ରାଜ୍ୟରେ ସରକାର ଗଠନ ପାଇଁ ବିଜେପି ବହୁଦିନ ହେବ ଦିନରେ ସ୍ବପ୍ନ ଦେଖୁଛି: ନବୀନ

The Sakala Picture
Published On

ଭୁବନେଶ୍ବର : ଭାରତୀୟ ଜନତା ପାର୍ଟି ରାଜ୍ୟରେ ଏଥର ସରକାର ଗଠନ କରିବ ବୋଲି କହି ବୁଲୁଥିବା ବେଳେ ଆଜି ତାହାକୁ କଟାକ୍ଷ କରିଛନ୍ତି ବଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଭବାନୀପାଟଣାଠାରେ ଜନସଭାକୁ ସମ୍ଭୋଧିତ କରି ନୂଆପଡାକୁ ପ୍ରଚାର ପାଇଁ ଯିବା ସମୟରେ ନବୀନ ପଟ୍ଟନାୟକ ବିଜେପିକୁ କଟାକ୍ଷ କରିଛନ୍ତି। ବିମାନ ମଧ୍ୟରୁ ବିଜେପିର ସରକାର ଗଠନ କରିବା କଥାକୁ ନେଇ ନବୀନ ପଟ୍ଟନାୟକ କହିଛନ୍ତି ବହୁ ଦିନ […]

ଭୁବନେଶ୍ବର : ଭାରତୀୟ ଜନତା ପାର୍ଟି ରାଜ୍ୟରେ ଏଥର ସରକାର ଗଠନ କରିବ ବୋଲି କହି ବୁଲୁଥିବା ବେଳେ ଆଜି ତାହାକୁ କଟାକ୍ଷ କରିଛନ୍ତି ବଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଭବାନୀପାଟଣାଠାରେ ଜନସଭାକୁ ସମ୍ଭୋଧିତ କରି ନୂଆପଡାକୁ ପ୍ରଚାର ପାଇଁ ଯିବା ସମୟରେ ନବୀନ ପଟ୍ଟନାୟକ ବିଜେପିକୁ କଟାକ୍ଷ କରିଛନ୍ତି। ବିମାନ ମଧ୍ୟରୁ ବିଜେପିର ସରକାର ଗଠନ କରିବା କଥାକୁ ନେଇ ନବୀନ ପଟ୍ଟନାୟକ କହିଛନ୍ତି ବହୁ ଦିନ ହେବ ବିଜେପି ରାଜ୍ୟରେ ସରକାର ଗଠନ କରିବା ପାଇଁ ଦିବା ସ୍ବପ୍ନ ଦେଖୁଛି।

ଆହୁରି ପଢ଼ନ୍ତୁ: ଡିଏପି ଏବଂ ୟୁରିଆ ବଦଳରେ କମ୍ପ୍ଲେକ୍ସ ସାର ଓ ଆମୋନିୟମ ସଲଫେଟ୍ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ

ଭବାନୀପାଟଣାରୁ ନୂଆପଡା ଯିବା ସମୟରେ ବିମାନ ମଧ୍ୟରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲେ କି ‘ସାର୍‌ ବିଜେପି କହୁଛି, ଏଥର ସେମାନେ ରାଜ୍ୟରେ ସରକାର ଗଠନ କରିବେ’। ପାଣ୍ଡିଆନ୍‌ଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ‘ଓଡ଼ିଶାରେ ସରକାର ଗଠନ ପାଇଁ ବିଜେପି ବହୁଦିନ ହେବ ଦିନରେ ସ୍ବପ୍ନ ଦେଖୁଛି’।

06 May 2024 By The Sakala

ରାଜ୍ୟରେ ସରକାର ଗଠନ ପାଇଁ ବିଜେପି ବହୁଦିନ ହେବ ଦିନରେ ସ୍ବପ୍ନ ଦେଖୁଛି: ନବୀନ

ଭୁବନେଶ୍ବର : ଭାରତୀୟ ଜନତା ପାର୍ଟି ରାଜ୍ୟରେ ଏଥର ସରକାର ଗଠନ କରିବ ବୋଲି କହି ବୁଲୁଥିବା ବେଳେ ଆଜି ତାହାକୁ କଟାକ୍ଷ କରିଛନ୍ତି ବଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଭବାନୀପାଟଣାଠାରେ ଜନସଭାକୁ ସମ୍ଭୋଧିତ କରି ନୂଆପଡାକୁ ପ୍ରଚାର ପାଇଁ ଯିବା ସମୟରେ ନବୀନ ପଟ୍ଟନାୟକ ବିଜେପିକୁ କଟାକ୍ଷ କରିଛନ୍ତି। ବିମାନ ମଧ୍ୟରୁ ବିଜେପିର ସରକାର ଗଠନ କରିବା କଥାକୁ ନେଇ ନବୀନ ପଟ୍ଟନାୟକ କହିଛନ୍ତି ବହୁ ଦିନ ହେବ ବିଜେପି ରାଜ୍ୟରେ ସରକାର ଗଠନ କରିବା ପାଇଁ ଦିବା ସ୍ବପ୍ନ ଦେଖୁଛି।

ଭବାନୀପାଟଣାରୁ ନୂଆପଡା ଯିବା ସମୟରେ ବିମାନ ମଧ୍ୟରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲେ କି ‘ସାର୍‌ ବିଜେପି କହୁଛି, ଏଥର ସେମାନେ ରାଜ୍ୟରେ ସରକାର ଗଠନ କରିବେ’। ପାଣ୍ଡିଆନ୍‌ଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ‘ଓଡ଼ିଶାରେ ସରକାର ଗଠନ ପାଇଁ ବିଜେପି ବହୁଦିନ ହେବ ଦିନରେ ସ୍ବପ୍ନ ଦେଖୁଛି’।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର