୧୪ ଓ ୧୫ରେ ଓଡ଼ିଶା ଛୁଇଁବ ମୌସୁମୀ, ୧୬ ତାରିଖରୁ ବଢିବ ବର୍ଷାର ପରିମାଣ

The Sakala Picture
Published On

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଆସନ୍ତାକାଲି ଅର୍ଥାତ ୧୪ ଓ ୧୫ ତାରିଖ ସୁଦ୍ଧା ମୌସୁମୀ ବାୟୁ ଓଡିଶା ଛୁଇଁବ। ମୌସୁମୀ କେବେ ଓଡ଼ିଶା ଛୁର୍ଇବ ତାହା ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ଖୁସି ଖବର ଦେଇ କହିଛନ୍ତି ଯେ ଆସନ୍ତା ୧୪, ୧୫ ତାରିଖ ବେଳକୁ ମୌସୁମୀ ବାୟୁ ଓଡିଶା ଛୁଇଁବ । […]

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଆସନ୍ତାକାଲି ଅର୍ଥାତ ୧୪ ଓ ୧୫ ତାରିଖ ସୁଦ୍ଧା ମୌସୁମୀ ବାୟୁ ଓଡିଶା ଛୁଇଁବ। ମୌସୁମୀ କେବେ ଓଡ଼ିଶା ଛୁର୍ଇବ ତାହା ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ଖୁସି ଖବର ଦେଇ କହିଛନ୍ତି ଯେ ଆସନ୍ତା ୧୪, ୧୫ ତାରିଖ ବେଳକୁ ମୌସୁମୀ ବାୟୁ ଓଡିଶା ଛୁଇଁବ । ୧୬ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳ ମୌସୁମୀ ବର୍ଷାରେ ଭିଜିବ। ଏହାପରେ ଧିରେଧିରେ ସମଗ୍ର ଓଡିଶାରେ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି କହିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଓଡିଶା, ୨୪ ତାରିଖ ଯାଏଁ ଜାରି ରହିବ ଏପରି ସ୍ଥିତି

ବର୍ତ୍ତମାନ ମୌସୁମୀ ବାୟୁ ପ୍ରଭାବରେ ମହାରାଷ୍ଟ୍ର,ଗୁଜରାଟ,କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶର ରୟାଲସୀମା ଓ ବିହାରର କେତେକ ଅଞ୍ଚଳରେ ବର୍ଷା ଲାଗି ରହିଛି । ବର୍ତ୍ତମାନ ପଶ୍ଚିମଓଡିଶା ସମେତ ଉପକୂଳ ଅଞ୍ଚଳରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଛି । ଓଡିଶାର କେତେକ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହେଉଥିବା ବେଳେ, ୧୬ତାରିଖରୁ ତାପମାତ୍ରାରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି ଆର.କେ ଜେନାମଣି କହିଛନ୍ତି। ରାଜ୍ୟରେ ୧୬ ତାରିଖରୁ ବର୍ଷାର ପରିମାଣ ବଢିବ । ୩ରୁ ୪ ଡିଗ୍ରୀ ଯାଏଁ ଦିନ ତାପମାତ୍ରା ଖସିବ । ଜୁନ୍ ଶେଷ ସପ୍ତାହରେ ଅଧିକ ବର୍ଷା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି ।

ଆହୁରି ପଢ଼ନ୍ତୁ: ରାଜଧାନୀ ଅପହରଣ ଉଦ୍ୟମ: ମୁଣ୍ଡ ଜାମିନ ରଖି ଟଙ୍କା ମାଗୁଥିଲେ, ୫ଦୁର୍ବୃତ୍ତ ଥାନାରେ ଅଟକ

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୪ଘଣ୍ଟାରେ ଉତ୍ତର ଆରବ ସାଗରର କିଛି ଅଞ୍ଚଳ ସମେତ ଗୁଜରାଟର କିଛି ଅଂଶ, କେନ୍ଦ୍ରୀୟ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନ, ସମ୍ପୂର୍ଣ୍ଣ ତାମିଲନାଡ଼ୁ ଓ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବ‌ଙ୍ଗୋପସାଗରର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ ।ଏହାର ପରବର୍ତ୍ତୀ ୩ ଦିନରେ ଅର୍ଥାତ୍‌ ରଜକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି କିଛି ଅଞ୍ଚଳରେ ସକ୍ରିୟ ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଏହି ୩ ଦିନରେ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ସମେତ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ ।

ଆହୁରି ପଢ଼ନ୍ତୁ: ତ୍ରୀକୋଣୀୟ ପ୍ରେମକୁ ନେଇ ବିଚ୍ ରାସ୍ତାରେ ଦ୍ୱିତୀୟ ପ୍ରେମିକର ମାଆ ଓ ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପ୍ରଥମ ପ୍ରେମିକ

ଅନ୍ୟପଟେ ଆସନ୍ତାକାଲିଠୁ ରାଜ୍ୟରେ ତାତି କମିବା ଆରମ୍ଭ କରିବ ଓ ୧୭ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋ‌ଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ସେ କହିଛନ୍ତି, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ତାତି ୧୪ରୁ ଓ ଆଭ୍ୟନ୍ତର ଓଡ଼ିଶାର ତାତି ୧୫ତାରିଖରୁ କମିବ। ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୫ଡିଗ୍ରି ମଧ୍ୟରେ ରହିବ । ୧୫ ଓ ୧୬ରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରେ ୪୦ ମିମି ବର୍ଷା ହେବାବେଳେ ଆଭ୍ୟନ୍ତରରେ ୧୫ରୁ ୨୫ ମିମି ଓ କେନ୍ଦ୍ରୀୟ ତଥା ଦକ୍ଷିଣ ଉପକୂଳରେ ସବୁଠାରୁ କମ୍‍ (୧୦ ମିମି) ବର୍ଷା ହେବାର ସମ୍ଭାବନା ରହିଛି। ୧୭ ତାରିଖରୁ ବର୍ଷା ବଢ଼଼ିବ। ୧୭ରୁ ୨୧ ଭିତରେ ଉପକୂଳ ଜିଲ୍ଲାରେ ୨୦ରୁ ୩୦ ମିମି ଓ ଆଭ୍ୟନ୍ତରରେ ୬୦-୭୫ ମିମି ହେବାର ସହିତ ସ୍ଥାନେ ସ୍ଥାନେ ଅଧିକ ହୋଇପାରେ। ଜୁନ୍‍ ଶେଷ ସପ୍ତାହରେ ସାରା ରାଜ୍ୟରେ ଭାରୀ ବର୍ଷା ହେବାର ସଙ୍କେତ ମିଳୁଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଅନ୍ୟପଟେ ଭୁବନେଶ୍ୱର ସମେତ ଉପକୂଳରେ ଜୁନ୍‍ ୧୪ରୁ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ରୁ ଗରମ କମିବ। ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ପାଖାପାଖି ୩୫ ଡିଗ୍ରୀ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

13 Jun 2022 By The Sakala

୧୪ ଓ ୧୫ରେ ଓଡ଼ିଶା ଛୁଇଁବ ମୌସୁମୀ, ୧୬ ତାରିଖରୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‍ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଆସନ୍ତାକାଲି ଅର୍ଥାତ ୧୪ ଓ ୧୫ ତାରିଖ ସୁଦ୍ଧା ମୌସୁମୀ ବାୟୁ ଓଡିଶା ଛୁଇଁବ। ମୌସୁମୀ କେବେ ଓଡ଼ିଶା ଛୁର୍ଇବ ତାହା ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ଖୁସି ଖବର ଦେଇ କହିଛନ୍ତି ଯେ ଆସନ୍ତା ୧୪, ୧୫ ତାରିଖ ବେଳକୁ ମୌସୁମୀ ବାୟୁ ଓଡିଶା ଛୁଇଁବ । ୧୬ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳ ମୌସୁମୀ ବର୍ଷାରେ ଭିଜିବ। ଏହାପରେ ଧିରେଧିରେ ସମଗ୍ର ଓଡିଶାରେ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି କହିଛନ୍ତି ।

ବର୍ତ୍ତମାନ ମୌସୁମୀ ବାୟୁ ପ୍ରଭାବରେ ମହାରାଷ୍ଟ୍ର,ଗୁଜରାଟ,କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶର ରୟାଲସୀମା ଓ ବିହାରର କେତେକ ଅଞ୍ଚଳରେ ବର୍ଷା ଲାଗି ରହିଛି । ବର୍ତ୍ତମାନ ପଶ୍ଚିମଓଡିଶା ସମେତ ଉପକୂଳ ଅଞ୍ଚଳରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଛି । ଓଡିଶାର କେତେକ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହେଉଥିବା ବେଳେ, ୧୬ତାରିଖରୁ ତାପମାତ୍ରାରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି ଆର.କେ ଜେନାମଣି କହିଛନ୍ତି। ରାଜ୍ୟରେ ୧୬ ତାରିଖରୁ ବର୍ଷାର ପରିମାଣ ବଢିବ । ୩ରୁ ୪ ଡିଗ୍ରୀ ଯାଏଁ ଦିନ ତାପମାତ୍ରା ଖସିବ । ଜୁନ୍ ଶେଷ ସପ୍ତାହରେ ଅଧିକ ବର୍ଷା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୪ଘଣ୍ଟାରେ ଉତ୍ତର ଆରବ ସାଗରର କିଛି ଅଞ୍ଚଳ ସମେତ ଗୁଜରାଟର କିଛି ଅଂଶ, କେନ୍ଦ୍ରୀୟ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନ, ସମ୍ପୂର୍ଣ୍ଣ ତାମିଲନାଡ଼ୁ ଓ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବ‌ଙ୍ଗୋପସାଗରର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ ।ଏହାର ପରବର୍ତ୍ତୀ ୩ ଦିନରେ ଅର୍ଥାତ୍‌ ରଜକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି କିଛି ଅଞ୍ଚଳରେ ସକ୍ରିୟ ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଏହି ୩ ଦିନରେ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ସମେତ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ ।

ଅନ୍ୟପଟେ ଆସନ୍ତାକାଲିଠୁ ରାଜ୍ୟରେ ତାତି କମିବା ଆରମ୍ଭ କରିବ ଓ ୧୭ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋ‌ଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ସେ କହିଛନ୍ତି, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ତାତି ୧୪ରୁ ଓ ଆଭ୍ୟନ୍ତର ଓଡ଼ିଶାର ତାତି ୧୫ତାରିଖରୁ କମିବ। ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୫ଡିଗ୍ରି ମଧ୍ୟରେ ରହିବ । ୧୫ ଓ ୧୬ରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରେ ୪୦ ମିମି ବର୍ଷା ହେବାବେଳେ ଆଭ୍ୟନ୍ତରରେ ୧୫ରୁ ୨୫ ମିମି ଓ କେନ୍ଦ୍ରୀୟ ତଥା ଦକ୍ଷିଣ ଉପକୂଳରେ ସବୁଠାରୁ କମ୍‍ (୧୦ ମିମି) ବର୍ଷା ହେବାର ସମ୍ଭାବନା ରହିଛି। ୧୭ ତାରିଖରୁ ବର୍ଷା ବଢ଼଼ିବ। ୧୭ରୁ ୨୧ ଭିତରେ ଉପକୂଳ ଜିଲ୍ଲାରେ ୨୦ରୁ ୩୦ ମିମି ଓ ଆଭ୍ୟନ୍ତରରେ ୬୦-୭୫ ମିମି ହେବାର ସହିତ ସ୍ଥାନେ ସ୍ଥାନେ ଅଧିକ ହୋଇପାରେ। ଜୁନ୍‍ ଶେଷ ସପ୍ତାହରେ ସାରା ରାଜ୍ୟରେ ଭାରୀ ବର୍ଷା ହେବାର ସଙ୍କେତ ମିଳୁଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଅନ୍ୟପଟେ ଭୁବନେଶ୍ୱର ସମେତ ଉପକୂଳରେ ଜୁନ୍‍ ୧୪ରୁ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ରୁ ଗରମ କମିବ। ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ପାଖାପାଖି ୩୫ ଡିଗ୍ରୀ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର