ଚାଷକାମ ସାରି ଫେରିବାବେଳେ ବଜ୍ରାଘାତରେ ଚାଲିଗଲା ମହିଳାଙ୍କ ଜୀବନ

The Sakala Picture
Published On

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନସ୍ଥ ରାଣୀବନ୍ଧ ଗ୍ରାମରେ ବଜ୍ରାଘାତରେ ଶିକାର ହୋଇ ଜଣେ ୫୦ ବର୍ଷୀୟ ମହିଳା ମୃତ୍ୟୁବରଣ କରିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ରାଣିବନ୍ଧ ଗ୍ରାମର ବିଶେଶ୍ଵର ମିରିଡିଆ ତାଙ୍କର ପତ୍ନୀ କୌଶଲ୍ୟା ଏବଂ ତାଙ୍କର ଝିଅଙ୍କ ସହିତ ମିଶି ଆଜି କ୍ଷେତକୁ ଚାଷକାମ କରିବା ପାଇଁ ଯାଇଥିଲେ । ତେବେ ମଧ୍ଯାହ୍ନରେ ବର୍ଷା ହେବା ଯୋଗୁଁ ସେମାନେ କ୍ଷେତରୁ ଘର ଅଭିମୁଖେ ଆସୁଥିବା ବେଳେ ଆକସ୍ମିକ ବଜ୍ରପାତ ଘଟିଥିଲା । […]

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନସ୍ଥ ରାଣୀବନ୍ଧ ଗ୍ରାମରେ ବଜ୍ରାଘାତରେ ଶିକାର ହୋଇ ଜଣେ ୫୦ ବର୍ଷୀୟ ମହିଳା ମୃତ୍ୟୁବରଣ କରିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ରାଣିବନ୍ଧ ଗ୍ରାମର ବିଶେଶ୍ଵର ମିରିଡିଆ ତାଙ୍କର ପତ୍ନୀ କୌଶଲ୍ୟା ଏବଂ ତାଙ୍କର ଝିଅଙ୍କ ସହିତ ମିଶି ଆଜି କ୍ଷେତକୁ ଚାଷକାମ କରିବା ପାଇଁ ଯାଇଥିଲେ । ତେବେ ମଧ୍ଯାହ୍ନରେ ବର୍ଷା ହେବା ଯୋଗୁଁ ସେମାନେ କ୍ଷେତରୁ ଘର ଅଭିମୁଖେ ଆସୁଥିବା ବେଳେ ଆକସ୍ମିକ ବଜ୍ରପାତ ଘଟିଥିଲା । ଏହି ବଜ୍ରପାତରେ ଶିକାର ହୋଇଥିଲେ ସ୍ତ୍ରୀ କୌଶଲ୍ୟା ଏବଂ କ୍ଷେତ ହିଡରେ ହିଁ ଚେତା ହରାଇ ପଡ଼ି ଯାଇଥିଲେ । ପରବର୍ତ୍ତୀ ସମୟରେ ପରିବାର ଲୋକେ ତାଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର କୌଶଲ୍ୟାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଘଟଣା ସଂମ୍ପର୍କରେ ସୁଚନା ପାଇ ଖୁଣ୍ଟା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର