ଦେଶରେ ନୂଆ କ୍ରାନ୍ତି ସୃଷ୍ଟି କରିଛି ନବୀନ ପଟ୍ଟନାୟକଙ୍କ ‘ଓଡ଼ିଶା ମଡେଲ’

The Sakala Picture
Published On

(ସମରେନ୍ଦୁ ଦାସ) : ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ରାଜ୍ୟରେ ବିଜେଡି ସରକାର ସଫଳତାର ସହ ୨୩ ବର୍ଷ ପୂରଣ କରି ୨୪ବର୍ଷରେ ପାଦ ଥାପିଛି। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ କ୍ରମାଗତ ୫ମ ପାଳି ଶାସନର ଚତୁର୍ଥ ବର୍ଷ ପୂରଣ କରିଛନ୍ତି। ତାଙ୍କ ନେତୃତ୍ୱରେ ଓଡ଼ିଶାର ସଫଳତା ଓ ବିକାଶ ଜାତୀୟସ୍ତରରେ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ପାଲଟିଛି। ରାଜ୍ୟରେ ‘ମୋ ସରକାର’ ଅଧୀନରେ ଚାଲିଥିବା ଜନକଲ୍ୟାଣକାରୀ ଏବଂ ଲକ୍ଷ୍ୟଭେଦୀ ଯୋଜନା ‘ଓଡ଼ିଶା ମଡେଲ’ ଭାବେ ଦେଶରେ […]

(ସମରେନ୍ଦୁ ଦାସ) : ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ରାଜ୍ୟରେ ବିଜେଡି ସରକାର ସଫଳତାର ସହ ୨୩ ବର୍ଷ ପୂରଣ କରି ୨୪ବର୍ଷରେ ପାଦ ଥାପିଛି। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ କ୍ରମାଗତ ୫ମ ପାଳି ଶାସନର ଚତୁର୍ଥ ବର୍ଷ ପୂରଣ କରିଛନ୍ତି। ତାଙ୍କ ନେତୃତ୍ୱରେ ଓଡ଼ିଶାର ସଫଳତା ଓ ବିକାଶ ଜାତୀୟସ୍ତରରେ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ପାଲଟିଛି। ରାଜ୍ୟରେ ‘ମୋ ସରକାର’ ଅଧୀନରେ ଚାଲିଥିବା ଜନକଲ୍ୟାଣକାରୀ ଏବଂ ଲକ୍ଷ୍ୟଭେଦୀ ଯୋଜନା ‘ଓଡ଼ିଶା ମଡେଲ’ ଭାବେ ଦେଶରେ ସୃଷ୍ଟି କରିଛି ନୂଆ କ୍ରାନ୍ତି। ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଓଡ଼ିଶା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ୨୩ ବର୍ଷ ମଧ୍ୟରେ ନିଅଣ୍ଟିଆ ରାଜ୍ୟରୁ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା। ରାଜ୍ୟ ବଜେଟ ୨୩ ବର୍ଷ ମଧ୍ୟରେ ପ୍ରାୟ ୩୫ ଗୁଣ ବଢ଼଼ିଛି। ରାଜ୍ୟକୁ ସମୃଦ୍ଧ ଓ ସଶକ୍ତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଆଙ୍କିଛନ୍ତି ‘ନବୀନ ଓଡ଼ିଶା’ର ନୀଳ ନକ୍ସା।

ଆହୁରି ପଢ଼ନ୍ତୁ: ରଥଯାତ୍ରା କର୍ଡନ ପାସ୍‌କୁ ନେଇ CMଙ୍କ କଡ଼ା ନିର୍ଦ୍ଦେଶ: କେବଳ ନୀତିକାନ୍ତି ସହ ଜଡ଼ିତ ସେବକ ଓ କର୍ମଚାରୀଙ୍କୁ ଅନୁମତି

ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ସୁରକ୍ଷା ସହ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା, ମହିଳା ଓ କୃଷକଙ୍କ ସଶକ୍ତିକରଣ, ଶିଳ୍ପାନ୍ୱୟନ ମାଧ୍ୟମରେ ସ୍ଥାନୀୟ ନିଯୁକ୍ତି ବୃଦ୍ଧି ନିମନ୍ତେ ଜନକଲ୍ୟାଣକାରୀ ଯୋଜନା ଓ ଏହାର ସଫଳ କାର୍ଯ୍ୟାନ୍ୱୟନ ନବୀନ ସରକାରକୁ ଅଧିକ ଲୋକପ୍ରିୟ କରିଛି। ୨୦୩୬ରେ ଓଡ଼ିଶା ଗଠନର ଶତବାର୍ଷିକୀ ବେଳକୁ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ବନ୍ୟା, ବାତ୍ୟା, ମରୁଡ଼ି, ମହାମାରୀ ଭଳି ପ୍ରାକୃତିକ ବିପର୍ଯ୍ୟୟର ପ୍ରତିବନ୍ଧକକୁ ପ୍ରତିହତ କରି ବିକାଶର ଲକ୍ଷ୍ୟ ପଥରେ ସରକାର ଯୋଜନାବଦ୍ଧ ଭାବେ ଅଗ୍ରସର ହେଉଛନ୍ତି। ଏଥିପାଇଁ ୫ମ ପାଳି ଆରମ୍ଭରୁ ଜନସାଧାରଣଙ୍କୁ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ପ୍ରଥମ କ୍ୟାବିନେଟରେ ସରକାର ନୀତି ଭାବେ ପାରିତ କରାଇଛନ୍ତି। ଏହି ଆଧାରରେ ପ୍ରସ୍ତୁତ କରିଛନ୍ତି ସୁଚିନ୍ତିତ ଓ ଦୀର୍ଘମିଆଦୀ ଯୋଜନା। ପ୍ରଶାସନକୁ ଅଧିକ ଲୋକାଭିମୁଖୀ ଓ ଚଳଚଞ୍ଚଳ କରିବାରେ ‘ମୋ ସରକାର’ ସାଜିଛି ପଥପ୍ରଦର୍ଶକ।

ଆହୁରି ପଢ଼ନ୍ତୁ: ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କୁ ଭେଟିବା ସହ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ନେଇ ଆଲୋଚନା କଲେ ଭି.କେ. ପାଣ୍ଡିଆନ

‘୫-ଟି’ ଅନୁଶାସନରେ ଶୃଙ୍ଖଳିତ ହୋଇଛି ପ୍ରଶାସନ। ଦୃଢ଼ ଦୂରଦର୍ଶୀ ନେତୃତ୍ୱ ଓ ନିର୍ଦିଷ୍ଟ ଲକ୍ଷ୍ୟ ନେଇ ଏବେ ବିକାଶ ପଥରେ ଗତିଶୀଳ ହୋଇଛି ଓଡ଼ିଶା। ଦୁଇ ଦଶନ୍ଧିର ସ୍ଥିର ଶାସନ ରାଜ୍ୟର ବିକାଶ ଓ ରୂପାନ୍ତରଣରେ ନିର୍ଣ୍ଣାୟକ ହୋଇଛି। ସରକାରଙ୍କ କଲ୍ୟାଣକାରୀ ଯୋଜନାର ସୁଫଳ ସବୁବର୍ଗର ଲୋକଙ୍କ ପାଖରେ ପହଞ୍ଚିବା ସହ ଲୋକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି। ରାଜ୍ୟର ସାମୂହିକ ଘରୋଇ ଉତ୍ପାଦ(ଜିଏସ୍‌‌ଡିପି) ହାର ଜାତୀୟ ହାରଠାରୁ ଊର୍ଦ୍ଧ୍ବରେ ରହିଛି। ଜାତୀୟ ସ୍ତରର ଅର୍ଥନୀତିଜ୍ଞମାନଙ୍କ ଆକଳନ ଅନୁସାରେ ରାଜ୍ୟର ସମାବେଶୀ ବିକାଶ ମଡେଲ ଯୋଗୁଁ ହିଁ ଏହି ଅଭିବୃଦ୍ଧି ସମ୍ଭବ ହୋଇଛି। ଜୀବନଜୀବିକାକୁ ନେଇ ଯୋଜନା, କୃଷି ଓ କୃଷକ ସଶକ୍ତିକରଣ, ଦକ୍ଷତା ବିକାଶ, ମିଶନ ଶକ୍ତି ଜରିଆରେ ମହିଳାଙ୍କ ଆର୍ଥିକ ପ୍ରଗତି, ସରକାର ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ଇତ୍ୟାଦି ରାଜ୍ୟର ସର୍ବାଙ୍ଗୀଣ ବିକାଶର ମାନକ ପାଲଟିଛି।

ଆହୁରି ପଢ଼ନ୍ତୁ: ୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ: ଇ.ଏମ.ଟିଙ୍କ ତତ୍ପରତାରେ ମା' ଓ ଶିଶୁଙ୍କ ଜୀବନ ରକ୍ଷା

କୃଷକଙ୍କ ଆୟ ଦ୍ୱିଗୁଣ କରିବା ନିମନ୍ତେ ‘କାଳିଆ’ ଯୋଜନାରେ ୫୪ ଲକ୍ଷରୁ ଅଧିକ ଚାଷୀଙ୍କୁ ଦିଆଯାଉଛି ଆର୍ଥିକ ସହାୟତା। କମ୍‌‌ ସୁଧରେ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କୃଷି ଋଣ ଯୋଗାଇଦେବା ସହ ଚଳିତବର୍ଷରୁ କୃଷି ବୀମା ଅର୍ଥକୁ ନିଜେ ଭରଣା କରିବାକୁ ଘୋଷଣା କରି ସରକାର ଚାଷୀର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିଛନ୍ତି। ସେହିପରି ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରି ସରକାର କୃଷିକ୍ଷେତ୍ରକୁ ସମୃଦ୍ଧ କରିଛନ୍ତି।

ସୁସ୍ଥ ଓଡ଼ିଶା ଗଠନ ଦିଗରେ ଦୃଢ଼ୀଭୂତ ହୋଇଛି ସ୍ୱାସ୍ଥ୍ୟ ଭିତ୍ତିଭୂମି। ରାଜ୍ୟରେ ନୂଆ ମେଡିକାଲ କଲେଜ ଓ ହସ୍‌‌ପିଟାଲ ନିର୍ମାଣ ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନିୟମିତ ଭାବେ ଡାକ୍ତର ନିଯୁକ୍ତି ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ବଳିଷ୍ଠ କରିଛି। ଗରିବ ଜନସାଧାରଣଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌‌କେୱାଇ)ରେ ରାଜ୍ୟ ତଥା ରାଜ୍ୟ ବାହାର ପ୍ରତିଷ୍ଠିତ ଡାକ୍ତରଖାନାରେ ମାଗଣା ଚିକିତ୍ସାର ସୁବିଧା କରାଇଛନ୍ତି।

ସେହିଭଳି ରାଜ୍ୟର ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ ଓ ସ୍ୱାବଲମ୍ବୀ କରାଇବା ଲକ୍ଷ୍ୟରେ ରାଜ୍ୟ ସରକାର ମିଶନ ଶକ୍ତିକୁ ଦେଇଛନ୍ତି ସ୍ୱତନ୍ତ୍ର ପରିଚୟ। ଗଠନ ହୋଇଛି ସ୍ୱତନ୍ତ୍ର ବିଭାଗ। ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ମହିଳା ଏସ୍‌‌ଏଚ୍‌‌ଜି ସଦସ୍ୟ ଆଜି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ମଣ୍ଡିରେ ଧାନ କିଣିବା ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ବିଦ୍ୟୁତ୍‌‌ ଓ ପାଣି ବିଲ୍‌‌ ଆଦାୟ, ବ୍ୟାଙ୍କ ସାଥୀ ଏବଂ ଅନ୍ୟ ବହୁ ସରକାରୀ ସେବାରେ ଏସ୍‌‌ଏଚ୍‌‌ଜି ସଦସ୍ୟାମାନଙ୍କ ଯୋଗଦାନ ଉଲ୍ଲେଖନୀୟ ରହିଛି। ଏସ୍‌‌ଏଚ୍‌‌ଜି ମହିଳାମାନଙ୍କୁ ଅସମୟରେ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି’ ଭଳି ଏକ ସ୍ୱତନ୍ତ୍ର ମିଶନ ଶକ୍ତି ପାଣ୍ଠିର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରାଚୀନ ଐତିହ୍ୟ ସଂରକ୍ଷଣ ଓ ଧାର୍ମିକ ପୀଠର ବିକାଶ ଦିଗରେ ନିଆଯାଇଛି ପଦକ୍ଷେପ। ଶ୍ରୀକ୍ଷେତ୍ର ପୁରୀଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ଧାର୍ମିର୍କ ପୀଠ ଏବଂ ମହାପୁରୁଷମାନଙ୍କ ସ୍ମୃତିପୀଠର ରୂପାନ୍ତରଣ ରାଜ୍ୟ ପର୍ଯ୍ୟଟନକୁ ସମୃଦ୍ଧ କରିଛି।
ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଛି। ରାଉରକେଲାରେ ବିଶ୍ୱର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ ଏବଂ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମର ନବୀକରଣ ସହ କ୍ରମାଗତ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍‌‌ର ସଫଳ ଆୟୋଜନ କରି ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

କୃଷି ପ୍ରଧାନ ରାଜ୍ୟ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ସହ ଶିକ୍ଷିତ ଓ ଦକ୍ଷ ତଥା ତାଲିମପ୍ରାପ୍ତ ଯୁବଗୋଷ୍ଠୀଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହିକ୍ରମରେ ୫ମ ପାଳି ସରକାରରେ ମୁଖ୍ୟମନ୍ତ୍ରୀ ମେକ୍‌‌ ଇନ୍‌‌ ଓଡ଼ିଶା କନ୍‌‌କ୍ଲେଭ ମାଧ୍ୟମରେ ପୁଞ୍ଜିନିବେଶର ଏକ ନୂଆ ଧାରା ସୃଷ୍ଟି କରିଛନ୍ତି। ରାଜ୍ୟରେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ରାଜ୍ୟ, ଦେଶ ଏବଂ ବିଦେଶରେ ଶିଳ୍ପ ସମାବେଶ ମାଧ୍ୟମରେ ଶିଳ୍ପପତି ଏବଂ ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବାରେ ରାଜ୍ୟ ସରକାର ସକ୍ଷମ ହୋଇପାରିଛନ୍ତି। ଯାହାଫଳରେ କେନ୍ଦ୍ରାପଡ଼ାରେ ଖୁବ୍‌‌ଶୀଘ୍ର ରାଜ୍ୟର ଦ୍ୱିତୀୟ ଏବଂ ଦେଶର ସର୍ବବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାର ସୁଯୋଗ ସୃଷ୍ଟି ହୋଇଛି।

ସହର ଓ ନଗରାଞ୍ଚଳର ବିକାଶ ସହିତ ନବୀନ ସରକାର ଗ୍ରାମାଞ୍ଚଳର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଗ୍ରାମୀଣ ବିକାଶ ବିକଶିତ ଓଡ଼ିଶାର ବେଞ୍ଚମାର୍କ ପାଲଟିଛି। ରାଜ୍ୟ ସରକାର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଗ୍ରାମାଞ୍ଚଳ ଲୋକଙ୍କ ଜୀବନଜୀବିକା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଗ୍ରାମାଞ୍ଚଳ ଓ ପଞ୍ଚାୟତ ରାସ୍ତାକୁ ମୁଖ୍ୟ ରାଜପଥ ସହ ସଂଯୋଗ କରି ସରକାର ପରିବହନ ଓ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି। ବିଜୁ ଏକ୍ସପ୍ରେସ ୱେ -୨ ଯୋଜନାରେ ଦକ୍ଷିଣ-ପଶ୍ଚିମାଞ୍ଚଳରେ ପରିବହନ ଓ ସଡ଼କ ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ବିଶେଷକରି କେବିକେ ଅଞ୍ଚଳର ବିକାଶ ପାଇଁ ସଡ଼କ ଯୋଗାଯୋଗ, ସ୍ୱାସ୍ଥ୍ୟ ଓ କୃଷି ଭିତ୍ତିଭୂମିର ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ସର୍ବୋପରି ଗାଁଠୁ ସହର ଯାଏ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, କୃଷି, ଶିଳ୍ପ ଆଦି କ୍ଷେତ୍ରରେ ଏକ ସମତୁଲ ବିକାଶ ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ନୂଆ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଏବଂ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନରେ ବିଭାଗଗୁଡ଼ିକ କେତେଦୂର ସଫଳକାମୀ ହୋଇଛନ୍ତି, ତାହା ଜାଣିବା ପାଇଁ ବର୍ଷ ଶେଷରେ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଦିନ ବିଭାଗୱାରୀ ମନ୍ତ୍ରୀ ଏବଂ ସଚିବଙ୍କ ଉପସ୍ଥିତିରେ ସମୀକ୍ଷା କରିବା ସହ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସରକାର ଓ ପ୍ରଶାସନ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଯୋଜନାଗୁଡ଼ିକୁ ବାସ୍ତବ ରୂପ ଦେଇପାରିଛି। ସମାଜର ସବୁଠୁ ତଳସ୍ତରରେ ଥିବା ଲୋକର ଉନ୍ନତି, ଘରର ଚାରିକାନ୍ଥ ଭିତରେ ଆବଦ୍ଧ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ, ଗରିବ ଚାଷୀର ଆର୍ଥିକ ଅଭିବୃଦ୍ଧି, ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କୁ ନିଶ୍ଚିତ ସ୍ୱାସ୍ଥ୍ୟ ସେବା ଭଳି ବହୁ ଜନକଲ୍ୟାଣକାରୀ ଯୋଜନା ଏକ ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ନିମନ୍ତେ ପଥ ପରିଷ୍କାର କରିଛି।

29 May 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର