ଖାଦ୍ୟ ଅନ୍ୱେଷଣରେ ଘରେ ପଶିଲେ ହାତୀଶାବକ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, ଗୁହାଳରୁ ଘୋଷାରିଆଣି ଗାଈକୁ କଚାଡି ମାରିଲେ

The Sakala Picture
Published On

ବେତନଟୀ: ବେତନଟୀ ଥାନା ଅଧୀନ ଲଙ୍ଗଳକଟା ଗ୍ରାମରେ ମଙ୍ଗଳବାର ସକାଳେ ହାତୀପଲ ପଶି ଗୋଟିଏ ନୂଆ ଘରକୁ ଭାଙ୍ଗି ଛାରଖାର କରିବା ସହିତ ଗୃହପାଳିତ ଗାଈକୁ ମଧ୍ୟ୍ୟ କଚାଡି ମାରିଦେଇଛନ୍ତି। ସୂଚନା ମୁତାବକ, ଲଙ୍ଗଳକଟା ତଥା ଆଖପାଖ ଅଞ୍ଚଳରେ ଏକ ହାତୀପଲ ବିଚରଣ କରୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜନବସତିମୁହାଁ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ପ୍ରଥମେ ଏହି ହାତୀପଲରୁ କିଛି ଛୁଆହାତୀ ଲଙ୍ଗଳକଟା ଗ୍ରାମର ସନ୍ତୋଷ କୁମାର ମହାନ୍ତଙ୍କ ଘର ବାରଣ୍ଡା ଭିତରକୁ ପଳାଇ ଆସିଥିଲେ। […]

ବେତନଟୀ: ବେତନଟୀ ଥାନା ଅଧୀନ ଲଙ୍ଗଳକଟା ଗ୍ରାମରେ ମଙ୍ଗଳବାର ସକାଳେ ହାତୀପଲ ପଶି ଗୋଟିଏ ନୂଆ ଘରକୁ ଭାଙ୍ଗି ଛାରଖାର କରିବା ସହିତ ଗୃହପାଳିତ ଗାଈକୁ ମଧ୍ୟ୍ୟ କଚାଡି ମାରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ସୂଚନା ମୁତାବକ, ଲଙ୍ଗଳକଟା ତଥା ଆଖପାଖ ଅଞ୍ଚଳରେ ଏକ ହାତୀପଲ ବିଚରଣ କରୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜନବସତିମୁହାଁ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ପ୍ରଥମେ ଏହି ହାତୀପଲରୁ କିଛି ଛୁଆହାତୀ ଲଙ୍ଗଳକଟା ଗ୍ରାମର ସନ୍ତୋଷ କୁମାର ମହାନ୍ତଙ୍କ ଘର ବାରଣ୍ଡା ଭିତରକୁ ପଳାଇ ଆସିଥିଲେ। ତେବେ ଘରୁ ବାରଣ୍ଡାରୁ ବାହାରି ନ ପାରି ହାତୀଶାବକ ମାନେ ଚିତ୍କାର କରିଥିଲେ। ଆଉ ଛୁଆ ହାତୀମାନଙ୍କ ପଛରେ ୧୨ରୁ ୧୩ଟି ବିଶାଳ ବଣୁଆହାତୀ ଆସି ବହୁ କଷ୍ଟରେ ନିର୍ମାଣ କରିଥିବା ସନ୍ତୋଷଙ୍କ ନୂଆ ଘର ଏବଂ ଆଜବେଷ୍ଟସକୁ ଭାଙ୍ଗି ଛାରଖାର କରିବା ସହିତ ଶାବକମାନଙ୍କୁ ନେବାପରେ ଗୁହାଳରେ ଥିବା ଏକ ଗାଈକୁ କଚାଡି ମାରି ଦେଇଛନ୍ତି। ସନ୍ତୋଷଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ କରିବାପରେ ହାତୀପଲ ଜଙ୍ଗଲକୁ ପଳାଇ ଯାଇଥିଲେ। ତେବେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତିମୁହାଁ ହେଉଥିବା ବେଳେ ଏହା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

05 Jul 2022 By The Sakala

ଖାଦ୍ୟ ଅନ୍ୱେଷଣରେ ଘରେ ପଶିଲେ ହାତୀଶାବକ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ, ଗୁହାଳରୁ ଘୋଷାରିଆଣି ଗାଈକୁ କଚାଡି ମାରିଲେ

ବେତନଟୀ: ବେତନଟୀ ଥାନା ଅଧୀନ ଲଙ୍ଗଳକଟା ଗ୍ରାମରେ ମଙ୍ଗଳବାର ସକାଳେ ହାତୀପଲ ପଶି ଗୋଟିଏ ନୂଆ ଘରକୁ ଭାଙ୍ଗି ଛାରଖାର କରିବା ସହିତ ଗୃହପାଳିତ ଗାଈକୁ ମଧ୍ୟ୍ୟ କଚାଡି ମାରିଦେଇଛନ୍ତି।

ସୂଚନା ମୁତାବକ, ଲଙ୍ଗଳକଟା ତଥା ଆଖପାଖ ଅଞ୍ଚଳରେ ଏକ ହାତୀପଲ ବିଚରଣ କରୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜନବସତିମୁହାଁ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ପ୍ରଥମେ ଏହି ହାତୀପଲରୁ କିଛି ଛୁଆହାତୀ ଲଙ୍ଗଳକଟା ଗ୍ରାମର ସନ୍ତୋଷ କୁମାର ମହାନ୍ତଙ୍କ ଘର ବାରଣ୍ଡା ଭିତରକୁ ପଳାଇ ଆସିଥିଲେ। ତେବେ ଘରୁ ବାରଣ୍ଡାରୁ ବାହାରି ନ ପାରି ହାତୀଶାବକ ମାନେ ଚିତ୍କାର କରିଥିଲେ। ଆଉ ଛୁଆ ହାତୀମାନଙ୍କ ପଛରେ ୧୨ରୁ ୧୩ଟି ବିଶାଳ ବଣୁଆହାତୀ ଆସି ବହୁ କଷ୍ଟରେ ନିର୍ମାଣ କରିଥିବା ସନ୍ତୋଷଙ୍କ ନୂଆ ଘର ଏବଂ ଆଜବେଷ୍ଟସକୁ ଭାଙ୍ଗି ଛାରଖାର କରିବା ସହିତ ଶାବକମାନଙ୍କୁ ନେବାପରେ ଗୁହାଳରେ ଥିବା ଏକ ଗାଈକୁ କଚାଡି ମାରି ଦେଇଛନ୍ତି। ସନ୍ତୋଷଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ କରିବାପରେ ହାତୀପଲ ଜଙ୍ଗଲକୁ ପଳାଇ ଯାଇଥିଲେ। ତେବେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତିମୁହାଁ ହେଉଥିବା ବେଳେ ଏହା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର