ମୌସୁମୀ ସକ୍ରିୟ : ଆଜିଠୁ ବଢ଼ିବ ବର୍ଷା, ୧୮ ଯାଏ ପ୍ରବଳ ବର୍ଷିବ

The Sakala Picture
Published On

ଭୁବନେଶ୍ୱର : ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷାର ତୀବ୍ରତା ବୃଦ୍ଧି ପାଇବ । କିଛି ଦିନର ମୌସୁମୀ ବ୍ରେକ୍‌ ପରେ ପୁଣି ରାଜ୍ୟରେ ମୌସୁମୀ ସକ୍ରିୟ ହେବ । ଏହାଦ୍ୱାରା ରାଜ୍ୟରେ ବର୍ଷା ଆରମ୍ଭ ହେବ । ପ୍ରଥମ ଦିନରେ ଅର୍ଥାତ ୧୫ ଅଗଷ୍ଟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଆଶଙ୍କା ରହିଥିବା ବେଳେ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା […]

ଭୁବନେଶ୍ୱର : ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷାର ତୀବ୍ରତା ବୃଦ୍ଧି ପାଇବ । କିଛି ଦିନର ମୌସୁମୀ ବ୍ରେକ୍‌ ପରେ ପୁଣି ରାଜ୍ୟରେ ମୌସୁମୀ ସକ୍ରିୟ ହେବ । ଏହାଦ୍ୱାରା ରାଜ୍ୟରେ ବର୍ଷା ଆରମ୍ଭ ହେବ । ପ୍ରଥମ ଦିନରେ ଅର୍ଥାତ ୧୫ ଅଗଷ୍ଟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଆଶଙ୍କା ରହିଥିବା ବେଳେ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ଭାରତକୁ ବିପଦରେ ପକାଇଛି ସୌର ଝଡ଼; ପ୍ରବଳ ରେଡିଓ ବ୍ଲାକ୍‌ ଆଉଟ୍‌ ନେଇ ଇସ୍ରୋର ଚେତାବନୀ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ତ୍ତମାନ ମୌସୁମୀ ନମ୍ନଚାପ ରେଖା ବର୍ତ୍ତମାନ ନିଜର ସ୍ୱାଭାବିକ ଅବସ୍ଥାନଠାରୁ ଉତ୍ତରରେ ରହିଥିବା ଯୋଗୁଁ ରାଜ୍ୟରେ ବର୍ଷାର ପ୍ରକୋପ ରହିଥିଲା । ଏହା ପ୍ରଭାବରେ ରାଜ୍ୟରେ ବର୍ଷା କମିଥିବା ବେଳେ ଏବେ ମୌସୁମୀ ଟ୍ରଫ ଲାଇନ୍‌ ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଫେରିବାରୁ ରାଜ୍ୟରେ ବର୍ଷା ପାଇଁ ପାଗ ଅନୁକୂଳ ହେଉଛି । ଅନ୍ୟପଟେ ୧୬ଠାରୁ ବର୍ଷାର ପ୍ରକୋପ ବଢ଼ିବା ସହିତ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ୧୬ ତାରିଖ ଦିନ ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।

ଆହୁରି ପଢ଼ନ୍ତୁ: ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍‌, MSP ଧାର୍ଯ୍ୟ କରିବେ ସରକାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp