ରୋଷେଇ ଘରୁ ଉଭାନ ହୋଇଗଲାଣି ପରିବା, ବଜାରରେ ଅଧିକାଂଶ ପରିବା ଦର ତିନିଅଙ୍କ ପାର୍‌‌

The Sakala Picture
Published On

ଭୁବନେଶ୍ୱର: କିଛିଦିନ ଧରି ରାଜଧାନୀରେ ପନିପରିବା ଦରବୃଦ୍ଧି କେବଳ ଗରିବ ଓ ନିମ୍ନ ମଧ୍ୟବିତ ପରିବାର ଲୋକଙ୍କୁ ବାଧୁଥିବା ବେଳେ ଏବେ ଅହେତୁକ ଦରଦାମ ମଧ୍ୟବିତ ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଯଦିବା ହାଟଗୁଡ଼ିକରେ କେତେକ ପରିବା ଦର ଶହେ ପାଖାପାଖି ଓ ଅଳ୍ପ କେତେକ ପରିବା ଦର ଶହେ ଉପରେ ରହିଛି ତେବେ ବାହାର ଖୁଚୁରା ଦୋକାନରେ ଅଧିକାଂଶ ପରିବା ଦର କିଲୋପ୍ରତି ଦର ଶହେ ଟଙ୍କା ପାର୍‌‌ କରିଛି। ବିଶେଷକରି ଆଳୁ, […]

ଭୁବନେଶ୍ୱର: କିଛିଦିନ ଧରି ରାଜଧାନୀରେ ପନିପରିବା ଦରବୃଦ୍ଧି କେବଳ ଗରିବ ଓ ନିମ୍ନ ମଧ୍ୟବିତ ପରିବାର ଲୋକଙ୍କୁ ବାଧୁଥିବା ବେଳେ ଏବେ ଅହେତୁକ ଦରଦାମ ମଧ୍ୟବିତ ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଯଦିବା ହାଟଗୁଡ଼ିକରେ କେତେକ ପରିବା ଦର ଶହେ ପାଖାପାଖି ଓ ଅଳ୍ପ କେତେକ ପରିବା ଦର ଶହେ ଉପରେ ରହିଛି ତେବେ ବାହାର ଖୁଚୁରା ଦୋକାନରେ ଅଧିକାଂଶ ପରିବା ଦର କିଲୋପ୍ରତି ଦର ଶହେ ଟଙ୍କା ପାର୍‌‌ କରିଛି। ବିଶେଷକରି ଆଳୁ, ପିଆଜକୁ ଛାଡ଼ିଲେ ଅଧିକାଂଶ ପରିବା ଦର ତିନି ଅଙ୍କ ଛୁଇଁଲାଣି। ଫଳରେ ରାଜଧାନୀର ସବୁ ବର୍ଗର ଲୋକେ ଦରଦାମରେ ଅତିଷ୍ଠ ହୋଇପଡ଼ିଲେଣି। ଏଭଳି ସ୍ଥିତି ଅତିକମ୍‌‌ରେ ଆଉ ଏକମାସ ପର୍ଯ୍ୟନ୍ତ ଜାରିରହିବ ବୋଲି ବ୍ୟବସାୟୀମାନେ ମତ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଗତ ଦୁଇ ସପ୍ତାହ ତଳେ ରାଜଧାନୀର ବିଭିନ୍ନ ପରିବା ହାଟରେ ଭେଣ୍ଡି ଦର କିଲୋପ୍ରତି ୫୦ରୁ ୬୦ ଟଙ୍କା ଥିବା ବେଳେ ଏବେ ଏହା ତିନି ଅଙ୍କ ପାର୍‌‌ କରି ଶହେରେ ପହଞ୍ଚିଛି। ସେହିଭଳି ୫୫ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ଜହ୍ନି ଏବେ ଶହେ ଟଙ୍କାରେ ବିକ୍ରି ହେଉଥିବା ବେଳେ ଟମାଟୋ ଏବେ ୧୨୦ରେ ପହଞ୍ଚିଛି। ଦୁଇ ସପ୍ତାହ ତଳେ ରାଜଧାନୀର ବିଭିନ୍ନ ହାଟରେ ଟମାଟୋ ଦର ୫୦ରୁ ୬୦ ଟଙ୍କା ମଧ୍ୟରେ ସୀମିତ ରହିଥିଲା। ତେବେ ଗତ ସପ୍ତାହରେ ପରିବାର ଦର ଶହେ ଟଙ୍କା ପାର୍‌‌ କରିଥିବା ବେଳେ ହଠାତ୍‌‌ ୧୫ରୁ ୨୦ ଟଙ୍କା କମି ୭୫ରୁ ୮୦ ଟଙ୍କାରେ ବିକ୍ରି ହୋଇଥିଲା। ଏବେ ପୁଣିଥରେ ଟମାଟୋ ଦର ବୃଦ୍ଧି ପାଇଛି। ସେହିଭଳି ଝୁଡ଼ଙ୍ଗ ୪୦ରୁ ୪୫ ଟଙ୍କା ରହିଥିବା ବେଳେ ୧୫ ଦିନ ଭିତରେ ଏହାର ଦର ଶହେ ଟପିଛି।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଦୈନନ୍ଦିନ ଖାଇବାକୁ ଅଧିକ ରୋଚକପୂର୍ଣ୍ଣ କରୁଥିବା କଞ୍ଚା ଲଙ୍କା ଦର ସର୍ବାଧିକ ରହିଛି। ମଙ୍ଗଳବାର ପରିବା ହାଟରେ କଞ୍ଚାଲଙ୍କା ଦର କିଲୋପ୍ରତି ୩ ଶହ ଟଙ୍କାରେ ବିକ୍ରି ହୋଇଥିଲା। ଫଳରେ ଅନେକ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏବେ କଞ୍ଚା ଲଙ୍କା ବଦଳରେ ଶୁଖିଲା ଲଙ୍କାରେ କାମ ଚଳାଉଛନ୍ତି। ସେହିଭଳି ମଙ୍ଗଳବାର ରାଜଧାନୀର ବିଭିନ୍ନ ପରିବା ହାଟରେ ଅଦା କିଲୋପ୍ରତି ଦର ୩ ଶହ ଟଙ୍କା ପାର୍‌‌ କରିଥିବା ବେଳେ ରସୁଣ ଦର ୧୬୦ ରହିଥିଲା। ବାଇଗଣ ଶହେ ରୁ ଊର୍ଦ୍ଧ୍ବ ଦାମ୍‌‌ରେ ବିକ୍ରି ହେଉଥିବା ବେଳେ କଲରା େକଜି ୧୧୦ ଟଙ୍କାରେ ବିକ୍ରି ହେଉଥିଲା। ଅପରପକ୍ଷେ ସବୁଜ ପନିପରିବା ଦରବୃଦ୍ଧି ଦୃଷ୍ଟିରୁ ଲୋକେ ଭାତ ସାଙ୍ଗକୁ ଆଳୁ ପିଆଜକୁ ଖାଉଥିଲେ। କିନ୍ତୁ ଗତ ୧୫ ଦିନ ତଳେ ଆଳୁ ପିଆଜ ଦର ବି ୩୦ରୁ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଗତ ଦୁଇ ସପ୍ତାହ ତଳେ ଆଳୁଦର ୧୩/୧୪ ଟଙ୍କାରେ ବିକ୍ରି ହେଉଥିବା ଏବେ ୨୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ପିଆଜ ଦାମ ମଧ୍ୟ ଦୁଇଗୁଣ ବୃଦ୍ଧି ପାଇଁ ୩୦ ଟଙ୍କାରେ ପହଞ୍ଚିଛି। ଗତ ଦୁଇ ସପ୍ତାହ ତଳେ ଗୋଦାମରେ ପିଆଜ ଦର ୧୨ରୁ ୧୪ ଟଙ୍କା ଥିବା ବେଳେ ଏବେ ପିଆଜର ଗୋଦାମ ଦର ୧୮ରୁ ୧୯ ଟଙ୍କା ରହିଛି। ତେବେ ଖୁଚୁରା ବ୍ୟବସାୟୀମାନେ ଏବେ ପିଆଜ କିଲୋପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି କରୁଛନ୍ତି। ସେହିଭଳି ଆଳୁ ଦର ଏବେ ଗୋଦାମରେ ୧୫ ଟଙ୍କା ଥିବା ବେଳେ ବାହାରେ ୨୦ ଟଙ୍କାରେ ବିକ୍ରି ହେଉଛି।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହଠାତ୍‌‌ ରାଜଧାନୀରେ ପରିବାର ଦରବୃଦ୍ଧି ନେଇ କୁବେରପୁରୀ କଞ୍ଚା ପରିବାର ଗୋଦାମର ବ୍ୟବସାୟୀ ଅଭିମନ୍ୟୁ ମହାରଣା କୁହନ୍ତି ସ୍ଥାନୀୟ ଉତ୍ପାଦିତ ପନିପରିବା ଆସୁ ନ ଥିବାରୁ ବାହାର ରାଜ୍ୟର ପରିବାର ଉପରେ ନିର୍ଭର କରିବାକୁ ପଡ଼ୁଛି। ଅପରପକ୍ଷେ ଏବେ ବର୍ଷା ଯୋଗୁଁ ପରିବାର ଜମିରୁ ଆସିପାରୁନି। ତେଣୁ ଦାମ୍‌‌ ଚଢ଼ା ରହିଛି ବୋଲି କହିଛନ୍ତି। ତେବେ ଆମ ରାଜ୍ୟର ପିଆଜ ଉତ୍ପାଦନ ହେଲା ବେଳକୁ ଫେବୃୟାରୀ ହୋଇଯିବ। ତେଣୁ ତାହା ଭିତରେ ପିଆଜ ଦର କମିବାର ସମ୍ଭାବନା କମ୍‌‌ ଅଛି ବୋଲି ସେ କହିଛନ୍ତି।

05 Jul 2023 By The Sakala

ରୋଷେଇ ଘରୁ ଉଭାନ ହୋଇଗଲାଣି ପରିବା, ବଜାରରେ ଅଧିକାଂଶ ପରିବା ଦର ତିନିଅଙ୍କ ପାର୍‌‌

ଭୁବନେଶ୍ୱର: କିଛିଦିନ ଧରି ରାଜଧାନୀରେ ପନିପରିବା ଦରବୃଦ୍ଧି କେବଳ ଗରିବ ଓ ନିମ୍ନ ମଧ୍ୟବିତ ପରିବାର ଲୋକଙ୍କୁ ବାଧୁଥିବା ବେଳେ ଏବେ ଅହେତୁକ ଦରଦାମ ମଧ୍ୟବିତ ପରିବାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଯଦିବା ହାଟଗୁଡ଼ିକରେ କେତେକ ପରିବା ଦର ଶହେ ପାଖାପାଖି ଓ ଅଳ୍ପ କେତେକ ପରିବା ଦର ଶହେ ଉପରେ ରହିଛି ତେବେ ବାହାର ଖୁଚୁରା ଦୋକାନରେ ଅଧିକାଂଶ ପରିବା ଦର କିଲୋପ୍ରତି ଦର ଶହେ ଟଙ୍କା ପାର୍‌‌ କରିଛି। ବିଶେଷକରି ଆଳୁ, ପିଆଜକୁ ଛାଡ଼ିଲେ ଅଧିକାଂଶ ପରିବା ଦର ତିନି ଅଙ୍କ ଛୁଇଁଲାଣି। ଫଳରେ ରାଜଧାନୀର ସବୁ ବର୍ଗର ଲୋକେ ଦରଦାମରେ ଅତିଷ୍ଠ ହୋଇପଡ଼ିଲେଣି। ଏଭଳି ସ୍ଥିତି ଅତିକମ୍‌‌ରେ ଆଉ ଏକମାସ ପର୍ଯ୍ୟନ୍ତ ଜାରିରହିବ ବୋଲି ବ୍ୟବସାୟୀମାନେ ମତ ଦେଉଛନ୍ତି।

ଗତ ଦୁଇ ସପ୍ତାହ ତଳେ ରାଜଧାନୀର ବିଭିନ୍ନ ପରିବା ହାଟରେ ଭେଣ୍ଡି ଦର କିଲୋପ୍ରତି ୫୦ରୁ ୬୦ ଟଙ୍କା ଥିବା ବେଳେ ଏବେ ଏହା ତିନି ଅଙ୍କ ପାର୍‌‌ କରି ଶହେରେ ପହଞ୍ଚିଛି। ସେହିଭଳି ୫୫ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ଜହ୍ନି ଏବେ ଶହେ ଟଙ୍କାରେ ବିକ୍ରି ହେଉଥିବା ବେଳେ ଟମାଟୋ ଏବେ ୧୨୦ରେ ପହଞ୍ଚିଛି। ଦୁଇ ସପ୍ତାହ ତଳେ ରାଜଧାନୀର ବିଭିନ୍ନ ହାଟରେ ଟମାଟୋ ଦର ୫୦ରୁ ୬୦ ଟଙ୍କା ମଧ୍ୟରେ ସୀମିତ ରହିଥିଲା। ତେବେ ଗତ ସପ୍ତାହରେ ପରିବାର ଦର ଶହେ ଟଙ୍କା ପାର୍‌‌ କରିଥିବା ବେଳେ ହଠାତ୍‌‌ ୧୫ରୁ ୨୦ ଟଙ୍କା କମି ୭୫ରୁ ୮୦ ଟଙ୍କାରେ ବିକ୍ରି ହୋଇଥିଲା। ଏବେ ପୁଣିଥରେ ଟମାଟୋ ଦର ବୃଦ୍ଧି ପାଇଛି। ସେହିଭଳି ଝୁଡ଼ଙ୍ଗ ୪୦ରୁ ୪୫ ଟଙ୍କା ରହିଥିବା ବେଳେ ୧୫ ଦିନ ଭିତରେ ଏହାର ଦର ଶହେ ଟପିଛି।

ଦୈନନ୍ଦିନ ଖାଇବାକୁ ଅଧିକ ରୋଚକପୂର୍ଣ୍ଣ କରୁଥିବା କଞ୍ଚା ଲଙ୍କା ଦର ସର୍ବାଧିକ ରହିଛି। ମଙ୍ଗଳବାର ପରିବା ହାଟରେ କଞ୍ଚାଲଙ୍କା ଦର କିଲୋପ୍ରତି ୩ ଶହ ଟଙ୍କାରେ ବିକ୍ରି ହୋଇଥିଲା। ଫଳରେ ଅନେକ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏବେ କଞ୍ଚା ଲଙ୍କା ବଦଳରେ ଶୁଖିଲା ଲଙ୍କାରେ କାମ ଚଳାଉଛନ୍ତି। ସେହିଭଳି ମଙ୍ଗଳବାର ରାଜଧାନୀର ବିଭିନ୍ନ ପରିବା ହାଟରେ ଅଦା କିଲୋପ୍ରତି ଦର ୩ ଶହ ଟଙ୍କା ପାର୍‌‌ କରିଥିବା ବେଳେ ରସୁଣ ଦର ୧୬୦ ରହିଥିଲା। ବାଇଗଣ ଶହେ ରୁ ଊର୍ଦ୍ଧ୍ବ ଦାମ୍‌‌ରେ ବିକ୍ରି ହେଉଥିବା ବେଳେ କଲରା େକଜି ୧୧୦ ଟଙ୍କାରେ ବିକ୍ରି ହେଉଥିଲା। ଅପରପକ୍ଷେ ସବୁଜ ପନିପରିବା ଦରବୃଦ୍ଧି ଦୃଷ୍ଟିରୁ ଲୋକେ ଭାତ ସାଙ୍ଗକୁ ଆଳୁ ପିଆଜକୁ ଖାଉଥିଲେ। କିନ୍ତୁ ଗତ ୧୫ ଦିନ ତଳେ ଆଳୁ ପିଆଜ ଦର ବି ୩୦ରୁ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଗତ ଦୁଇ ସପ୍ତାହ ତଳେ ଆଳୁଦର ୧୩/୧୪ ଟଙ୍କାରେ ବିକ୍ରି ହେଉଥିବା ଏବେ ୨୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ପିଆଜ ଦାମ ମଧ୍ୟ ଦୁଇଗୁଣ ବୃଦ୍ଧି ପାଇଁ ୩୦ ଟଙ୍କାରେ ପହଞ୍ଚିଛି। ଗତ ଦୁଇ ସପ୍ତାହ ତଳେ ଗୋଦାମରେ ପିଆଜ ଦର ୧୨ରୁ ୧୪ ଟଙ୍କା ଥିବା ବେଳେ ଏବେ ପିଆଜର ଗୋଦାମ ଦର ୧୮ରୁ ୧୯ ଟଙ୍କା ରହିଛି। ତେବେ ଖୁଚୁରା ବ୍ୟବସାୟୀମାନେ ଏବେ ପିଆଜ କିଲୋପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି କରୁଛନ୍ତି। ସେହିଭଳି ଆଳୁ ଦର ଏବେ ଗୋଦାମରେ ୧୫ ଟଙ୍କା ଥିବା ବେଳେ ବାହାରେ ୨୦ ଟଙ୍କାରେ ବିକ୍ରି ହେଉଛି।

ହଠାତ୍‌‌ ରାଜଧାନୀରେ ପରିବାର ଦରବୃଦ୍ଧି ନେଇ କୁବେରପୁରୀ କଞ୍ଚା ପରିବାର ଗୋଦାମର ବ୍ୟବସାୟୀ ଅଭିମନ୍ୟୁ ମହାରଣା କୁହନ୍ତି ସ୍ଥାନୀୟ ଉତ୍ପାଦିତ ପନିପରିବା ଆସୁ ନ ଥିବାରୁ ବାହାର ରାଜ୍ୟର ପରିବାର ଉପରେ ନିର୍ଭର କରିବାକୁ ପଡ଼ୁଛି। ଅପରପକ୍ଷେ ଏବେ ବର୍ଷା ଯୋଗୁଁ ପରିବାର ଜମିରୁ ଆସିପାରୁନି। ତେଣୁ ଦାମ୍‌‌ ଚଢ଼ା ରହିଛି ବୋଲି କହିଛନ୍ତି। ତେବେ ଆମ ରାଜ୍ୟର ପିଆଜ ଉତ୍ପାଦନ ହେଲା ବେଳକୁ ଫେବୃୟାରୀ ହୋଇଯିବ। ତେଣୁ ତାହା ଭିତରେ ପିଆଜ ଦର କମିବାର ସମ୍ଭାବନା କମ୍‌‌ ଅଛି ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର