ମୋ କଲେଜ ଅଭିଯାନ’: ପଟିଆ ଡିଗ୍ରୀ କଲେଜରେ ପୁରାତନ ଛାତ୍ର ସଂସଦ ଗଠନ
ଭୁବନେଶ୍ବର : ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଓଡ଼ିଶା ସରକାରଙ୍କ ‘ମୋ କଲେଜ ଅଭିଯାନ’ ଆନୁକୁଲ୍ୟରେ ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ସଭା ସହ ପୁରାତନ ଛାତ୍ର ସଂସଦ ଗଠନ ହୋଇଯାଇଛି। ଓଡ଼ିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ପ୍ରୟାସ ଓ ପରିକଳ୍ପନା ମୋ କଲେଜ ମାଧ୍ୟମରେ ମୋ କଲେଜନ ଅଭିଯାନ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ସେମାନଙ୍କର କଲେଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସାମୁହିକ ପ୍ରୟାସରେ କରିବେ […]
ଭୁବନେଶ୍ବର : ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଓଡ଼ିଶା ସରକାରଙ୍କ ‘ମୋ କଲେଜ ଅଭିଯାନ’ ଆନୁକୁଲ୍ୟରେ ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ସଭା ସହ ପୁରାତନ ଛାତ୍ର ସଂସଦ ଗଠନ ହୋଇଯାଇଛି। ଓଡ଼ିଶା ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ପ୍ରୟାସ ଓ ପରିକଳ୍ପନା ମୋ କଲେଜ ମାଧ୍ୟମରେ ମୋ କଲେଜନ ଅଭିଯାନ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ସେମାନଙ୍କର କଲେଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସାମୁହିକ ପ୍ରୟାସରେ କରିବେ ବୋଲି କହିଥିଲେ।
ଆୟୋଜିତ ଏହ ସଭାକୁ ମୋ କେଲଜ ଅଭିଯାନ କଲେଜ ସଂଯୋଜକ ପ୍ରବୀଣ କୁମାର ସାହୁ ସଂଯୋଜନା କରି ମୋ କଲେଜ ଅଭିଯାନର ଅସଲ ଉଦ୍ଦେଶ୍ୟ ପିଲାଙ୍କୁ ବୁଝାଇଥିଲେ। କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ନବନିର୍ବାଚିତ ପୁରାତନ ଛାତ୍ର ସଂସଦର ସଭାପତି ତଥା ପୂର୍ବତନ କର୍ପୋରେଟର ଜୟନ୍ତୀ ଜେନାଙ୍କୁ ସଭାପତି ରୂପେ ଓ ସ୍ନେହାଶିଷ ପତିଙ୍କୁ ସଂଯୋଜକ ରୂପେ ନିର୍ବାଚିତ କରାଯଆଇଥିଲା । ଏହାପରେ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ ଉଭୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।
ଆୟୋଯିତ ଏହି ସଭାରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣକରି କଲେଜର ଉନ୍ନତି ପାଇଁ ଆଉ କଣ କରାଯଆଇ ପାରିବ ସେମାନଙ୍କର ବକ୍ତବ୍ୟ ରଖିଥିଲେ। ମୋ କଲେଜ ଅଭିଯାନରେ ସାମିଲ ହୋଇ କଲେଜର ବିକାଶ ପାଇଁ ପୂରାତନ ଛାତ୍ରଛାତ୍ରୀମାନେ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ।
ଏହି ଅବସରରେ ପୁରାତନ ଛାତ୍ର ସଂସଦର ଏକ ନୂତନ ପଞ୍ଜିକରଣ କାର୍ଯ୍ୟ କରାଯାଇଥିଲା। ମୋ କଲେଜ ଅଭିଯାନ କଲେଜ କମିଟି ସଦସ୍ୟ ଅଧ୍ୟାପକ ରାଜ କିଶୋର ସେଠୀ ଉପସ୍ଥିତ ଥିଲେ। ଶେଷରେ ଶିକ୍ଷା ବିଭାଗର ଅଧ୍ୟାପିକା ଗୀତାଞ୍ଜଳୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।