୯ ଦିନରେ ୬୫ % ଅଧିକ ବର୍ଷା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ବର୍ତ୍ତମାନ ମୌସୁମୀ ସ୍ୱାଭାବିକ ସ୍ଥିତିରେ ରହିଛି। ଏହାସହିତ ଗତ କାଲିର ଘୂର୍ଣ୍ଣିବଳୟ ସକ୍ରିର ରହିଛି। ଏହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ ଢେଙ୍କାନାଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର […]

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ବର୍ତ୍ତମାନ ମୌସୁମୀ ସ୍ୱାଭାବିକ ସ୍ଥିତିରେ ରହିଛି। ଏହାସହିତ ଗତ କାଲିର ଘୂର୍ଣ୍ଣିବଳୟ ସକ୍ରିର ରହିଛି। ଏହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ ଢେଙ୍କାନାଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୧-୧୩ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ହ୍ରାସ ହେବାକୁ ଥିବା ବେଳେ ଏହାପରେ ବର୍ଷାର ପରିମାଣ ବଢ଼଼ିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଏଥର ସଅଳ ଆସିପାରେ ମୌସୁମୀ: ମେ’ ୨୫ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ

ଅନ୍ୟପଟେ ରାଜ୍ୟରେ ଲଗାତାର ବର୍ଷା ଜାରି ରହିଥିବାରୁ ୧ ଅକ୍ଟୋବରରୁ ୯ ଅକ୍ଟୋବର ମଧ୍ୟରେ ୭୯.୪ ମିମି ବର୍ଷା ହୋଇଛି। ଏହା ସ୍ୱାଭାବିକ ବର୍ଷା ୪୮.୧ ମିମି ତୁଳନାରେ ୬୫ ପ୍ରତିଶତ ଅଧିକ ରହିଛି ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ରବିବାର ଦ୍ୱୈତ-ସହର କଟକ ଏବଂ ଭୁବନେଶ୍ୱରରେ ଦିନ ତମାମ ମେଘୁଆ ପାଗ ସହ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଏହାସହିତ କିଛି ଅଞ୍ଚଳରେ ମଝିରେ ମଝିରେ ବର୍ଷାର ତୀବ୍ରତା ଘଣ୍ଟା ପ୍ରତି ୨ ରୁ ୩ ସେମି ଯାଏଁ ରହିଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍, ୨୦ରୁ ଉର୍ଦ୍ଧ୍ୱ ଆହତ

10 Oct 2022 By The Sakala

୯ ଦିନରେ ୬୫ % ଅଧିକ ବର୍ଷା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ବର୍ତ୍ତମାନ ମୌସୁମୀ ସ୍ୱାଭାବିକ ସ୍ଥିତିରେ ରହିଛି। ଏହାସହିତ ଗତ କାଲିର ଘୂର୍ଣ୍ଣିବଳୟ ସକ୍ରିର ରହିଛି। ଏହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ ଢେଙ୍କାନାଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୧-୧୩ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ହ୍ରାସ ହେବାକୁ ଥିବା ବେଳେ ଏହାପରେ ବର୍ଷାର ପରିମାଣ ବଢ଼଼ିବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ରାଜ୍ୟରେ ଲଗାତାର ବର୍ଷା ଜାରି ରହିଥିବାରୁ ୧ ଅକ୍ଟୋବରରୁ ୯ ଅକ୍ଟୋବର ମଧ୍ୟରେ ୭୯.୪ ମିମି ବର୍ଷା ହୋଇଛି। ଏହା ସ୍ୱାଭାବିକ ବର୍ଷା ୪୮.୧ ମିମି ତୁଳନାରେ ୬୫ ପ୍ରତିଶତ ଅଧିକ ରହିଛି ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ରବିବାର ଦ୍ୱୈତ-ସହର କଟକ ଏବଂ ଭୁବନେଶ୍ୱରରେ ଦିନ ତମାମ ମେଘୁଆ ପାଗ ସହ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଏହାସହିତ କିଛି ଅଞ୍ଚଳରେ ମଝିରେ ମଝିରେ ବର୍ଷାର ତୀବ୍ରତା ଘଣ୍ଟା ପ୍ରତି ୨ ରୁ ୩ ସେମି ଯାଏଁ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର