ମୋଟର ଯାନ ଆଇନରେ ହେବ ସଂଶୋଧନ: ସବୁ ରାସ୍ତାରେ ପଥଚାରୀ ଓ ସାଇକଲ ଆରୋହୀଙ୍କ ପାଇଁ ରହିବ ସୁରକ୍ଷିତ ମାର୍ଗ

The Sakala Picture
Published On

ଭୁବନେଶ୍ୱର: ପଥଚାରୀ ଓ ସାଇକେଲ ଆରୋହୀଙ୍କ ସୁରକ୍ଷିତ ଗମନା ଗମନ ପାଇଁ ଓଡ଼ିଶା ମୋଟର ଯାନ ଆଇନ୍‍ ୧୯୯୩ରେ ସଂଶୋଧନ କରାଯିବ। ପରିବହନ ବିଭାଗ ପକ୍ଷରୁ ଏନଏଚ୍‍ଏଆଇ ଏବଂ ପୂର୍ତ୍ତ ବିଭାଗକୁ ପତ୍ର ଲେଖି କୁହାଯାଇଛି ଯେ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ସମେତ ଅନ୍ୟ ମୁଖ୍ୟ ରାସ୍ତା କଡ଼ରେ ସାଇକେଲ, ରିକ୍ସା ସମେତ ଚାଲି ଚାଲି ଯିବା ପାଇଁ ସ୍ୱତନ୍ତ୍ର ମାର୍ଗ ନିର୍ଦ୍ଧାରଣ ହେବ। ଆବଶ୍ୟକସ୍ଥଳେ ଫୁଟ୍‍ ଓଭର ବ୍ରିଜ୍‍ ନିର୍ମାଣ କରାଯିବ। ଯଦ୍ୱାରା […]

ଭୁବନେଶ୍ୱର: ପଥଚାରୀ ଓ ସାଇକେଲ ଆରୋହୀଙ୍କ ସୁରକ୍ଷିତ ଗମନା ଗମନ ପାଇଁ ଓଡ଼ିଶା ମୋଟର ଯାନ ଆଇନ୍‍ ୧୯୯୩ରେ ସଂଶୋଧନ କରାଯିବ। ପରିବହନ ବିଭାଗ ପକ୍ଷରୁ ଏନଏଚ୍‍ଏଆଇ ଏବଂ ପୂର୍ତ୍ତ ବିଭାଗକୁ ପତ୍ର ଲେଖି କୁହାଯାଇଛି ଯେ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ସମେତ ଅନ୍ୟ ମୁଖ୍ୟ ରାସ୍ତା କଡ଼ରେ ସାଇକେଲ, ରିକ୍ସା ସମେତ ଚାଲି ଚାଲି ଯିବା ପାଇଁ ସ୍ୱତନ୍ତ୍ର ମାର୍ଗ ନିର୍ଦ୍ଧାରଣ ହେବ। ଆବଶ୍ୟକସ୍ଥଳେ ଫୁଟ୍‍ ଓଭର ବ୍ରିଜ୍‍ ନିର୍ମାଣ କରାଯିବ। ଯଦ୍ୱାରା ସେମାନେ ରାସ୍ତାରେ ଯାଉଥିବା ଗାଡ଼ି ଠାରୁ ସୁରକ୍ଷିତ ଦୂରତା ରକ୍ଷା କରିପାରିବେ। କେଉଁ ସଡ଼କରେ ଏବଂ କେତେ ଦୂରତାରେ ଯାନବାହନ ଚଳାଚଳ ନିଷେଧ କରାଯିବ ଏବଂ ତାହା କେବଳ ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ ତାହା ସଡ଼କ ନିର୍ମାଣକାରୀ ବିଭାଗ ଚିହ୍ନଟ କରିବେ। ନୂଆ କରି ନିର୍ମାଣ ହେଉଥିବା ଅବା ମରାମତି ହେଉଥିବା ରାସ୍ତାରେ ବିଶେଷକରି ଜନଗହଳି ଅଞ୍ଚଳରେ ଏପରି ବ୍ୟବସ୍ଥା ହେବ। ଏହି ରାସ୍ତାରେ ଗାଡ଼ି ଚଳାଚଳ କଲେ ସ୍ଥାନୀୟ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରୋଷଘରୁ ୩୦ ପ୍ୟାକେଟ୍ ଡାଲଡ଼ା ଘିଅ ଜବତ, ତଦନ୍ତ ନିର୍ଦ୍ଦେଶ

ରାସ୍ତା ନିର୍ମାଣ ପାଇଁ ଡିଜାଇନ୍‍ ପ୍ରସ୍ତୁତି ସମୟରେ ପଥଚାରୀଙ୍କ ପାଇଁ ଜେବ୍ରା କ୍ରସିଂ, ସବ୍‍ୱେ, ଫୁଟ୍‍ ଓଭର ବ୍ରିଜ୍‍ ଆଦି ନିର୍ମାଣ ପାଇଁ ପ୍ରାବଧାନ ରହିବ। ବିଦ୍ୟାଳୟ, ଡାକ୍ତରଖାନା, ବଜାର ଅଞ୍ଚଳରେ ଏପରି ସୁରକ୍ଷିତ ଗନ୍ତବ୍ୟ ପଥ ନିର୍ମାଣ କରିବା ଉପରେ ଗୁରୁତ୍ୱ ଦିଆଯିବ। ପ୍ରତି ଦୁଇ କିମି ବ୍ୟବଧାନରେ ପଥଚାରୀଙ୍କ ପାଇଁ ସୁରକ୍ଷିତ ବ୍ୟବସ୍ଥା କରାଯିବ। ଯଦି ସମ୍ପୃକ୍ତ ଠିକାଦାର ଏଥିରେ ଅବହେଳା କରନ୍ତି ତା ହେଲେ ପ୍ରକଳ୍ପ ମୂଲ୍ୟ ଉପରେ ୧% ଜୋରିମାନା ଆଦାୟ କରାଯାଇ ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠିରେ ଜମା କରାଯିବ। ପଥ ଅବରୋଧକାରୀ ଏବଂ ଦ୍ରୁତ ଗାଡ଼ି ଚାଳକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ।

ଆହୁରି ପଢ଼ନ୍ତୁ: ବିଜେପି ବିଧାୟକଙ୍କ ପ୍ରୋତ୍ସାହନରେ ଟିଟିଲାଗଡ଼ରେ ଆତଙ୍କରାଜ: ବିଜେଡି

15 Sep 2022 By The Sakala

ମୋଟର ଯାନ ଆଇନରେ ହେବ ସଂଶୋଧନ: ସବୁ ରାସ୍ତାରେ ପଥଚାରୀ ଓ ସାଇକଲ ଆରୋହୀଙ୍କ ପାଇଁ ରହିବ ସୁରକ୍ଷିତ ମାର୍ଗ

ଭୁବନେଶ୍ୱର: ପଥଚାରୀ ଓ ସାଇକେଲ ଆରୋହୀଙ୍କ ସୁରକ୍ଷିତ ଗମନା ଗମନ ପାଇଁ ଓଡ଼ିଶା ମୋଟର ଯାନ ଆଇନ୍‍ ୧୯୯୩ରେ ସଂଶୋଧନ କରାଯିବ। ପରିବହନ ବିଭାଗ ପକ୍ଷରୁ ଏନଏଚ୍‍ଏଆଇ ଏବଂ ପୂର୍ତ୍ତ ବିଭାଗକୁ ପତ୍ର ଲେଖି କୁହାଯାଇଛି ଯେ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ସମେତ ଅନ୍ୟ ମୁଖ୍ୟ ରାସ୍ତା କଡ଼ରେ ସାଇକେଲ, ରିକ୍ସା ସମେତ ଚାଲି ଚାଲି ଯିବା ପାଇଁ ସ୍ୱତନ୍ତ୍ର ମାର୍ଗ ନିର୍ଦ୍ଧାରଣ ହେବ। ଆବଶ୍ୟକସ୍ଥଳେ ଫୁଟ୍‍ ଓଭର ବ୍ରିଜ୍‍ ନିର୍ମାଣ କରାଯିବ। ଯଦ୍ୱାରା ସେମାନେ ରାସ୍ତାରେ ଯାଉଥିବା ଗାଡ଼ି ଠାରୁ ସୁରକ୍ଷିତ ଦୂରତା ରକ୍ଷା କରିପାରିବେ। କେଉଁ ସଡ଼କରେ ଏବଂ କେତେ ଦୂରତାରେ ଯାନବାହନ ଚଳାଚଳ ନିଷେଧ କରାଯିବ ଏବଂ ତାହା କେବଳ ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ ତାହା ସଡ଼କ ନିର୍ମାଣକାରୀ ବିଭାଗ ଚିହ୍ନଟ କରିବେ। ନୂଆ କରି ନିର୍ମାଣ ହେଉଥିବା ଅବା ମରାମତି ହେଉଥିବା ରାସ୍ତାରେ ବିଶେଷକରି ଜନଗହଳି ଅଞ୍ଚଳରେ ଏପରି ବ୍ୟବସ୍ଥା ହେବ। ଏହି ରାସ୍ତାରେ ଗାଡ଼ି ଚଳାଚଳ କଲେ ସ୍ଥାନୀୟ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ରାସ୍ତା ନିର୍ମାଣ ପାଇଁ ଡିଜାଇନ୍‍ ପ୍ରସ୍ତୁତି ସମୟରେ ପଥଚାରୀଙ୍କ ପାଇଁ ଜେବ୍ରା କ୍ରସିଂ, ସବ୍‍ୱେ, ଫୁଟ୍‍ ଓଭର ବ୍ରିଜ୍‍ ଆଦି ନିର୍ମାଣ ପାଇଁ ପ୍ରାବଧାନ ରହିବ। ବିଦ୍ୟାଳୟ, ଡାକ୍ତରଖାନା, ବଜାର ଅଞ୍ଚଳରେ ଏପରି ସୁରକ୍ଷିତ ଗନ୍ତବ୍ୟ ପଥ ନିର୍ମାଣ କରିବା ଉପରେ ଗୁରୁତ୍ୱ ଦିଆଯିବ। ପ୍ରତି ଦୁଇ କିମି ବ୍ୟବଧାନରେ ପଥଚାରୀଙ୍କ ପାଇଁ ସୁରକ୍ଷିତ ବ୍ୟବସ୍ଥା କରାଯିବ। ଯଦି ସମ୍ପୃକ୍ତ ଠିକାଦାର ଏଥିରେ ଅବହେଳା କରନ୍ତି ତା ହେଲେ ପ୍ରକଳ୍ପ ମୂଲ୍ୟ ଉପରେ ୧% ଜୋରିମାନା ଆଦାୟ କରାଯାଇ ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠିରେ ଜମା କରାଯିବ। ପଥ ଅବରୋଧକାରୀ ଏବଂ ଦ୍ରୁତ ଗାଡ଼ି ଚାଳକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର