ରାଜ୍ୟରେ ମୌସୁମୀ ନିଷ୍କ୍ରିୟ : ୧୨ରେ ଘୂର୍ଣ୍ଣିବଳୟ ପରେ ବଢ଼ିବ ବର୍ଷା

The Sakala Picture
Published On

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ନିଷ୍କ୍ରିୟ ମୌସୁମୀକୁ ସକ୍ରିୟ କରିବ ଘୂର୍ଣ୍ଣିବଳୟ। ତିନି ଚାରି ଦିନ ପରେ ରାଜ୍ୟରେ ପୁଣି ବର୍ଷା ବାହୁଡ଼ିବ। ସମ୍ପ୍ରତି ବର୍ଷା କମିବା ଯୋଗୁଁ ତାପମାତ୍ରା ବୃଦ୍ଧି ଘଟିଛି ଏବଂ ଏହା ଫଳରେ ବିଜୁଳି ଓ ଘଡ଼ଘଡ଼ି ନିମନ୍ତେ ପାଗ ଅନୁକୂଳ ରହିଛି। ତେଣୁ ବିଜୁଳି ଆଘାତରୁ ବର୍ତ୍ତିବା ପାଇଁ ସତର୍କତା ଅବଲମ୍ବନ କରିବା ପାଇଁ ପାଣିପାଗ ବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରାନାଥ ପଶୁପାଳକ କହିଛନ୍ତି ଯେ ମୌସୁମୀ […]

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ନିଷ୍କ୍ରିୟ ମୌସୁମୀକୁ ସକ୍ରିୟ କରିବ ଘୂର୍ଣ୍ଣିବଳୟ। ତିନି ଚାରି ଦିନ ପରେ ରାଜ୍ୟରେ ପୁଣି ବର୍ଷା ବାହୁଡ଼ିବ। ସମ୍ପ୍ରତି ବର୍ଷା କମିବା ଯୋଗୁଁ ତାପମାତ୍ରା ବୃଦ୍ଧି ଘଟିଛି ଏବଂ ଏହା ଫଳରେ ବିଜୁଳି ଓ ଘଡ଼ଘଡ଼ି ନିମନ୍ତେ ପାଗ ଅନୁକୂଳ ରହିଛି। ତେଣୁ ବିଜୁଳି ଆଘାତରୁ ବର୍ତ୍ତିବା ପାଇଁ ସତର୍କତା ଅବଲମ୍ବନ କରିବା ପାଇଁ ପାଣିପାଗ ବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରାନାଥ ପଶୁପାଳକ କହିଛନ୍ତି ଯେ ମୌସୁମୀ ଟ୍ରଫ ଉତ୍ତରାଭିମୁଖୀ ରହିଥିବାରୁ ବର୍ତ୍ତମାନ ଦେଶରେ ମୌସୁମୀ ନିଷ୍କ୍ରିୟ ରହିଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ। ତେବେ ପୁରୀ, ଗଞ୍ଜାମ, ଗଜପତି, ନୟାଗଡ଼ ଓ ଦକ୍ଷିଣ ଆଭ୍ୟନ୍ତରରେ ସପ୍ତାହରେ ସମୁଦାୟ ବର୍ଷା ହାରାହାରି ୩୦ ମିମି ହୋଇପାରେ। ଏହି ସମୟରେ ରାଜ୍ୟରେ ସମୁଦାୟ ବର୍ଷା ପ୍ରାୟ ୮୫ ମିମି ସ୍ୱାଭାବିକ ଭାବେ ହୋଇଥାଏ। ଅଗଷ୍ଟ ୧୨ ତାରିଖରେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଫଳରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୧୨ ତାରିଖରୁ ତିନି ଦିନ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟାନ୍ୟ ସ୍ଥାନରେ ଏହି ତିନିଦିନିରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ। ତେବେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ପ୍ରବଳ ବର୍ଷା ହୋଇପାରେ। ଅଗଷ୍ଟ ୧୭ତାରିଖରୁ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଉପରେ ଆଉ ଏକ ଘୂର୍ଣ୍ଣିବଳୟ ଆଶଙ୍କା ରହିଥିବା ବେଳେ ଏହାର ରୂପରେଖ ବର୍ତ୍ତମାନଠାରୁ ସମ୍ଭବ ନୁହେଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ମୌସୁମୀ ଦୁର୍ବଳ ଯୋଗୁଁ ତାପମାତ୍ରା ବୃଦ୍ଧି ହେଉଛି ଓ ଏହି ସମୟରେ ଜଳୀୟବାଷ୍ଫ ପୂର୍ଣ୍ଣ ବାୟୁ ଚଳପ୍ରଚଳ ଯୋଗୁଁ ବିଜୁଳି ଘଡ଼ଘଡ଼ି ଜନିତ ସ୍ଥିତି ପାଇଁ ପାଗ ଅନୁକୂଳ ରହୁଛି। ଏହି ସ୍ଥିତି ଯୋଗୁଁ ଏହି ୮ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ କୌଣସି ପାଣିପାଗ ପ୍ରକ୍ରିୟା ସକ୍ରିୟ ନଥିବା ତଥା ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ, ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨.୩ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୩.୨ ମିମି ତୁଳନାରେ ୮୩ ପ୍ରତିଶତ କମ ରହିଛି। ଆଗାମୀ ୪ ରୁ ୫ଦିନ ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରିରହିବାର ସମ୍ଭାବନା ଥିବାରୁ ବଡ଼ ବର୍ଷାର ସମ୍ଭାବନା ନାହିଁ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

09 Aug 2023 By The Sakala

ରାଜ୍ୟରେ ମୌସୁମୀ ନିଷ୍କ୍ରିୟ : ୧୨ରେ ଘୂର୍ଣ୍ଣିବଳୟ ପରେ ବଢ଼ିବ ବର୍ଷା

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ନିଷ୍କ୍ରିୟ ମୌସୁମୀକୁ ସକ୍ରିୟ କରିବ ଘୂର୍ଣ୍ଣିବଳୟ। ତିନି ଚାରି ଦିନ ପରେ ରାଜ୍ୟରେ ପୁଣି ବର୍ଷା ବାହୁଡ଼ିବ। ସମ୍ପ୍ରତି ବର୍ଷା କମିବା ଯୋଗୁଁ ତାପମାତ୍ରା ବୃଦ୍ଧି ଘଟିଛି ଏବଂ ଏହା ଫଳରେ ବିଜୁଳି ଓ ଘଡ଼ଘଡ଼ି ନିମନ୍ତେ ପାଗ ଅନୁକୂଳ ରହିଛି। ତେଣୁ ବିଜୁଳି ଆଘାତରୁ ବର୍ତ୍ତିବା ପାଇଁ ସତର୍କତା ଅବଲମ୍ବନ କରିବା ପାଇଁ ପାଣିପାଗ ବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରାନାଥ ପଶୁପାଳକ କହିଛନ୍ତି ଯେ ମୌସୁମୀ ଟ୍ରଫ ଉତ୍ତରାଭିମୁଖୀ ରହିଥିବାରୁ ବର୍ତ୍ତମାନ ଦେଶରେ ମୌସୁମୀ ନିଷ୍କ୍ରିୟ ରହିଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ। ତେବେ ପୁରୀ, ଗଞ୍ଜାମ, ଗଜପତି, ନୟାଗଡ଼ ଓ ଦକ୍ଷିଣ ଆଭ୍ୟନ୍ତରରେ ସପ୍ତାହରେ ସମୁଦାୟ ବର୍ଷା ହାରାହାରି ୩୦ ମିମି ହୋଇପାରେ। ଏହି ସମୟରେ ରାଜ୍ୟରେ ସମୁଦାୟ ବର୍ଷା ପ୍ରାୟ ୮୫ ମିମି ସ୍ୱାଭାବିକ ଭାବେ ହୋଇଥାଏ। ଅଗଷ୍ଟ ୧୨ ତାରିଖରେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଫଳରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୧୨ ତାରିଖରୁ ତିନି ଦିନ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟାନ୍ୟ ସ୍ଥାନରେ ଏହି ତିନିଦିନିରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ। ତେବେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ପ୍ରବଳ ବର୍ଷା ହୋଇପାରେ। ଅଗଷ୍ଟ ୧୭ତାରିଖରୁ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଉପରେ ଆଉ ଏକ ଘୂର୍ଣ୍ଣିବଳୟ ଆଶଙ୍କା ରହିଥିବା ବେଳେ ଏହାର ରୂପରେଖ ବର୍ତ୍ତମାନଠାରୁ ସମ୍ଭବ ନୁହେଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୁଧବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ମୌସୁମୀ ଦୁର୍ବଳ ଯୋଗୁଁ ତାପମାତ୍ରା ବୃଦ୍ଧି ହେଉଛି ଓ ଏହି ସମୟରେ ଜଳୀୟବାଷ୍ଫ ପୂର୍ଣ୍ଣ ବାୟୁ ଚଳପ୍ରଚଳ ଯୋଗୁଁ ବିଜୁଳି ଘଡ଼ଘଡ଼ି ଜନିତ ସ୍ଥିତି ପାଇଁ ପାଗ ଅନୁକୂଳ ରହୁଛି। ଏହି ସ୍ଥିତି ଯୋଗୁଁ ଏହି ୮ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ କୌଣସି ପାଣିପାଗ ପ୍ରକ୍ରିୟା ସକ୍ରିୟ ନଥିବା ତଥା ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ, ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨.୩ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୩.୨ ମିମି ତୁଳନାରେ ୮୩ ପ୍ରତିଶତ କମ ରହିଛି। ଆଗାମୀ ୪ ରୁ ୫ଦିନ ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରିରହିବାର ସମ୍ଭାବନା ଥିବାରୁ ବଡ଼ ବର୍ଷାର ସମ୍ଭାବନା ନାହିଁ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର