ଓଟିଟିରେ ଡିଜିଟାଲ ଜାଲିଆତି ଓ ଅବୈଧ କଣ୍ଟେଣ୍ଟ ପ୍ରଦର୍ଶନକୁ ନେଇ ସଂସଦରେ ଉଦ୍ବେଗ ପ୍ରକାଶ କଲେ ସାଂସଦ ମାନସ ମଙ୍ଗରାଜ
ନୂଆଦିଲ୍ଲୀ : ଓଟିଟି ପ୍ଲାଟଫର୍ମରେ ଡିଜିଟାଲ ଜାଲିଆତି ଓ ଅବୈଧ କଣ୍ଟେଣ୍ଟ ପ୍ରଦର୍ଶନକୁ ନେଇ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। ବର୍ତ୍ତମାନ ସମୟରେ ଓଟିଟି ପ୍ଲାଟଫର୍ମର ଏକ ବଡ଼ ମାର୍କେଟ ରହିଛି। ଯୁବଗୋଷ୍ଠୀ ଓଟିଟି ମୁହାଁ ହୋଇଥିବା ବେଳେ ଏହାର ଫାଇଦା ନେଇ ସେହି ପ୍ଲାଟଫର୍ମରେ ଡିଜିଟାଲ ଜାଲିଆତିଠୁ ନେଇ ଅବୈଧ କଣ୍ଟେଣ୍ଟ ପ୍ରଦର୍ଶନ ବହୁଳ ମାତ୍ରାରେ ବଢିବାରେ ଲାଗିଛି। ଯାହା ଯୁବଗୋଷ୍ଠୀଙ୍କ ଉପରେ ଖରାପ ପ୍ରଭାବ ପକାଉଛି। ଏଥି ସହିତ […]
ନୂଆଦିଲ୍ଲୀ : ଓଟିଟି ପ୍ଲାଟଫର୍ମରେ ଡିଜିଟାଲ ଜାଲିଆତି ଓ ଅବୈଧ କଣ୍ଟେଣ୍ଟ ପ୍ରଦର୍ଶନକୁ ନେଇ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। ବର୍ତ୍ତମାନ ସମୟରେ ଓଟିଟି ପ୍ଲାଟଫର୍ମର ଏକ ବଡ଼ ମାର୍କେଟ ରହିଛି। ଯୁବଗୋଷ୍ଠୀ ଓଟିଟି ମୁହାଁ ହୋଇଥିବା ବେଳେ ଏହାର ଫାଇଦା ନେଇ ସେହି ପ୍ଲାଟଫର୍ମରେ ଡିଜିଟାଲ ଜାଲିଆତିଠୁ ନେଇ ଅବୈଧ କଣ୍ଟେଣ୍ଟ ପ୍ରଦର୍ଶନ ବହୁଳ ମାତ୍ରାରେ ବଢିବାରେ ଲାଗିଛି। ଯାହା ଯୁବଗୋଷ୍ଠୀଙ୍କ ଉପରେ ଖରାପ ପ୍ରଭାବ ପକାଉଛି। ଏଥି ସହିତ ଯୁବଗୋଷ୍ଠୀଙ୍କୁ ମଧ୍ୟ ମନୋରଞ୍ଜନ ଯୋଗାଇବା ମାଧ୍ୟମରେ ବିପଥଗାମୀ କରାଇଦେଉଛନ୍ତି କିଛି ଓଟିଟି ପ୍ଲାଟଫର୍ମ।
ଏନେଇ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଏକ ଲିକ୍ଷିତ ପ୍ରଶ୍ନରେ ଓଟିଟି ପ୍ଲାଟଫର୍ମର ବ୍ୟବହାର ନେଇ ଯୁବଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରିବା ନେଇ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଓଟିଟି ଓ ଡିଜାଟାଲ ପ୍ଲାଟଫର୍ମର କଣ୍ଟେଣ୍ଟ ସୂଚନା ପ୍ରଯୁକ୍ତି ଆଇନ-୨୦୦୦ ଦ୍ବାରା ନିୟନ୍ତ୍ରୀତ ହୋଇଥାଏ । ଏହି ଆଇନରେ ଡିଜିଟାଲ ମିଡିଆ ପାଇଁ ଏକ କୋଡ ଅଫ୍ ଏଥିକ୍ସ ରହିଛି । ଆଇନତଃ ଯେଉଁ କଣ୍ଟେଣ୍ଟଗୁଡିକ ପ୍ରକାଶ କରାଯିବା ଉଚିତ ନୁହେଁ, ତାହାକୁ ଏହି କୋଡ ଅଫ୍ ଏଥିକ୍ସ ଦ୍ବାରା ନିୟନ୍ତ୍ରୀତ କରାଯାଇଥାଏ । ଏଥିରେ ବୟସ ଅନୁଯାୟୀ ବର୍ଗୀକରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଶିଶୁମାନେ କିଭଳି ବର୍ଜିତ କଣ୍ଟେଣ୍ଟ ଆକ୍ସସେସ କରିପାରିବେ ନାହିଁ ସେନେଇ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ କୁହାଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ।