ଅପହରଣକାରୀ ମହିଳାଙ୍କ କାମୁଡାରେ ଶିଶୁ କନ୍ୟା ମୄତ, ଗ୍ରାମରେ ଉତ୍ତେଜନା

The Sakala Picture
Published On

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ସୁରେଇଡିହି ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସମ୍ପର୍କୀୟ ନିସନ୍ତାନ ଦମ୍ଫତ୍ତି ଘରକୁ ଆସି ଜେଜେମାଆ ପାଖରେ ଆଶ୍ରିତା ୨ବର୍ଷର ଶିଶୁକନ୍ୟାକୁ ଚତୁରତାର ସହ ଅପହରଣ କରି ନେଇ ପଳାଉଥିବା ବେଳେ ଗ୍ରାମବାସୀ ପ୍ରତିବାଦ କରିବାରୁ ମହିଳା ଜଣଙ୍କ ଶିଶୁକନ୍ୟାକୁ ପିଟିବା ସହିତ ତଳେ କଚାଡିବା ଏପରିକି ଗଳାରେ କାମୁଡି ପକାଇ ଥିଲେ । ଘଟଣା ପ୍ରଚାରିତ ହେବା ପରେ ଗ୍ରାମବାସୀ […]

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ସୁରେଇଡିହି ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସମ୍ପର୍କୀୟ ନିସନ୍ତାନ ଦମ୍ଫତ୍ତି ଘରକୁ ଆସି ଜେଜେମାଆ ପାଖରେ ଆଶ୍ରିତା ୨ବର୍ଷର ଶିଶୁକନ୍ୟାକୁ ଚତୁରତାର ସହ ଅପହରଣ କରି ନେଇ ପଳାଉଥିବା ବେଳେ ଗ୍ରାମବାସୀ ପ୍ରତିବାଦ କରିବାରୁ ମହିଳା ଜଣଙ୍କ ଶିଶୁକନ୍ୟାକୁ ପିଟିବା ସହିତ ତଳେ କଚାଡିବା ଏପରିକି ଗଳାରେ କାମୁଡି ପକାଇ ଥିଲେ ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ଛଉ ନୃତ୍ୟଗୁରୁ ପାଗୁଲୁ ଜେନାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ଘଟଣା ପ୍ରଚାରିତ ହେବା ପରେ ଗ୍ରାମବାସୀ ଏକାଠି ହୋଇ ଦମ୍ଫତ୍ତି ଙ୍କୁ ଅଟକ ରଖିବା ସହିତ ପିଲା ଚୋର କେହି ଡାହାଣୀ ଭାବି ନିସ୍ତୁକ ମାଡ ମାରିଥିଲେ । ଖବରପାଇ ବେତନଟୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ମଧ୍ୟ ଲୋକମାନେ ବୁଝିନଥିଲେ । ଆହତ ଶିଶୁକନ୍ୟାକୁ ସଙ୍ଗେସଙ୍ଗେ ପିଆରଏମ ଡାକ୍ତରଖାନା ଓ ହସ୍ପିଟାଲକୁ ପଠାଇଥିଲେ । ଶିଶୁକନ୍ୟା ସୁସ୍ଥ ହେବା ପରେ ହିଁ ଅଭିଯୁକ୍ତ ଦମ୍ଫତ୍ତିଙ୍କୁ ଛାଡିବେ ବୋଲି ଗ୍ରାମବାସୀ ଜିଦ କରିବସିଥିଲେ ।

ଆହୁରି ପଢ଼ନ୍ତୁ: କରଞ୍ଜିଆ ସ୍ଥିତ ଦୁଧିଆଣି ଜଙ୍ଗଲରୁ ମୃତ ହାତୀଛୁଆ ଉଦ୍ଧାର

ତେବେ ପରିସ୍ଥିତି କୁ ନିୟନ୍ତ୍ରଣ କୁ ଆଣିବାରେ ପୁଲିସକୁ ଦୀର୍ଘ ସମୟ ଲାଗିଥିଲା । ଅଭିଯୁକ୍ତ ଦ୍ବୟଙ୍କୁ ବେତନଟୀ ଥାନାକୁ ନିଆଯାଇଛି । ଅଭିଯୁକ୍ତ ମହିଳା ଙ୍କ ମାନସିକ ସ୍ଥିତି ଠିକ ନାହିଁ । ପୂର୍ଵରୁ ମଧ୍ୟ ସମାନ କାଣ୍ଡ ସେ ମହିଳା ଜଣଙ୍କ ଭିଆଇଥିଵା କୁହାଯାଉଛି ।ତେବେ ସନ୍ଧ୍ୟାରେ ଚିକିତ୍ସାଧୀନ ଶିଶୁ କନ୍ୟାର ମୄତ୍ୟୁ ଘଟିଛି । ମୄତ ଶିଶୁକନ୍ୟା ରୂପାଲି ମୁର୍ମୁର ବାପା ଯାଦବଙ୍କ ଅକାଳ ମୄତ୍ୟୁ ପରେ ମା’ ପାନ ଦୁଇ ଝିଅ(ଅନ୍ୟ ଜଣେ ୩ବର୍ଷର)କୁ ଛାଡି ପଳାଇ ଯାଇଛନ୍ତି ।

ଆହୁରି ପଢ଼ନ୍ତୁ: ଗୋ ତସ୍କର ଓ ଗଞ୍ଜେଇ ମାଫିଆ ନେଇ ମୟୂରଭଞ୍ଜର ୩ଟି ସ୍ଥାନରେ ଚଢାଉ

ବର୍ତ୍ତମାନ ସେ ଦ୍ବିତୀୟ ବିବାହ କରିସାରିଛନ୍ତି । ଅସହାୟ ଦୁଇ ଶିଶୁକନ୍ୟା ଜେଜେ ବାପା ଜେଜେ ମାଆଙ୍କ ପାଖରେ ରହୁଥିଲେ । ଜେଜେ ବାପା ଚନ୍ଦ୍ରମୋହନ ମୁର୍ମୁଙ୍କ ସମ୍ପର୍କୀୟ ଶଳା ବୁଖାୟ ହାଁସଦାଙ୍କର ପୁଅ ଦାନ୍ତିଆମୁହାଁ ନିକଟ ଚୁଆଶୋଳ ଗ୍ରାମର ଦାଶରଥି (୩୮) ତାର ଦ୍ବିତୀୟ ସ୍ତ୍ରୀ ସୁନି(୨୬)(ନିସନ୍ତାନ) ସହ ଶିଶୁକନ୍ୟାକୁ ନେବା ଉଦ୍ଦେଶ୍ୟରେ ଆସି ଏଭଳି କାଣ୍ଡ ଭିଆଇ ଥାଇପାରନ୍ତି ବୋଲି ବେତନଟୀ ଆଇଆଇସି ରେଣୁବାଳା ସାହୁ ପ୍ରକାଶ କରିଛନ୍ତି । ଅଭିଯୋଗ ଆସିବା ପରେ ପରବର୍ତ୍ତୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏ ସଂକ୍ରାନ୍ତରେ ଶିଶୁକନ୍ୟା ଅପହରଣ ଓ ହତ୍ୟା ଅଭିଯୋଗରେ ଅଟକ ଦମ୍ଫତ୍ତି ଙ୍କୁ ଗିରଫ କରାଯିବା ପରେ ଉଭୟଙ୍କ ମେଡିକାଲ ଯାଞ୍ଚ କରାଯିବ। ଗୁରୁବାର ମୄତ ଶିଶୁକନ୍ୟାର ଶବ ବ୍ୟବଚ୍ଛେଦ ସାଙ୍ଗକୁ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

06 Jul 2022 By The Sakala

ଅପହରଣକାରୀ ମହିଳାଙ୍କ କାମୁଡାରେ ଶିଶୁ କନ୍ୟା ମୄତ, ଗ୍ରାମରେ ଉତ୍ତେଜନା

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ସୁରେଇଡିହି ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସମ୍ପର୍କୀୟ ନିସନ୍ତାନ ଦମ୍ଫତ୍ତି ଘରକୁ ଆସି ଜେଜେମାଆ ପାଖରେ ଆଶ୍ରିତା ୨ବର୍ଷର ଶିଶୁକନ୍ୟାକୁ ଚତୁରତାର ସହ ଅପହରଣ କରି ନେଇ ପଳାଉଥିବା ବେଳେ ଗ୍ରାମବାସୀ ପ୍ରତିବାଦ କରିବାରୁ ମହିଳା ଜଣଙ୍କ ଶିଶୁକନ୍ୟାକୁ ପିଟିବା ସହିତ ତଳେ କଚାଡିବା ଏପରିକି ଗଳାରେ କାମୁଡି ପକାଇ ଥିଲେ ।

ଘଟଣା ପ୍ରଚାରିତ ହେବା ପରେ ଗ୍ରାମବାସୀ ଏକାଠି ହୋଇ ଦମ୍ଫତ୍ତି ଙ୍କୁ ଅଟକ ରଖିବା ସହିତ ପିଲା ଚୋର କେହି ଡାହାଣୀ ଭାବି ନିସ୍ତୁକ ମାଡ ମାରିଥିଲେ । ଖବରପାଇ ବେତନଟୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ମଧ୍ୟ ଲୋକମାନେ ବୁଝିନଥିଲେ । ଆହତ ଶିଶୁକନ୍ୟାକୁ ସଙ୍ଗେସଙ୍ଗେ ପିଆରଏମ ଡାକ୍ତରଖାନା ଓ ହସ୍ପିଟାଲକୁ ପଠାଇଥିଲେ । ଶିଶୁକନ୍ୟା ସୁସ୍ଥ ହେବା ପରେ ହିଁ ଅଭିଯୁକ୍ତ ଦମ୍ଫତ୍ତିଙ୍କୁ ଛାଡିବେ ବୋଲି ଗ୍ରାମବାସୀ ଜିଦ କରିବସିଥିଲେ ।

ତେବେ ପରିସ୍ଥିତି କୁ ନିୟନ୍ତ୍ରଣ କୁ ଆଣିବାରେ ପୁଲିସକୁ ଦୀର୍ଘ ସମୟ ଲାଗିଥିଲା । ଅଭିଯୁକ୍ତ ଦ୍ବୟଙ୍କୁ ବେତନଟୀ ଥାନାକୁ ନିଆଯାଇଛି । ଅଭିଯୁକ୍ତ ମହିଳା ଙ୍କ ମାନସିକ ସ୍ଥିତି ଠିକ ନାହିଁ । ପୂର୍ଵରୁ ମଧ୍ୟ ସମାନ କାଣ୍ଡ ସେ ମହିଳା ଜଣଙ୍କ ଭିଆଇଥିଵା କୁହାଯାଉଛି ।ତେବେ ସନ୍ଧ୍ୟାରେ ଚିକିତ୍ସାଧୀନ ଶିଶୁ କନ୍ୟାର ମୄତ୍ୟୁ ଘଟିଛି । ମୄତ ଶିଶୁକନ୍ୟା ରୂପାଲି ମୁର୍ମୁର ବାପା ଯାଦବଙ୍କ ଅକାଳ ମୄତ୍ୟୁ ପରେ ମା’ ପାନ ଦୁଇ ଝିଅ(ଅନ୍ୟ ଜଣେ ୩ବର୍ଷର)କୁ ଛାଡି ପଳାଇ ଯାଇଛନ୍ତି ।

ବର୍ତ୍ତମାନ ସେ ଦ୍ବିତୀୟ ବିବାହ କରିସାରିଛନ୍ତି । ଅସହାୟ ଦୁଇ ଶିଶୁକନ୍ୟା ଜେଜେ ବାପା ଜେଜେ ମାଆଙ୍କ ପାଖରେ ରହୁଥିଲେ । ଜେଜେ ବାପା ଚନ୍ଦ୍ରମୋହନ ମୁର୍ମୁଙ୍କ ସମ୍ପର୍କୀୟ ଶଳା ବୁଖାୟ ହାଁସଦାଙ୍କର ପୁଅ ଦାନ୍ତିଆମୁହାଁ ନିକଟ ଚୁଆଶୋଳ ଗ୍ରାମର ଦାଶରଥି (୩୮) ତାର ଦ୍ବିତୀୟ ସ୍ତ୍ରୀ ସୁନି(୨୬)(ନିସନ୍ତାନ) ସହ ଶିଶୁକନ୍ୟାକୁ ନେବା ଉଦ୍ଦେଶ୍ୟରେ ଆସି ଏଭଳି କାଣ୍ଡ ଭିଆଇ ଥାଇପାରନ୍ତି ବୋଲି ବେତନଟୀ ଆଇଆଇସି ରେଣୁବାଳା ସାହୁ ପ୍ରକାଶ କରିଛନ୍ତି । ଅଭିଯୋଗ ଆସିବା ପରେ ପରବର୍ତ୍ତୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏ ସଂକ୍ରାନ୍ତରେ ଶିଶୁକନ୍ୟା ଅପହରଣ ଓ ହତ୍ୟା ଅଭିଯୋଗରେ ଅଟକ ଦମ୍ଫତ୍ତି ଙ୍କୁ ଗିରଫ କରାଯିବା ପରେ ଉଭୟଙ୍କ ମେଡିକାଲ ଯାଞ୍ଚ କରାଯିବ। ଗୁରୁବାର ମୄତ ଶିଶୁକନ୍ୟାର ଶବ ବ୍ୟବଚ୍ଛେଦ ସାଙ୍ଗକୁ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର