ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁରୀରେ ଚଳନ୍ତା ବାଇକ ଉପରକୁ ବୋମାମାଡ, ଦୁଇ ଶ୍ରମିକ ଗୁରୁତର

The Sakala Picture
Published On

ପୁରୀ: ପୁରୀରେ ଚଳନ୍ତା ବାଇକ ଉପରକୁ ବୋମାମାଡ କଲେ ଦୁର୍ବୃତ୍ତ l ପୁରୀ ଶ୍ରୀକ୍ଷେତ୍ର କଲୋନୀ ନିକଟରେ ଘଟିଛି ଏହି ବୋମାମାଡ l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଜଣ ସଫେଇ କର୍ମଚାରୀଙ୍କ ଉପରକୁ ଦୁର୍ବୁତ୍ତ ବୋମାମାଡ କରିଛନ୍ତି । ଚାରିଜଣ ଶ୍ରମିକ ଦୁଇଟି ବାଇକ ଯୋଗେ ମଧ୍ୟାହ୍ନ ଭୋଜନ ସାରି ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ବାଇକ ଉପରକୁ ବୋମା ମାଡ କରିଥିଲେ l ଫଳରେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ […]

ପୁରୀ: ପୁରୀରେ ଚଳନ୍ତା ବାଇକ ଉପରକୁ ବୋମାମାଡ କଲେ ଦୁର୍ବୃତ୍ତ l ପୁରୀ ଶ୍ରୀକ୍ଷେତ୍ର କଲୋନୀ ନିକଟରେ ଘଟିଛି ଏହି ବୋମାମାଡ l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଜଣ ସଫେଇ କର୍ମଚାରୀଙ୍କ ଉପରକୁ ଦୁର୍ବୁତ୍ତ ବୋମାମାଡ କରିଛନ୍ତି । ଚାରିଜଣ ଶ୍ରମିକ ଦୁଇଟି ବାଇକ ଯୋଗେ ମଧ୍ୟାହ୍ନ ଭୋଜନ ସାରି ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ବାଇକ ଉପରକୁ ବୋମା ମାଡ କରିଥିଲେ l ଫଳରେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଆହତ ଦୁଇ ସଫେଇ କର୍ମଚାରୀ ହେଲେ ନରେନ୍ଦ୍ର କୋଣ ଅଞ୍ଚଳର ନିମାଇଁ ଚରଣ ନାୟକ ଏବଂ ବିକି ନାୟକ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଏୟାରପୋର୍ଟରୁ ୫ କୋଟିର ମାରିଜୁଆନା ଜବତ, ଜଣେ ଅଟକ

16 May 2024 By The Sakala

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁରୀରେ ଚଳନ୍ତା ବାଇକ ଉପରକୁ ବୋମାମାଡ, ଦୁଇ ଶ୍ରମିକ ଗୁରୁତର

ପୁରୀ: ପୁରୀରେ ଚଳନ୍ତା ବାଇକ ଉପରକୁ ବୋମାମାଡ କଲେ ଦୁର୍ବୃତ୍ତ l ପୁରୀ ଶ୍ରୀକ୍ଷେତ୍ର କଲୋନୀ ନିକଟରେ ଘଟିଛି ଏହି ବୋମାମାଡ l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଜଣ ସଫେଇ କର୍ମଚାରୀଙ୍କ ଉପରକୁ ଦୁର୍ବୁତ୍ତ ବୋମାମାଡ କରିଛନ୍ତି । ଚାରିଜଣ ଶ୍ରମିକ ଦୁଇଟି ବାଇକ ଯୋଗେ ମଧ୍ୟାହ୍ନ ଭୋଜନ ସାରି ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ବାଇକ ଉପରକୁ ବୋମା ମାଡ କରିଥିଲେ l ଫଳରେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଆହତ ଦୁଇ ସଫେଇ କର୍ମଚାରୀ ହେଲେ ନରେନ୍ଦ୍ର କୋଣ ଅଞ୍ଚଳର ନିମାଇଁ ଚରଣ ନାୟକ ଏବଂ ବିକି ନାୟକ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର