ଓଡ଼ିଶାରେ ସାର କଳାବଜାରୀକୁ ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଉଦ୍‌ବେଗ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ସାରର ବ୍ୟାପକ କଳାବଜାର ଏବଂ ଅବୈଧ ବିକ୍ରି କରାଯାଉଛି। ଅସାଧୁ ଉପାୟରେ ଡିଲର୍‌ ମାଲାମାଲ୍‌ ହେଉଥିଲା ବେଳେ ଚାଷୀ ମୁଣ୍ଡରେ ହାତ ଦେଉଛନ୍ତି। ଏଥିପାଇଁ ବିଭିନ୍ନ ସମୟରେ ଚାଷୀ ଏବଂ ବିଭିନ୍ନ ସଂଗଠନ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଉହ୍ଲାଉଛନ୍ତି। ରାଜ୍ୟରେ ଚାଷୀଙ୍କ ଏଭଳି ଦୟନୀୟ ଅବସ୍ଥା ଏବଂ ଡିଲର୍‌ଙ୍କ କାର୍ଯ୍ୟକଳାପକୁ ନେଇ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ରାଜ୍ୟସଭାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଶ୍ରୀ ମଙ୍ଗରାଜ ଏନେଇ ୩ଟି ପ୍ରଶ୍ନ କରିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ସାର କଳାବଜାରୀ ଓ ଅବୈଧ ବିକ୍ରୟ ସମ୍ପର୍କିତ ମାମଲା ସଂଖ୍ୟା କେତେ ରହିଛି। ଜିଲ୍ଲାୱାରୀ କେତେ ଡିଲର୍‌ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଜରିମାନା ଆଦାୟ କରାଯାଇଛି। ଓଡ଼ିଶାରେ ସାରର ନିରପେକ୍ଷ ବଣ୍ଟନ ଏବଂ ତଦାରଖକୁ ସୁଦୃଢ଼ କରିବା ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, କଳାବଜାରୀ ଏବଂ ଅବୈଧ ବିକ୍ରି ପାଇଁ ରାଜ୍ୟ ସରକାରଗୁଡ଼ିକ ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତାପ୍ରାପ୍ତ। ଓଡ଼ିଶା ସରକାରଙ୍କ ଅନୁଯାୟୀ, ୨୦୨୩-୨୪ ଏବଂ ୨୦୨୪-୨୫ ବର୍ଷ ମଧ୍ୟରେ ସାର କଳାବଜାରୀ କିମ୍ୱା ବେଆଇନ ବିକ୍ରୟ ସହିତ ଜଡ଼ିତ କୌଣସି ମାମଲା ରିପୋର୍ଟ ହୋଇନାହିଁ। ତଥାପି, ୨୦୨୫-୨୬ ମଧ୍ୟରେ ଢେଙ୍କାନାଳ, ଝାରସୁଗୁଡ଼ା ଏବଂ ସମ୍ୱଲପୁର ଜିଲ୍ଲାରେ ଗୋଟିଏ ଲେଖାଏଁ ମୋଟ ୩ଟି କଳାବଜାରୀ ମାମଲା ରିପୋର୍ଟ ହୋଇଛି। ଗତ ତିନିବର୍ଷ ମଧ୍ୟରେ ସାର ନିୟନ୍ତ୍ରଣ ଆଦେଶ, ୧୯୮୫ର ବିଭିନ୍ନ ବ୍ୟବସ୍ଥାର ଉଲ୍ଲଂଘନ ପାଇଁ ଡିଲର୍‌ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଅନୁଯାୟୀ ୩୬ଜଣଙ୍କ ଲାଇସେନ୍ସକୁ ନିଲମ୍ବିତ କରାଯାଇଥିଲା। ସେହିପରି ୧୯୨ ଡିଲରଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର