ଓଡ଼ିଶାର ଗର୍ବ ଓ ସ୍ୱାଭିମାନ ‘କଳିଙ୍ଗ ପୁରସ୍କାର’କୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ! କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

The Sakala Picture
Published On

ଭୁବନେଶ୍ବର : ପ୍ରଚଣ୍ଡ ଦେଶପ୍ରେମୀ ଜାତୀୟତାବାଦୀ ଏବଂ ମହାନ ରାଷ୍ଟ୍ରନୀତିଜ୍ଞ, ଦୂରଦର୍ଶୀ ଜନନେତା, ଦୁର୍ଦ୍ଧର୍ଷ ବୈମାନିକ ବିଜୁ ପଟ୍ଟନାୟକଙ୍କ ପ୍ରୟାସରେ ଆରମ୍ଭ ହୋଇଥିବା ୟୁନେସ୍କୋ କଳିଙ୍ଗ ପୁରସ୍କାରକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି। ୧୯୫୨ ମସିହାରୁ ପ୍ରଦାନ କରାଯାଇଆସୁଥିବା ଏହି ସମ୍ମାନଜନକ ପୁରସ୍କାରକୁ ହଠାତ ଆର୍ଥିକ ଅନୁଦାନ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୟୁନେସ୍କୋ କଳିଙ୍ଗ ପୁରସ୍କାରକୁ […]

ଭୁବନେଶ୍ବର : ପ୍ରଚଣ୍ଡ ଦେଶପ୍ରେମୀ ଜାତୀୟତାବାଦୀ ଏବଂ ମହାନ ରାଷ୍ଟ୍ରନୀତିଜ୍ଞ, ଦୂରଦର୍ଶୀ ଜନନେତା, ଦୁର୍ଦ୍ଧର୍ଷ ବୈମାନିକ ବିଜୁ ପଟ୍ଟନାୟକଙ୍କ ପ୍ରୟାସରେ ଆରମ୍ଭ ହୋଇଥିବା ୟୁନେସ୍କୋ କଳିଙ୍ଗ ପୁରସ୍କାରକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି। ୧୯୫୨ ମସିହାରୁ ପ୍ରଦାନ କରାଯାଇଆସୁଥିବା ଏହି ସମ୍ମାନଜନକ ପୁରସ୍କାରକୁ ହଠାତ ଆର୍ଥିକ ଅନୁଦାନ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଭଦ୍ରକରେ ଲଜ୍ଜା: ନାବାଳିକା ଝିଆରି ଦୁଷ୍କର୍ମ ଅଭିଯୋଗରେ ଦାଦା ଗିରଫ

ୟୁନେସ୍କୋ କଳିଙ୍ଗ ପୁରସ୍କାରକୁ ପୁଣି ଚାଲୁ କରିବାକୁ କେନ୍ଦ୍ର ବିଜ୍ଞାନ ଓ କାରୀଗର କୌଶଳ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି ନବୀନ। ଓଡିଆ ଅସ୍ମିତାର ପ୍ରତୀକ ୟୁନେସ୍କୋ କଳିଙ୍ଗ ପୁରସ୍କାର। କଳିଙ୍ଗ ପୁରସ୍କାର କେବଳ ଏକ ଅନ୍ତର୍ଜାତୀୟ ପୁରସ୍କାର ନୁହେଁ, କଳିଙ୍ଗ ପୁରସ୍କାର ଓଡ଼ିଆ ଲୋକଙ୍କ ଭାବାବେଗ ସହ ଜଡ଼ିତ। ଏଣୁ ଏହି ପୁରସ୍କାର ପାଇଁ ଆର୍ଥିକ ଅନୁଦାନ ବନ୍ଦ କରିବାକୁ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଯେଉଁ ନିଷ୍ପତ୍ତି ନେଇଛି, ତାହା ନକରି ପୁଣିଥରେ ଚାଲୁ କରିବାକୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ହସ୍ତକ୍ଷେପ ଲୋଡିଛନ୍ତି ନବୀନ।

ଆହୁରି ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶରେ କାୟା ମେଲାଇଲାଣି କୋଭିଡ ମହାମାରୀ, ସୀମାନ୍ତ ଓଡ଼ିଶାରେ ହାଇ ଆଲର୍ଟ

ନବୀନ ଚିଠିରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କଳିଙ୍ଗ ୟୁନେସ୍କୋ ପୁରସ୍କାରର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହାକୁ ଗୁରୁତର ସହ ନେଇ ୬:୪:୪ ଅନୁପାତରେ ପୁରସ୍କାର ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ପୁରସ୍କାର ରାଶି ବାବଦକୁ ପାଖାପାଖି ଏକ କୋଟି ଟଙ୍କା ଦିଆଯାଉଛି। ସେଥିରେ ୬ ଭାଗ କେନ୍ଦ୍ର ସରକାର ପ୍ରଦାନ କରୁଥିବାବେଳେ ରାଜ୍ୟ ସରକାର ୪ ଓ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ୪ ଭାଗ ଦେଉଥିଲେ। କିନ୍ତୁ କେନ୍ଦ୍ର ସରକାର ଆଗକୁ ଆଉ ଆର୍ଥିକ ସହଯୋଗ କରିବେ ନାହିଁ ବୋଲି କହିବା ଖବର ମୋତେ ଗଭୀର ଆଘାତ ଦେଇଛି। ଏଣୁ ଓଡ଼ିଶାର ଗର୍ବ ଓ ସ୍ୱାଭିମାନ କଳିଙ୍ଗ ପୁରସ୍କାର ପାଇଁ ଆର୍ଥିକ ଅନୁଦାନ ବନ୍ଦ ନକରିପୁରସ୍କାରକୁ ପୁଣି ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦଙ୍କୁ ନବୀନ ଅନୁରୋଧ କରିଛନ୍ତି।

୧୯୫୨ ମସିହାରୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ବର୍ତ୍ତମାନ ସୁଦ୍ଧା ୭୨ ଜଣ ବିଶିଷ୍ଟ ବୈଜ୍ଞାନିକ ଓ ୭ଜଣ ନୋବେଲ ପୁରସ୍କାର ବିଜେତାଙ୍କୁ ପ୍ରଦାନ କରାଯାଇଛି । ୟୁନେସ୍କୋର ବଦାନ୍ୟତା ଯୋଗୁ ଏହି ପୁରସ୍କାର ଆନ୍ତର୍ଜାତୀୟ ମାନ୍ୟତା ଲାଭ କରିଥିଲା । ୧୯୫୧ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏହି ପୁରସ୍କାର ବିଜ୍ଞାନ ଓ ଗବେଷଣାକୁ ଲୋକପ୍ରିୟ କରିବାକୁ ଆରମ୍ଭ କରିଥିଲେ। ଏଥିପାଇଁ ସେ ଆର୍ଥିକ ଅନୁଦାନର ଅବଦାନ ରଖିଥିଲେ। ଏହି ବାର୍ଷିକ ୟୁନେସ୍କୋ – କଳିଙ୍ଗ ପୁରସ୍କାର ପାଇଁ ଅର୍ଥରାଶି କଳିଙ୍ଗ ଫାଉଣ୍ଡେସନ୍‌‌ ଟ୍ରଷ୍ଟ, ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିଲା। ସାଧାରଣ ଜନତାଙ୍କ ପାଇଁ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ବ୍ୟାଖ୍ୟାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାର ପ୍ରତିବର୍ଷ ଜଣେ କିମ୍ୱା ଏକାଧିକ ବୈଜ୍ଞାନିକଙ୍କୁ ପ୍ରଦାନ କରାଯାଇଥାଏ।

12 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର