କ ଦର୍ଶନ କରିଥିଲେ।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତି ସନ୍ଦେହ: ସ୍ୱାମୀ ସହ ଝଗଡା ପରେ ଫାର୍ମ ହାଉସରୁ ସ୍ତ୍ରୀର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ମଧ୍ୟାହ୍ନ ସମୟରେ ଭିଡ ଏପରି ହୋଇଥିଲା ଯେ ଫତେଗଡ ମୁଖ୍ୟ ରାସ୍ତାରେ ଦୁଇ କିଲୋମିଟର ଧରି ଟ୍ରାଫିକ ଜାମ ହୋଇ ରହିଥିଲା। ଫତେଗଡ ପୋଲିସ ସ୍ୱତନ୍ତ୍ର ଫୋର୍ସ ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆପ୍ରାଣ ଉଦ୍ୟମ କରିବା ଯୋଗୁଁ ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହ ମର୍ଜ୍ୟଦାପୁରୁଷଙ୍କ ଦର୍ଶନ କରି ଫେରିଥିଲେ। ଜିଲ୍ଲା ବାହାରୁ ଆସିଥିବା ହଜାର ହଜାର ଭକ୍ତମାନେ  ପାହାଡ ପାଦଦେଶରେ ବଣଭୋଜି କରୁଥିବାର ଦେଖିବାକୁ ମିଳିଛି। ମାତ୍ର ବଣଭୋଜି ପାଇଁ ପାନୀୟ ଜଳ ଠିକସେ ମିଳୁନଥିବାରୁ ଲୋକମାନେ ହଇରାଣ ହୋଇଥିଲେ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ପୂର୍ବତନ ଜେଇଙ୍କୁ ଲାଞ୍ଚ ମାମଲାରେ ୩ ବର୍ଷର ସଶ୍ରମ କାରାଦଣ୍ଡ

01 Jan 2025 By The Sakala

ନୂଆବର୍ଷରେ ଶ୍ରୀରାମଙ୍କୁ ଦର୍ଶନ କଲେ ଦୁଇଲକ୍ଷ ଶ୍ରଦ୍ଧାଳୁ

ଭାପୁର: ନୂଆବର୍ଷରେ ସାରା ଭାରତର ତୀର୍ଥ ଓ ଧାର୍ମିକ ସ୍ଥଳିରେ ଭିଡ ପରିଲକ୍ଷିତ ହୋଇଛି। ବିଶେଷ କରି ଓଡ଼ିଶାର ଜଗନ୍ନାଥ ଧାମ ପୁରୀ ଓ ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ଫତେଗଡ ଶ୍ରୀରାମ ମନ୍ଦିର ସାରା ଓଡ଼ିଶାର ଭକ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ଫତେଗଡ ଶ୍ରୀରାମ ମନ୍ଦିରରେ ନୂଆବର୍ଷରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି। ବୁଧବାର ଦିନ ଦୁଇ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା।ନୂଆବର୍ଷ ଦିନ ଭୋର ସମୟରୁ ଶ୍ରୀରାମ ମନ୍ଦିରରେ ଭକ୍ତଙ୍କ ଭିଡ ଆରମ୍ଭ ହୋଇଥିଲା। ଭିଡ ଆସ୍ତେ ଆସ୍ତେ ବଢିବାରୁ ମନ୍ଦିର କର୍ତ୍ତୃପକ୍ଷ ଦିନ ୯ ଟା ସମୟରୁ ପାହାଡ ଉପରକୁ ସମସ୍ତ ଯାନବାହନ ଯିବା ବନ୍ଦ କରିଦେଇଥିଲେ। ଶ୍ରଦ୍ଧାଳୁ ମାନେ ପରିବାର ସହ ଚାଲି ଚାଲି ପାହାଡ ଚଢି ପ୍ରଭୁଙ୍କ ଦର୍ଶନ କରିଥିଲେ।

ମଧ୍ୟାହ୍ନ ସମୟରେ ଭିଡ ଏପରି ହୋଇଥିଲା ଯେ ଫତେଗଡ ମୁଖ୍ୟ ରାସ୍ତାରେ ଦୁଇ କିଲୋମିଟର ଧରି ଟ୍ରାଫିକ ଜାମ ହୋଇ ରହିଥିଲା। ଫତେଗଡ ପୋଲିସ ସ୍ୱତନ୍ତ୍ର ଫୋର୍ସ ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆପ୍ରାଣ ଉଦ୍ୟମ କରିବା ଯୋଗୁଁ ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହ ମର୍ଜ୍ୟଦାପୁରୁଷଙ୍କ ଦର୍ଶନ କରି ଫେରିଥିଲେ। ଜିଲ୍ଲା ବାହାରୁ ଆସିଥିବା ହଜାର ହଜାର ଭକ୍ତମାନେ  ପାହାଡ ପାଦଦେଶରେ ବଣଭୋଜି କରୁଥିବାର ଦେଖିବାକୁ ମିଳିଛି। ମାତ୍ର ବଣଭୋଜି ପାଇଁ ପାନୀୟ ଜଳ ଠିକସେ ମିଳୁନଥିବାରୁ ଲୋକମାନେ ହଇରାଣ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର