ବନ୍ୟା ବିଗାଡ଼ିଲା ପରିବା ଚାଷୀଙ୍କ ଆର୍ଥିକ ସ୍ଥିତି; ଛାର୍‌ଖାର୍‌ ହୋଇଗଲା ୪ ଶହ ଏକର ପୋଟଳ ଚାଷ

The Sakala Picture
Published On

ନୟାଗଡ଼/ଗଣିଆ: ନୟାଗଡ଼ ଜିଲ୍ଲାରେ ଭୟାବହ ବନ୍ୟା ପରିସ୍ଥିତି ଗଣିଆ ବ୍ଲକର ଶହ ଶହ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। ବିଶେଷକରି ପୋଟଳ ଚାଷୀ ଗୁରୁତର ପ୍ରଭାବିତ ହୋଇଛନ୍ତି। ପ୍ରାୟ ୪ଶହ ଏକର ପୋଟଳ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଶହ ଶହ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଗଣିଆ ବ୍ଲକ ରାସଙ୍ଗ, କିଶୋରପ୍ରସାଦ ଓ ଛାମୁଣ୍ଡିଆ ପଞ୍ଚାୟତରେ ବ୍ୟାପକ ପୋଟଳ ଚାଷ କରାଯାଏ । ଏହି ପୋଟଳ ଚାଷ ଉଭୟ ପୁରୁଷ ଓ […]

ନୟାଗଡ଼/ଗଣିଆ: ନୟାଗଡ଼ ଜିଲ୍ଲାରେ ଭୟାବହ ବନ୍ୟା ପରିସ୍ଥିତି ଗଣିଆ ବ୍ଲକର ଶହ ଶହ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। ବିଶେଷକରି ପୋଟଳ ଚାଷୀ ଗୁରୁତର ପ୍ରଭାବିତ ହୋଇଛନ୍ତି। ପ୍ରାୟ ୪ଶହ ଏକର ପୋଟଳ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଶହ ଶହ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଗଣିଆ ବ୍ଲକ ରାସଙ୍ଗ, କିଶୋରପ୍ରସାଦ ଓ ଛାମୁଣ୍ଡିଆ ପଞ୍ଚାୟତରେ ବ୍ୟାପକ ପୋଟଳ ଚାଷ କରାଯାଏ । ଏହି ପୋଟଳ ଚାଷ ଉଭୟ ପୁରୁଷ ଓ ମହିଳା ଚାଷୀମାନେ କରିଥାନ୍ତି । ମିଶନ ଶକ୍ତି ସହାୟତାରେ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଉକ୍ତ ଅଞ୍ଚଳରେ ପୋଟଳ ଚାଷ କରନ୍ତି। ମହାନଦୀ ପଠାରେ ଥଣ୍ଡା ପାଣିପାଗ ଏବଂ ଉର୍ବର ମୃର୍ତ୍ତିକା ପୋଟଳ ଚାଷ ପାଇଁ ଅତ୍ୟନ୍ତ ଅନୁକୁଳ ହୋଇଥାଏ । କିଶୋରପ୍ରସାଦ ପଞ୍ଚାୟତରେ ୭୦ରୁ ୯୦ ଏକର, ରାସଙ୍ଗ ପଞ୍ଚାୟତରେ ୪୦ରୁ ୫୦ ଏକର ଏବଂ ଛାମୁଣ୍ଡିଆ ପଞ୍ଚାୟତରେ ୩ ଶହରୁ ଅଧିକ ଏକର ପୋଟଳ ଚାଷ କରାଯାଏ । ସ୍ଥାନୀୟ ବଜାର ସହ ଖୋର୍ଦ୍ଧା, ଭୁବନେଶ୍ୱରର ବଡ଼ ବେପାରିମାନେ ଏହି ଅଞ୍ଚଳରୁ ପୋଟଳ ନେଇ ବିକ୍ରି କରିଥାନ୍ତି । ଅନେକ ଚାଷୀ ବ୍ରହ୍ମପୁର ଓ କନ୍ଧମାଳ ଜିଲ୍ଲାକୁ ପୋଟଳ ପଠାଇଥାନ୍ତି। କେତେକ ଚାଷୀ କଟକ ଜିଲ୍ଲାର ବଡ଼ମ୍ବା ଓ ନରସିଂହପୁର ଅଞ୍ଚଳକୁ ପୋଟଳ ପଠାଇଥାନ୍ତି। ପୋଟଳ ପାଇଁ ଏହି ଅଞ୍ଚଳ ଉପରେ ୫୪ଟି ଜିଲ୍ଲାର ବ୍ୟବସାୟୀ ନିର୍ଭର କରିଥାନ୍ତି। ଚଳିତ ବର୍ଷ ପୋଟଳ ଦର ମଧ୍ୟ ବେଶ ଭଲ ରହିଥିଲା ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ବଜାରରେ ଦେଶୀ ପୋଟଳ କେଜି ୪୦ରୁ ୫୦ ଟଙ୍କା ରହିଥିବା ବେଳେ ହାଇବ୍ରିଡ୍ ପୋଟଳ ଦର ୨୦ରୁ ୩୦ ଟଙ୍କା ରହିଥିଲା । ଫଳରେ ଉକ୍ତ ଅଞ୍ଚଳର ଚାଷୀମାନେ ଏବର୍ଷ ଭଲ ଦୁଇପଇସା ରୋଜଗାର କରିବା ଲକ୍ଷରେ ରହିଥିଲେ । ମାତ୍ର ଚଳିତ ବନ୍ୟା ସବୁ କିଛିକୁ ଛାରଖାର କରି ଦେଇଛି । ନଦୀ ପଠା ଓ ପାଟ ଅଞ୍ଚଳରେ କରାଯାଇଥିବା ଏହି ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଲଗାତର ଭାବେ ୫ ଦିନ ଧରି ପାଣିରେ ବୁଡ଼ି ରହିବାରୁ ପୋଟଳ ଗଛ ସମ୍ପୂର୍ଣ୍ଣ ପଚି ଯାଇଛି । ଶହ ଶହ ଚାଷୀ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଛାମୁଣ୍ଡିଆ ଅଞ୍ଚଳର ସନ୍ତୋଷ ସାହୁ କହିଛନ୍ତି। ବନ୍ୟା କମିବା ପରେ ମଧ୍ୟ ଉକ୍ତ ଗଛ ବଞ୍ଚିବା ସମ୍ଭାବନା ନଥିବା ଅନେକ ଚାଷୀ କହିଛନ୍ତି। ଗଛ ପଚି ଯାଇଥିବା କାରଣରୁ ଏବର୍ଷ ପୋଟଳ ଉତ୍ପାଦନ କମିବା ସହ ଆକାଶଛୁଆଁ ଦର ହେବ ବୋଲି ଅନୁମାନ କରଯାଉଛି। ଉଦ୍ୟାନ ବିଭାଗ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଏହାର ସର୍ଭେ କରାଯାଇ ଉକ୍ତ ଅଞ୍ଚଳର ପୋଟଳ ଚାଷୀଙ୍କୁ କ୍ଷତିଗ୍ରସ୍ତ ସହାୟତା ପ୍ରଦାନ ସହ ନୂତନ ଭାବେ ଚାଷ କରିବା ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି। ସେହିଭଳି ଭାବେ ମିଶନ ଶକ୍ତି ସହାୟତାରେ ଚାଷ କରିଥିବା ଏସ୍ଏଚ୍‌ଜି ଗ୍ରୁପ୍ ଗୁଡ଼ିକୁ ଋଣ ଛାଡ଼ କରିବା ସହ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର