ଜାତୀୟ ସ୍କଚ ଆୱାର୍ଡ଼ ୨୦୨୩: ବି ଏସ୍ କେ ୱାଇକୁ ସ୍ଵର୍ଣ୍ଣ ପଦକ

The Sakala Picture
Published On

ଭୁବନେଶ୍ୱର: ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାତୀୟ ସ୍କଚ ଆୱାର୍ଡ଼ – ୨୦୨୩ ର ସ୍ଵର୍ଣ୍ଣ ପଦ ହାସଲ କରିଛି । ଏଥିପାଇଁ ସ୍କଚ ଆୱାର୍ଡ଼ କର୍ତ୍ତୁପକ୍ଷଙ୍କ ଦ୍ଵାରା ନୂଆ ଦିଲ୍ଲୀ ସ୍ଥିତ ସମ୍ଭିଧାନ କ୍ଲବ ହଲରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟି (ସାସ୍)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡାକ୍ତର ଡି. ବୃନ୍ଦା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ […]

ଭୁବନେଶ୍ୱର: ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାତୀୟ ସ୍କଚ ଆୱାର୍ଡ଼ – ୨୦୨୩ ର ସ୍ଵର୍ଣ୍ଣ ପଦ ହାସଲ କରିଛି । ଏଥିପାଇଁ ସ୍କଚ ଆୱାର୍ଡ଼ କର୍ତ୍ତୁପକ୍ଷଙ୍କ ଦ୍ଵାରା ନୂଆ ଦିଲ୍ଲୀ ସ୍ଥିତ ସମ୍ଭିଧାନ କ୍ଲବ ହଲରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟି (ସାସ୍)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡାକ୍ତର ଡି. ବୃନ୍ଦା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ । ସ୍କଚ ଆୱାର୍ଡ଼ର ଅଧକ୍ଷ ଶ୍ରୀ ସମୀର କାଚୁରଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି, ଜାତୀୟ ଓ ଆନ୍ତର୍ଜାତୀୟ ଅନୁଷ୍ଠାନମାନଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା, ସଫଳତା ଓ ସ୍ବଚ୍ଛତା ପାଇଁ (ବି ଏସ୍ କେ ୱାଇ)କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନବସୃଜନ, ସର୍ବଜନୀନତା, ଉଲ୍ଲେଖନୀୟ ସଫଳତା ଏବଂ ସ୍ଵଚ୍ଛତା ପାଇଁ (ବି ଏସ୍ କେ ୱାଇ)କୁ ଏହି ପୁରସ୍କାରପ୍ରଦାନ କରାଯାଇଛି । (ବି ଏସ୍ କେ ୱାଇ) ଓଡ଼ିଶାର ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦୃଶ୍ୟମାନ ରୂପାନ୍ତରଣ ଆଣିଛି । ରାଜ୍ୟର ସମସ୍ତ ୧୧୯.୮ ଲକ୍ଷ ପରିବାରର ପ୍ରାୟ ୪.୭୯ କୋଟି ଲୋକଙ୍କୁ ସରକାରୀ ଚିକିତ୍ସାଳୟମାନଙ୍କରେ ଦେୟମୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ରୋଗ ନିର୍ଣ୍ଣୟ ପରୀକ୍ଷା ନିରୀକ୍ଷା ଠାରୁ ଆରମ୍ଭ କରି ସ୍ପେସାଲିଟି ପରାମର୍ଶ ଏବଂ ଔଷଧ ଆଦି ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ଯୋଗାଇ ଦିଆଯାଉଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଏହାଛଡା ଆର୍ଥିକ ସମ୍ବେଦନଶୀଳ ଓ ଦୁର୍ବଳ ୯୯.୩ ଲକ୍ଷ ପରିବାରର ସମସ୍ତ ୩.୫୬ କୋଟି ସଦସ୍ୟଙ୍କୁ (ବି ଏସ୍ କେ ୱାଇ) ସ୍ମାର୍ଟ କାର୍ଡ ଯୋଗାଇ ଦିଆଯାଇଛି । ଯାହା ବଳରେ ସେମାନେ ତାଲିକାଭୁକ୍ତ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲମାନଙ୍କରେ ପୂର୍ଣ୍ଣ ଦେୟମୁକ୍ତ ଚିକିତ୍ସା ପାଇପାରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ୧୭ଟି ରାଜ୍ୟରୁ ୮୧୬ ଘରୋଇ ହସ୍ପିଟାଲ (ବି ଏସ୍ କେ ୱାଇ) ତାଲିକାଭୁକ୍ତ ହୋଇସାରିଲେଣି । ଯୋଜନାର ସ୍ଵଚ୍ଛତା, ଉପଯୁକ୍ତ ଚିକିତ୍ସା ପ୍ୟାକେଜ ଏବଂ ତୁରନ୍ତ ବିଲ ପୈଠ ଆଦି ଯୋଗୁ ଅଧିକରୁ ଅଧିକ ଘରୋଇ ହସ୍ପିଟାଲ ଏଥିରେ ସାମିଲ ହେବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ତଥା ସାସର ଅଧ୍ୟକ୍ଷ ଶ୍ରୀମତୀ ଶାଳିନୀ ପଣ୍ଡିତ ବି ଏସ୍ କେ ୱାଇ ଟିମର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଏହି ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଇବା ସହ ଲୋକମାନଙ୍କୁ ସେବା ପ୍ରଦାନ ଦିଗରେ ସର୍ବଦା ସଜାଗ ଓ ତତ୍ପର ରହିବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ବି ଏସ୍ କେ ୱାଇ ଦ୍ଵିତୀୟ ଥର ପାଇଁ ଜାତୀୟ ସ୍କଚ ଆୱାର୍ଡ଼ରେ ସ୍ଵର୍ଣ୍ଣ ପଦ ହାସଲ କରିଛି । ଏହା ପୂର୍ବରୁ ବି ଏସ୍ କେ ୱାଇକୁ ୨୦୧୯ ବର୍ଷ ପାଇଁ ମଧ୍ୟ ସ୍କଚ ସ୍ଵର୍ଣ୍ଣ ପଦ ମିଳିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର