ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଶିମିଳିପାଳ ସଂଲଗ୍ନ ଗ୍ରାମମାନଙ୍କରେ ଘରେଘରେ ରହିଛି ଦେଶୀ ବନ୍ଧୁକ, ନିଦରେ ବନବିଭାଗ ଓ ପୁଲିସ !

The Sakala Picture
Published On

ଉଦଳା: ବିଭିନ୍ନ ମାରଣାସ୍ତ୍ର ଠାରୁ ଆରମ୍ଭ କରି ବନ୍ଧୁକ ରଖିବା ବେଆଇନ କାର୍ଯ୍ୟ ହୋଇଥିବା ବେଳେ ଜାତୀୟ ଉଦ୍ୟାନ ଶିମିଳିପାଳ ପୂର୍ବ ପାଦଦେଶରେ ଥିବା ଗ୍ରାମମାନଙ୍କରେ ଘରେଘରେ ବନ୍ଧୁକ ଥିବାର ଜଣାପଡିଛି । କେତେ ବେଳେ ବନବିଭାଗ ଶିକାରୀ ସହ ଦେଶୀ ବନ୍ଧୁକ ଜବତ କଲାଣି ତ କେତେବେଳେ ବନ ବିଭାଗକୁ ଉକ୍ତ ବନ୍ଧୁକରେ ଆକ୍ରମଣର ଖବର କିଛି ନୁଆ ନୁହେଁ । ତେବେ ଶିମିଳିପାଳ ସଂଲଗ୍ନ ଗାଁ ମାନଙ୍କରେ ଏତେ ଦେଶି ବନ୍ଧୁକ କୋଉଠୁ ଆସୁଛି […]

ଉଦଳା: ବିଭିନ୍ନ ମାରଣାସ୍ତ୍ର ଠାରୁ ଆରମ୍ଭ କରି ବନ୍ଧୁକ ରଖିବା ବେଆଇନ କାର୍ଯ୍ୟ ହୋଇଥିବା ବେଳେ ଜାତୀୟ ଉଦ୍ୟାନ ଶିମିଳିପାଳ ପୂର୍ବ ପାଦଦେଶରେ ଥିବା ଗ୍ରାମମାନଙ୍କରେ ଘରେଘରେ ବନ୍ଧୁକ ଥିବାର ଜଣାପଡିଛି । କେତେ ବେଳେ ବନବିଭାଗ ଶିକାରୀ ସହ ଦେଶୀ ବନ୍ଧୁକ ଜବତ କଲାଣି ତ କେତେବେଳେ ବନ ବିଭାଗକୁ ଉକ୍ତ ବନ୍ଧୁକରେ ଆକ୍ରମଣର ଖବର କିଛି ନୁଆ ନୁହେଁ । ତେବେ ଶିମିଳିପାଳ ସଂଲଗ୍ନ ଗାଁ ମାନଙ୍କରେ ଏତେ ଦେଶି ବନ୍ଧୁକ କୋଉଠୁ ଆସୁଛି ତାହା ହିଁ ବଡ ପ୍ରଶ୍ନ । ଶିମିଳିପାଳ ପାଦଦେଶରେ ଥିବା ଉଦଳା ବ୍ଲକ , ଖୁଣ୍ଟା ବ୍ଲକ, କପ୍ତିପଦା ବ୍ଲକର ୫୦ରୁ ଉର୍ଦ୍ଧ୍ବ ଗ୍ରାମରେ ଘରେ ଘରେ ବନ୍ଧୁକ ରହିଥିବାର ଜଣାପଡିଛ । ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଶୀକାର କରିବା ପାଇଁ ଏହି ଦେଶୀ ବନ୍ଧୁକର ସହାୟତା ନେଉଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଗୋ ତସ୍କର ଓ ଗଞ୍ଜେଇ ମାଫିଆ ନେଇ ମୟୂରଭଞ୍ଜର ୩ଟି ସ୍ଥାନରେ ଚଢାଉ

ତେବେ ଶିକାର ଉଦେସ୍ୟରେ ରଖିଥିବା ବନ୍ଧୁକ ବେଳେ ବେଳେ ଘରୋଇ ହିଁସା ପାଇଁ ମଧ୍ୟ ବ୍ୟବହୃତ କରୁଥିବାର ସଦ୍ୟ ପ୍ରମାଣ ମିଳିସାରିଛି । ଗତ ମଙ୍ଗଳବାର ରାତିରେ ଉଦଳା ବ୍ଲକ କାଶିକୁଣ୍ଡଳ ଗ୍ରାମରେ ମଦ୍ୟପାନ କରି ପୁଅ ଦେଶି ବନ୍ଧୁକ ଦ୍ୱାରା ନିଜ ବାପାକୁ ଗୁଳି କରି ହତ୍ୟା କରିବା ଘଟଣା ବନ୍ଧୁକର ଉପସ୍ଥିତିକୁ ଜାହିର କରିଛି । ହେଲେ ଏନେଇ ନା ବନବିଭାଗ ନିକଟରେ ଖବର ଅଛି ନା ପୁଲିସ ନିକଟରେ । ତେବେ ବନ୍ଧୁକ କିଏ ଯୋଗଉଛି ନା ହାତରେ ତିଆରି କରୁଛନ୍ତି ଗ୍ରାମବାସୀ । ଶିକାର ପାଇଁ ବନ୍ଧୁକ ଘରୋଇ ଭାବେ ଶାଳରେ କରାଯାଉଥିବା ଶୁଣିବାକୁ ମିଳେ । ଏପରିକି ଦେଶୀ ବନ୍ଧୁକ ତିଆରି ପୂର୍ବକ ବିକ୍ରି କରାଯାଉଥିବାର ପ୍ରସଙ୍ଗ ଲୋକଲୋଚନକୁ ଆସିଛି । ଦେଶୀ କମାର ଶାଳରେ ଏହି ବନ୍ଧୁକ ତିଆରି କରାଯାଇ ଶିକାର ପାଇଁ ଚୋରାରେ ଯୋଗାଇଦେଉଥବା ଜଣାପଡିଛି । ଏପରିକି ୧୦୦୦ ରୁ ୨୦୦୦ ଟଙ୍କା ଦର ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳିଛି। ସାଇକଲ ବଲକୁ ଗୁଳି ଭାବେ ବ୍ୟବହାର କରି ଶିକାର କରୁଥିବା ବେଳେ ଗୋଣ୍ଡଗୋଳ ସମସୟରେ କଥା କଥାକେ ବନ୍ଧୁକ ଦେଖାଇବା ଘଟଣା ନୂଆ ନୁହେଁ । ବିଶେଷ କରି ବନବିଭାଗ ଏଦିଗରେ ଅଧିକ ତଥ୍ୟ ସମ୍ବଳିତ ହେବା ପରିବର୍ତ୍ତେ ନିଦରେ ଥିବା ପରି ମନେ ହେଉଛି । ମାତ୍ର ପୁଲିସ ଏଦିଗରେ ଆଦୌ ଯତ୍ନବାନ ନ ଥିବା ବେଳେ ଏଭଳି ହତ୍ୟା ଘଟଣା ପୋଲିସକୁ କେତେ କ୍ରିୟାଶୀଳ କରୁଛ ଦେଖିବାକୁ ବାକି ରହିଲା ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଫେରାର୍‌ ପ୍ରେମିକ ମୟୂରଭଞ୍ଜରୁ ଗିରଫ

08 Sep 2022 By The Sakala

ଶିମିଳିପାଳ ସଂଲଗ୍ନ ଗ୍ରାମମାନଙ୍କରେ ଘରେଘରେ ରହିଛି ଦେଶୀ ବନ୍ଧୁକ, ନିଦରେ ବନବିଭାଗ ଓ ପୁଲିସ !

ଉଦଳା: ବିଭିନ୍ନ ମାରଣାସ୍ତ୍ର ଠାରୁ ଆରମ୍ଭ କରି ବନ୍ଧୁକ ରଖିବା ବେଆଇନ କାର୍ଯ୍ୟ ହୋଇଥିବା ବେଳେ ଜାତୀୟ ଉଦ୍ୟାନ ଶିମିଳିପାଳ ପୂର୍ବ ପାଦଦେଶରେ ଥିବା ଗ୍ରାମମାନଙ୍କରେ ଘରେଘରେ ବନ୍ଧୁକ ଥିବାର ଜଣାପଡିଛି । କେତେ ବେଳେ ବନବିଭାଗ ଶିକାରୀ ସହ ଦେଶୀ ବନ୍ଧୁକ ଜବତ କଲାଣି ତ କେତେବେଳେ ବନ ବିଭାଗକୁ ଉକ୍ତ ବନ୍ଧୁକରେ ଆକ୍ରମଣର ଖବର କିଛି ନୁଆ ନୁହେଁ । ତେବେ ଶିମିଳିପାଳ ସଂଲଗ୍ନ ଗାଁ ମାନଙ୍କରେ ଏତେ ଦେଶି ବନ୍ଧୁକ କୋଉଠୁ ଆସୁଛି ତାହା ହିଁ ବଡ ପ୍ରଶ୍ନ । ଶିମିଳିପାଳ ପାଦଦେଶରେ ଥିବା ଉଦଳା ବ୍ଲକ , ଖୁଣ୍ଟା ବ୍ଲକ, କପ୍ତିପଦା ବ୍ଲକର ୫୦ରୁ ଉର୍ଦ୍ଧ୍ବ ଗ୍ରାମରେ ଘରେ ଘରେ ବନ୍ଧୁକ ରହିଥିବାର ଜଣାପଡିଛ । ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଶୀକାର କରିବା ପାଇଁ ଏହି ଦେଶୀ ବନ୍ଧୁକର ସହାୟତା ନେଉଥିବା ଜଣାପଡିଛି।

ତେବେ ଶିକାର ଉଦେସ୍ୟରେ ରଖିଥିବା ବନ୍ଧୁକ ବେଳେ ବେଳେ ଘରୋଇ ହିଁସା ପାଇଁ ମଧ୍ୟ ବ୍ୟବହୃତ କରୁଥିବାର ସଦ୍ୟ ପ୍ରମାଣ ମିଳିସାରିଛି । ଗତ ମଙ୍ଗଳବାର ରାତିରେ ଉଦଳା ବ୍ଲକ କାଶିକୁଣ୍ଡଳ ଗ୍ରାମରେ ମଦ୍ୟପାନ କରି ପୁଅ ଦେଶି ବନ୍ଧୁକ ଦ୍ୱାରା ନିଜ ବାପାକୁ ଗୁଳି କରି ହତ୍ୟା କରିବା ଘଟଣା ବନ୍ଧୁକର ଉପସ୍ଥିତିକୁ ଜାହିର କରିଛି । ହେଲେ ଏନେଇ ନା ବନବିଭାଗ ନିକଟରେ ଖବର ଅଛି ନା ପୁଲିସ ନିକଟରେ । ତେବେ ବନ୍ଧୁକ କିଏ ଯୋଗଉଛି ନା ହାତରେ ତିଆରି କରୁଛନ୍ତି ଗ୍ରାମବାସୀ । ଶିକାର ପାଇଁ ବନ୍ଧୁକ ଘରୋଇ ଭାବେ ଶାଳରେ କରାଯାଉଥିବା ଶୁଣିବାକୁ ମିଳେ । ଏପରିକି ଦେଶୀ ବନ୍ଧୁକ ତିଆରି ପୂର୍ବକ ବିକ୍ରି କରାଯାଉଥିବାର ପ୍ରସଙ୍ଗ ଲୋକଲୋଚନକୁ ଆସିଛି । ଦେଶୀ କମାର ଶାଳରେ ଏହି ବନ୍ଧୁକ ତିଆରି କରାଯାଇ ଶିକାର ପାଇଁ ଚୋରାରେ ଯୋଗାଇଦେଉଥବା ଜଣାପଡିଛି । ଏପରିକି ୧୦୦୦ ରୁ ୨୦୦୦ ଟଙ୍କା ଦର ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳିଛି। ସାଇକଲ ବଲକୁ ଗୁଳି ଭାବେ ବ୍ୟବହାର କରି ଶିକାର କରୁଥିବା ବେଳେ ଗୋଣ୍ଡଗୋଳ ସମସୟରେ କଥା କଥାକେ ବନ୍ଧୁକ ଦେଖାଇବା ଘଟଣା ନୂଆ ନୁହେଁ । ବିଶେଷ କରି ବନବିଭାଗ ଏଦିଗରେ ଅଧିକ ତଥ୍ୟ ସମ୍ବଳିତ ହେବା ପରିବର୍ତ୍ତେ ନିଦରେ ଥିବା ପରି ମନେ ହେଉଛି । ମାତ୍ର ପୁଲିସ ଏଦିଗରେ ଆଦୌ ଯତ୍ନବାନ ନ ଥିବା ବେଳେ ଏଭଳି ହତ୍ୟା ଘଟଣା ପୋଲିସକୁ କେତେ କ୍ରିୟାଶୀଳ କରୁଛ ଦେଖିବାକୁ ବାକି ରହିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର