ଖୋରଧା-ବଲାଙ୍ଗୀର ରେଳପଥକୁ ଦୀର୍ଘ ପ୍ରତୀକ୍ଷିତ ପରିବେଶ ମଞ୍ଜୁରୀ; ନିର୍ମାଣ ଏବେ ମନ୍ଥର ହେବ ନାହିଁ ତ?
ଓଡ଼ିଶାର ଅନ୍ୟତମ ପୁରୁଣା ରେଳପ୍ରକଳ୍ପ ଖୋରଧା-ବଲାଙ୍ଗୀର ରେଳପଥର ଅବଶିଷ୍ଟ ୬୮ କିମିକୁ ପରିବେଶ ଅନୁମତି ପ୍ରଦାନ କରାଯିବା ପରେ ଏହାର ସବୁଠୁ ବଡ଼ ପ୍ରତିବନ୍ଧକ ଦୂର ହୋଇଛି। ଏଥିସହିତ ୩୦୧ କିମି ଦୈର୍ଘ୍ୟ ଏହି ରେଳପଥର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ୨୦୨୫ ସୁଦ୍ଧା ଶେଷ ହେବାର ଆଶା ଉଜ୍ଜ୍ୱଳତର ହୋଇଛି। ଯେଉଁ ୬୮ କିମି ପଥକୁ ଜଙ୍ଗଲ ବିଭାଗ ନିର୍ମାଣ ଅନୁମତି ପ୍ରଦାନ କରିଛି, ତାହା ଦଶପଲ୍ଲା ଓ ପୁରୁଣା କଟକ ମଧ୍ୟରେ ଅବସ୍ଥିତ। କୌଣସି […]
ଓଡ଼ିଶାର ଅନ୍ୟତମ ପୁରୁଣା ରେଳପ୍ରକଳ୍ପ ଖୋରଧା-ବଲାଙ୍ଗୀର ରେଳପଥର ଅବଶିଷ୍ଟ ୬୮ କିମିକୁ ପରିବେଶ ଅନୁମତି ପ୍ରଦାନ କରାଯିବା ପରେ ଏହାର ସବୁଠୁ ବଡ଼ ପ୍ରତିବନ୍ଧକ ଦୂର ହୋଇଛି। ଏଥିସହିତ ୩୦୧ କିମି ଦୈର୍ଘ୍ୟ ଏହି ରେଳପଥର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ୨୦୨୫ ସୁଦ୍ଧା ଶେଷ ହେବାର ଆଶା ଉଜ୍ଜ୍ୱଳତର ହୋଇଛି। ଯେଉଁ ୬୮ କିମି ପଥକୁ ଜଙ୍ଗଲ ବିଭାଗ ନିର୍ମାଣ ଅନୁମତି ପ୍ରଦାନ କରିଛି, ତାହା ଦଶପଲ୍ଲା ଓ ପୁରୁଣା କଟକ ମଧ୍ୟରେ ଅବସ୍ଥିତ। କୌଣସି ପ୍ରକଳ୍ପର ନିର୍ମାଣ ପାଇଁ ଜଙ୍ଗଲ ବିଭାଗର ଅନୁମତି ପରିବେଶ ଦୃଷ୍ଟିରୁ ଅପରିହାର୍ଯ୍ୟ ଏବଂ ସେ ଦାୟିତ୍ୱ କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟର। ୧୯୯୪-୯୫ରୁ ମଞ୍ଜୁରି ପାଇଥିବା ଖୋରଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ଚୂଡ଼ାନ୍ତ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ଦୀର୍ଘ ୨୮ ବର୍ଷ ଲାଗିଗଲା ଏବଂ ତା’ ମଧ୍ୟରେ କେନ୍ଦ୍ରରେ ଏକାଧିକ ସରକାର ଆସିଛନ୍ତି ଏବଂ ଯାଇଛନ୍ତି। ଏଥିରୁ ମନେ ହେଉଛି, ଅଣଅର୍ଥନୈତିକ ତଥା ସାମାଜିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରେଳପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ବିଶେଷ ତତ୍ପର ନୁହନ୍ତି। ଓଡ଼ିଶା ସରକାରଙ୍କ ବାରମ୍ବାର ଦାବି ଓ ସ୍ୱର ଉତ୍ତୋଳନ ସତ୍ତ୍ବେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ତେବେ ସେ ଯା’ହେଉ ବିଳମ୍ବରେ ହେଉ ପଛେ କେନ୍ଦ୍ର ଏହି ପ୍ରକଳ୍ପକୁ ଶେଷ ପର୍ଯ୍ୟାୟର ପରିବେଶ ଅନୁମତି ପ୍ରଦାନ କରିଥିବାରୁ ଧନ୍ୟବାଦାର୍ହ।
ଖୋରଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଭାରତର ଏକ ଅନ୍ୟତମ ନିଆରା ଯୋଜନା। ଓଡ଼ିଶା ସରକାର ଏହି ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ଏହାର ୧୭୭ କିମି ପଥ ନିମନ୍ତେ ଅଧା ନିର୍ମାଣ ଖର୍ଚ୍ଚ ବହନ କରୁଛନ୍ତି। ଏହାଛଡ଼ା ନିଜ ଖର୍ଚ୍ଚରେ ଜମି ଅଧିଗ୍ରହଣ କରି ରେଳବାଇକୁ ମଧ୍ୟ ଯୋଗାଇ ଦେଇ ଆସୁଛନ୍ତି। ରାଜ୍ୟ ସରକାର ଜମି ଅଧିଗ୍ରହଣ ଓ ହସ୍ତାନ୍ତର କାର୍ଯ୍ୟର ଯେଉଁ ଦାୟିତ୍ୱ ନେଇଛନ୍ତି, ତାହାର ଆଉ ମାତ୍ର ୫ ଶତାଂଶ କାମ ସଂବେଦନଶୀଳ ଜଙ୍ଗଲାଞ୍ଚଳରେ ଅଟକିଛି। ଏବେ ପରିବେଶ ମଞ୍ଜୁରୀ ମିଳିଥିବାରୁ ସେ କାମ ଅବଶ୍ୟ ତ୍ୱରାନ୍ୱିତ ହେବ। ରାଜ୍ୟ ସରକାର ଜମି ହସ୍ତାନ୍ତର କରୁନଥିବାର ଯେଉଁ ଅଭିଯୋଗ ରେଳବାଇ କରୁଛି, ତାହା ପ୍ରକୃତରେ ଠିକ୍ ନୁହେଁ। ଏହି ରେଳପଥ ମଧ୍ୟରୁ ଇତିମଧ୍ୟରେ ଖୋରଧା ପଟରୁ ନୟାଗଡ଼ ଜିଲ୍ଲାର ନୂଆଗାଁ ଯାଏ ୯୦.୪୩ କିମି ରେଳପଥ ନିର୍ମାଣ ଶେଷ ହୋଇ ତା’ ଉପରେ ଟ୍ରେନ୍ ଗଡ଼ିଲାଣି। ସେହିଭଳି ବଲାଙ୍ଗୀରରୁ ଝାରବନ୍ଧ ପ୍ରାୟ ୨୫ କିମି ରେଳପଥ ନିର୍ମାଣ ସରିଛି। ଏହାବ୍ୟତୀତ ଆସନ୍ତା ମାସରେ ନୂଆଗାଁ-ଦଶପଲ୍ଲା ମଧ୍ୟରେ ପ୍ରାୟ ୧୫.୫ କିମି ରେଳପଥ କାର୍ଯ୍ୟକ୍ଷମ ହେବା ସ୍ଥିତିରେ ରହିଛି। ଏମିତି ଦେଖିଲେ ମୋଟାମୋଟି ୧୩୧ କିମି ରେଳପଥ ପ୍ରାୟ ସରିଛି। ଆହୁରି ୧୭୦ କିମି ରେଳପଥ ୨୦୨୫ ଅର୍ଥାତ ଆଉ ଦୁଇବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବା ନିଶ୍ଚିତ ଏକ ମସ୍ତବଡ଼ ଆହ୍ୱାନ।
ଏହି ପ୍ରକଳ୍ପ ପାଇଁ ଅର୍ଥର ଅଭାବ ନାହିଁ। ୨୦୨୨-୨୩ ବଜେଟରେ ଏଥିପାଇଁ ୮୯୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ୨୦୨୧-୨୨ରେ ମିଳିଥିଲା ୧୦୦୦ କୋଟି ଟଙ୍କା। ୨୦୨୩-୨୪ ବଜେଟ୍ରେ ସର୍ବାଧିକ ୧୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅର୍ଥ ଥାଇ ତାହା ଖର୍ଚ୍ଚ ହୋଇ ନପାରିବା ଏକ ବଡ଼ ବିଡ଼ମ୍ବନା। ଏହାଫଳରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେବା ସ୍ୱାଭାବିକ। ୨୦୨୧-୨୨ରେ ମିଳିଥିବା ୧୦୦୦ କୋଟି ଟଙ୍କା ମଧ୍ୟରୁ ମାତ୍ର ୩୭୧.୮୫ କୋଟି ଟଙ୍କା ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବା ଘଟଣା ଏହାର କଚ୍ଛପଗତିକୁ ସୂଚାଉଛି। ଏବେ ଜମିଅଧିଗ୍ରହଣ ଓ ପରିବେଶଗତ ପ୍ରସଙ୍ଗର ଅବସାନ ଘଟିଛି। ତେଣେ ଅର୍ଥର ଅଭାବ ମଧ୍ୟ ନାହିଁ। ତେଣୁ ଧାର୍ଯ୍ୟ ସୀମା ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଯେପରି ସରିବ, ତାହା ବିଶେଷ ଗୁରୁତ୍ୱପୂର୍ଣ୍ଣ।
ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହା ବଲାଙ୍ଗୀର, ସୋନପୁର, କନ୍ଧମାଳ, ବୌଦ, ନୟାଗଡ଼ ଓ ଖୋରଧା ଜିଲ୍ଲାକୁ ସଂଯୋଗ କରିବା ସହିତ ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ସମ୍ପର୍କର ଏକ ନୂଆ ପଥ ଯୋଡ଼ିବ। ଏହି ରେଳପଥ ମଧ୍ୟ ରାଜ୍ୟର ଏକାଧିକ ଅନଗ୍ରସର ଜିଲ୍ଲାକୁ ସ୍ପର୍ଶ କରିବା ଫଳରେ ସେସବୁ ଜିଲ୍ଲାରେ ଶିଳ୍ପାୟନର ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ। ଓଡ଼ିଶା ସରକାର ମୂଳରୁ ଏହି ପ୍ରକଳ୍ପ ପାଇଁ ବିଶେଷ ତତ୍ପର ଏବଂ ୨୦୧୪ରୁ ନିର୍ମାଣ କାମ ଆରମ୍ଭ ହେବା ପରଠାରୁ ବିଭିନ୍ନ ଭାବେ ସାହାଯ୍ୟ ସହଯୋଗ ଯୋଗାଇ ଆସୁଛନ୍ତି। ବିଭିନ୍ନ ସେକ୍ସନ ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇ ଭୂମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିବାବେଳେ ଜଣେ ବରିଷ୍ଠ ଅଧିକାରୀଙ୍କୁ ପ୍ରକଳ୍ପ କାର୍ଯ୍ୟର ତଦାରଖ ଓ ସମନ୍ୱୟ ଦାୟିତ୍ୱ ଦିଆଯାଇଛି। ଉଭୟ ସରକାରୀ ଓ ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ରହିଲା କେତେ ଶୀଘ୍ର କାମ କରାଯାଇ ପାରିବ।
ଏହା ଏପରି ଏକ ପ୍ରକଳ୍ପ, ଯାହା ବିଭିନ୍ନ କାରଣରୁ ଏକ ଅସରନ୍ତି ଉପକ୍ରମରେ ବସ୍ତୁତଃ ପରିଣତ ହୋଇଥିଲା। ପ୍ରକଳ୍ପ ଖର୍ଚ୍ଚ ବଢ଼଼ିବା ସହିତ ନିର୍ମାଣ କାର୍ଯ୍ୟ ଗଡ଼ପଡ଼ ଚାଲିଥିଲା। ଏହି ପ୍ରକଳ୍ପଟିର ଅର୍ଥନୈତିକ ଓ ବ୍ୟବସାୟିକ ଗୁରୁତ୍ୱ ଅପେକ୍ଷାକୃତ କମ୍ ଥିବାର ଆଳ ଦେଖାଇ ଏକପ୍ରକାର କେନ୍ଦ୍ରୀୟ ଅବହେଳାର ସମ୍ମୁଖୀନ ହୋଇଥିଲା। ଅନେକ ସମୟରେ ସାମାଜିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆର୍ଥିକ ବିକାଶ ଓ ଅଭିବୃଦ୍ଧିର ଦ୍ୱାର ଯେ ଫିଟାଇ ଥାଏ, ଏକଥା କେନ୍ଦ୍ର ସରକାରଙ୍କୁ ବୁଝିବାକୁ ବହୁ ବର୍ଷ ଲାଗିଗଲା। ଭାରତର ଅନେକ ନୂତନ ରେଳପଥ ପ୍ରକଳ୍ପ ଆଗରୁ କେବଳ ବ୍ୟବସାୟିକ ଲାଭର ଆକଳନ ଉପରେ ନ କରାଯାଇ ଅନଗ୍ରସର ଓ ପାର୍ବତ୍ୟାଞ୍ଚଳ ଆଦିର ବିକାଶ ତଥା ସମ୍ପୃକ୍ତ ଅଞ୍ଚଳରେ ଆର୍ଥିକ ଓ ସାମାଜିକ ମାନଦଣ୍ଡର ନୂତନ ମାର୍ଗ ଖୋଲିବା ପାଇଁ କରାଯାଇଛି। ଖୋରଧା-ବଲାଙ୍ଗୀର ରେଳପଥ ନିଶ୍ଚିତ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ, ଯାହା ଏକାଧିକ ଅନୁନ୍ନତ ଜିଲ୍ଲାର ତଥା ସମଗ୍ର ରାଜ୍ୟର ଭାଗ୍ୟରେଖା ପାଲଟି ପାରିବ। ଏହା ଯେତେ ଶୀଘ୍ର ଶେଷ ହେବ, ସେତେ ମଙ୍ଗଳକର। ୨୦୨୫ ସୁଦ୍ଧା ଏହି ପ୍ରକଳ୍ପ େଶଷ କରିବାର ଯେଉଁ ଲକ୍ଷ୍ୟ ରଖାଯାଇଛି ନିର୍ମାଣ କାର୍ଯ୍ୟକୁ ଦ୍ରୁତତର କଲେ ତାହା ହାସଲ ହେବା ଅସମ୍ଭବ ନୁହେଁ। ଏବେ ସମସ୍ୟାମୁକ୍ତ ଏହି ପ୍ରକଳ୍ପ ପାଇଁ ଯେଉଁ ନୂଆ ସୁଯୋଗ ଆସିଛି, ତାହାର ପୂର୍ଣ୍ଣ ଫାଇଦା ଉଠାଯାଉ। ଏଥିପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ରହିଲା କେନ୍ଦ୍ର ରେଳ ମନ୍ତ୍ରଣାଳୟ ଉପରେ।