ଆଜିଠୁ ବଢ଼ିବ ତାତି

The Sakala Picture
Published On

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ଅଧିକ ରହୁଥିବା ବେଳେ ସୋମବାରଠାରୁ ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହିବ। ଫଳରେ ଗତ ୨-୩ ଦିନ ହେବ ରାତିରେ ଅନୁଭୂତ ହେଉଥିବା ଥଣ୍ଡା ହ୍ରାସ ପାଇବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୪ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ରବିବାର ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ […]

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ଅଧିକ ରହୁଥିବା ବେଳେ ସୋମବାରଠାରୁ ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହିବ। ଫଳରେ ଗତ ୨-୩ ଦିନ ହେବ ରାତିରେ ଅନୁଭୂତ ହେଉଥିବା ଥଣ୍ଡା ହ୍ରାସ ପାଇବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୪ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ରବିବାର ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏଠାରେ ପାରଦ ୩୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଅନୁଗୁଳ ୩୩.୭, ଭୁବନେଶ୍ୱର ୩୩.୫, ଝାରସୁଗୁଡ଼ା, ମାଲକାନଗିରି ଓ ନୟାଗଡ଼ରେ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି ସବୁ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ପାର କରିବାର ସମ୍ଭାବନା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଅନ୍ୟପଟେ ଫେବୃଆରୀ ମାସ ପାଇଁ ଆଇଏମଡି ପକ୍ଷରୁ ଜାରି ଆକଳନରେ କୁହାଯାଇଛି ଯେ ଚଳିତ ମାସ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ସାରା ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବାକୁ ଥିବା ବେଳେ ଦକ୍ଷିଣରୁ ଉତ୍ତର ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ତାପମାତ୍ରା ଯଥେଷ୍ଟ ଅଧିକ ରହିବ। ଯାହାଦ୍ୱାରା ଏହି ସ୍ଥାନଗୁଡ଼ିକରେ ଫେବୃଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରବଳ ଖରାର ପ୍ରକୋପ ଦେଖାଯିବ ନେଇ ଆଶଙ୍କା କରାଯାଉଛି। ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିବା ଆରମ୍ଭ ହୋଇଥିବାରୁ ତାପମାତ୍ରା ବଢ଼଼ିବା ଆରମ୍ଭ ହୋଇଛି। ଏହାସହିତ ରାଜ୍ୟରେ କୁହୁଡ଼ି ନେଇ ମଧ୍ୟ ଅନୁକୂଳ ପାଗ ସୃଷ୍ଟି ହୋଇଛି।

ସୋମବାର ସକାଳ ସୁଦ୍ଧା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଆଦିରେ କୁହୁଡ଼ି ହେବାକୁ ଥିବା ବେଳେ ମଙ୍ଗଳବାର ସକାଳ ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କଟକ ଓ ଯାଜପୁର ଆଦିରେ କୁହୁଡ଼ି ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ରାଜ୍ୟକୁ ଗଲା ୪ ଦିନ ହେବ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ବାୟୁର ପ୍ରବେଶ ହେଉଥିଲା। ଏହାଦ୍ୱାରା ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଶୀତ ଅନୁଭୂତ ହେଉଥିଲା। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିବା ସହ ଅନେକ ସ୍ଥାନରେ ପାରଦ ୫ ଡିଗ୍ରୀ ତଳକୁ ଖସିଥିଲା। ଏବେ ସ୍ଥିତିରେ ପରିବର୍ତ୍ତନ ଆସିଛି ଓ ତାତି ବଢ଼଼ିବା ନେଇ ପାଗ ଅନୁକୂଳ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର