ବାରିପଦା ଟାଉନ ପୁଲିସକୁ ସଫଳତା: ୧୧ଟି ବାଇକ ଜବତ, ଦୁଇ ପେଷାଦାର ଚୋର ଗିରଫ

The Sakala Picture
Published On

ବାରିପଦା: ଦଶହରା ସମୟରେ ବାଇକ ଚୋରି କରିଥିବା ଦୁଇ ଜଣ ପେଷାଦାର ଅଭିଯୁକ୍ତକୁ ଟାଉନ ଥାନା ପୁଲିସ ଗିରଫ କରିବା ସହିତ ୧୧ଟି ବାଇକ ଜବତ କରିଛି। ସେମାନେ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ଭୁଗୁଡାକଟା ଅଞ୍ଚଳର ପିଣ୍ଟୁ ବୈଠା ଓରଫ ଭିକି(୨୦) ଏବଂ ଚାନ୍ଦୁଆ ଥାନା ଅନ୍ତର୍ଗତ କୁସୁମାଶୋଲ ଗ୍ରାମର ଅମିତ ମୁଦୁଲି(୨୩)। ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୫ତାରିଖ ଦୁର୍ଗା ପୂଜା ସମୟରେ ବାରିପଦା ସହରର ତୁଳସୀ ଚଉରା ମେଢ ଦେଖିବା ପାଇଁ ଯାଇଥିବା […]

ବାରିପଦା: ଦଶହରା ସମୟରେ ବାଇକ ଚୋରି କରିଥିବା ଦୁଇ ଜଣ ପେଷାଦାର ଅଭିଯୁକ୍ତକୁ ଟାଉନ ଥାନା ପୁଲିସ ଗିରଫ କରିବା ସହିତ ୧୧ଟି ବାଇକ ଜବତ କରିଛି। ସେମାନେ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ଭୁଗୁଡାକଟା ଅଞ୍ଚଳର ପିଣ୍ଟୁ ବୈଠା ଓରଫ ଭିକି(୨୦) ଏବଂ ଚାନ୍ଦୁଆ ଥାନା ଅନ୍ତର୍ଗତ କୁସୁମାଶୋଲ ଗ୍ରାମର ଅମିତ ମୁଦୁଲି(୨୩)।

ଆହୁରି ପଢ଼ନ୍ତୁ: ପ୍ରଭାତୀଙ୍କ ବିରୋଧରେ ସମୀରଙ୍କ ଯୁଦ୍ଧଂ ଦେହି ଡକରା: ପଞ୍ଚାୟତ ନିର୍ବାଚନରେ ପ୍ରଭାତୀଙ୍କ ପ୍ରାର୍ଥୀଙ୍କୁ ବିରୋଧ ଚେତାବନୀ

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୫ତାରିଖ ଦୁର୍ଗା ପୂଜା ସମୟରେ ବାରିପଦା ସହରର ତୁଳସୀ ଚଉରା ମେଢ ଦେଖିବା ପାଇଁ ଯାଇଥିବା ବେଳେ ବଡ଼ସାହି ଅଞ୍ଚଳର ପରମେଶ୍ବର ମହାନ୍ତଙ୍କ ବାଇକ ଚୋରି ହୋଇଥିଲା। ବାଇକ ଚୋରି ନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ନେଇ ଏକ ମାମଲା ରୁଜୁ କରି ଟାଉନ ଥାନା ଅଧିକାରୀ ମୃତ୍ୟଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ପିଣ୍ଟୁ ବୈଠା ପୁଲିସର ସନ୍ଦେହ ଘେରକୁ ଆସିଥିଲା। ପଚରା ଉଚାର ସମୟରେ ଅମିତ ମୁଦୁଲି ସହିତ ମିଶି ଚୋରି କରିଥିବାର ସେ ସ୍ବୀକାର କରିଥିଲା। ତଦନୁସାରେ ଚଢଉ କରି ଅମିତକୁ ଗିରଫ କରିବା ସହ ଦୁଇ ଜଣକ ଘରୁ ୧୧ଗୋଟି ବିଭିନ୍ନ କମ୍ପାନୀର ବାଇକ ଜବତ କରିବାରେ ପୁଲିସ ସଫଳ ହୋଇଛି।

ଆହୁରି ପଢ଼ନ୍ତୁ: ପୁରୀ ବେଳାଭୂମିରେ ଅଘଟଣ; ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଯାଇ ଦୁଇ ପର୍ଯ୍ୟଟକ ମୃତ

ସେଥି ମଧ୍ୟରୁ କିଛି ବାଇକରେ ମିଛ ନମ୍ବର ପ୍ଲେଟ ଲାଗିଥିବାର ଦେଖିବାକୁ ମିଳିଥିଲା। ପୂର୍ବରୁ ଅକ୍ଟୋବର ୧୨ ତାରିଖରେ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିବା ଗୋଟେ ବାଇକ ଚୋରି ମାମଲାର ବାଇକ ମଧ୍ୟ ଉଦ୍ଧାର ହୋଇଛି। ସେମାନଙ୍କ ନିକଟରୁ ନମ୍ବର ବିହୀନ ୟାମାହା ଏଫଏଜ଼(ହଳଦିଆ/କଳା), ହିରୋ ହଣ୍ଡା ପେଶନ ପ୍ଲସ(ଜେଏଚ ୦୫ପି ୭୨୨୧), ବଜାଜ ସିଟି ୧୦୦ (ଓଆର ୦୨ଏଏଫ ୭୭୬୯), ଗ୍ଲାମୋର(ଓଆର ୦୨ଏ ୫୬୮୩), ଆପାଚି(ଡବ୍ଲୁ ବି ୩୦ଏଚ ୭୦୦୨), ବଜାଜ ବକ୍ସର(ଓଆର ୧୧ଇ ୮୩୭୪), ବଜାଜ କେଲିବର(ଓଆର ୧୧ଏ ୪୬୧୨), ୟାମାହା (ଓଆର ୧୧ଏଫ ୪୯୬୩), ପଲସର ଏନଏସ(ଓଡ଼ି ୦୧ ୯୧୬୩), ଆରଏକ୍ସ ୧୦୦(ଓଆର ୧୬ବି ୩୮୫୨), ନମ୍ବର ବିହୀନ ଏକଟିଭା ସ୍କୁଟି ଜବତ ହୋଇଛି।

ଆହୁରି ପଢ଼ନ୍ତୁ: ବିଧାନସଭା ଆରମ୍ଭରୁ ଗୃହରେ ବିଜୁ ଝଡ଼: ଦୁବେଙ୍କ ବିଭ୍ରାନ୍ତିକର ମନ୍ତବ୍ୟକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ

ଏନେଇ ବାରିପଦା ଟାଉନ ଥାନାରେ କେଶ ନମ୍ବର ୬୯୧/୨୩ରେ ମାମଲା ରୁଜୁ କରି ଉଭୟଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଉଭୟ ପୂର୍ବରୁ ଦୁଇ ଗୋଟି ପୃଥକ ମାମଲା ସମ୍ପୃକ୍ତ ଥିବା ବେଳେ ତାଙ୍କ ନାମରେ ପୂର୍ବରୁ ଭଞ୍ଜପୁର ଥାନା ଓ ବାରିପଦା ଟାଉନ ଥାନାରେ ଦୁଇ ଗୋଟି ପୃଥକ ମାମଲା ରହିଛି। ତେବେ ଏହି ଦୁଇଜଣଙ୍କ ସହିତ ଅନ୍ୟକେହି ସହଯୋଗୀ ଅଛନ୍ତି ନା ନାହିଁ ସେଦିଗରେ ମଧ୍ୟ ପୁଲିସ ତଦନ୍ତ ଜାରି ରହିଛି ବୋଲି ଶନିବାର ଆହୁତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପୁଲିସ ସୂଚନା ଅଧିକାରୀ ଦଳାମଣି ଭୋଇ ପ୍ରକାଶ କରିଛନ୍ତି । ତାଙ୍କ ସହିତ ଡିଏସପି ଉମେଶ କୁମାର ପଣ୍ଡା ଉପସ୍ଥିତ ଥିଲେ ।

28 Oct 2023 By The Sakala

ବାରିପଦା ଟାଉନ ପୁଲିସକୁ ସଫଳତା: ୧୧ଟି ବାଇକ ଜବତ, ଦୁଇ ପେଷାଦାର ଚୋର ଗିରଫ

ବାରିପଦା: ଦଶହରା ସମୟରେ ବାଇକ ଚୋରି କରିଥିବା ଦୁଇ ଜଣ ପେଷାଦାର ଅଭିଯୁକ୍ତକୁ ଟାଉନ ଥାନା ପୁଲିସ ଗିରଫ କରିବା ସହିତ ୧୧ଟି ବାଇକ ଜବତ କରିଛି। ସେମାନେ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ଭୁଗୁଡାକଟା ଅଞ୍ଚଳର ପିଣ୍ଟୁ ବୈଠା ଓରଫ ଭିକି(୨୦) ଏବଂ ଚାନ୍ଦୁଆ ଥାନା ଅନ୍ତର୍ଗତ କୁସୁମାଶୋଲ ଗ୍ରାମର ଅମିତ ମୁଦୁଲି(୨୩)।

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୫ତାରିଖ ଦୁର୍ଗା ପୂଜା ସମୟରେ ବାରିପଦା ସହରର ତୁଳସୀ ଚଉରା ମେଢ ଦେଖିବା ପାଇଁ ଯାଇଥିବା ବେଳେ ବଡ଼ସାହି ଅଞ୍ଚଳର ପରମେଶ୍ବର ମହାନ୍ତଙ୍କ ବାଇକ ଚୋରି ହୋଇଥିଲା। ବାଇକ ଚୋରି ନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ନେଇ ଏକ ମାମଲା ରୁଜୁ କରି ଟାଉନ ଥାନା ଅଧିକାରୀ ମୃତ୍ୟଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ପିଣ୍ଟୁ ବୈଠା ପୁଲିସର ସନ୍ଦେହ ଘେରକୁ ଆସିଥିଲା। ପଚରା ଉଚାର ସମୟରେ ଅମିତ ମୁଦୁଲି ସହିତ ମିଶି ଚୋରି କରିଥିବାର ସେ ସ୍ବୀକାର କରିଥିଲା। ତଦନୁସାରେ ଚଢଉ କରି ଅମିତକୁ ଗିରଫ କରିବା ସହ ଦୁଇ ଜଣକ ଘରୁ ୧୧ଗୋଟି ବିଭିନ୍ନ କମ୍ପାନୀର ବାଇକ ଜବତ କରିବାରେ ପୁଲିସ ସଫଳ ହୋଇଛି।

ସେଥି ମଧ୍ୟରୁ କିଛି ବାଇକରେ ମିଛ ନମ୍ବର ପ୍ଲେଟ ଲାଗିଥିବାର ଦେଖିବାକୁ ମିଳିଥିଲା। ପୂର୍ବରୁ ଅକ୍ଟୋବର ୧୨ ତାରିଖରେ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିବା ଗୋଟେ ବାଇକ ଚୋରି ମାମଲାର ବାଇକ ମଧ୍ୟ ଉଦ୍ଧାର ହୋଇଛି। ସେମାନଙ୍କ ନିକଟରୁ ନମ୍ବର ବିହୀନ ୟାମାହା ଏଫଏଜ଼(ହଳଦିଆ/କଳା), ହିରୋ ହଣ୍ଡା ପେଶନ ପ୍ଲସ(ଜେଏଚ ୦୫ପି ୭୨୨୧), ବଜାଜ ସିଟି ୧୦୦ (ଓଆର ୦୨ଏଏଫ ୭୭୬୯), ଗ୍ଲାମୋର(ଓଆର ୦୨ଏ ୫୬୮୩), ଆପାଚି(ଡବ୍ଲୁ ବି ୩୦ଏଚ ୭୦୦୨), ବଜାଜ ବକ୍ସର(ଓଆର ୧୧ଇ ୮୩୭୪), ବଜାଜ କେଲିବର(ଓଆର ୧୧ଏ ୪୬୧୨), ୟାମାହା (ଓଆର ୧୧ଏଫ ୪୯୬୩), ପଲସର ଏନଏସ(ଓଡ଼ି ୦୧ ୯୧୬୩), ଆରଏକ୍ସ ୧୦୦(ଓଆର ୧୬ବି ୩୮୫୨), ନମ୍ବର ବିହୀନ ଏକଟିଭା ସ୍କୁଟି ଜବତ ହୋଇଛି।

ଏନେଇ ବାରିପଦା ଟାଉନ ଥାନାରେ କେଶ ନମ୍ବର ୬୯୧/୨୩ରେ ମାମଲା ରୁଜୁ କରି ଉଭୟଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଉଭୟ ପୂର୍ବରୁ ଦୁଇ ଗୋଟି ପୃଥକ ମାମଲା ସମ୍ପୃକ୍ତ ଥିବା ବେଳେ ତାଙ୍କ ନାମରେ ପୂର୍ବରୁ ଭଞ୍ଜପୁର ଥାନା ଓ ବାରିପଦା ଟାଉନ ଥାନାରେ ଦୁଇ ଗୋଟି ପୃଥକ ମାମଲା ରହିଛି। ତେବେ ଏହି ଦୁଇଜଣଙ୍କ ସହିତ ଅନ୍ୟକେହି ସହଯୋଗୀ ଅଛନ୍ତି ନା ନାହିଁ ସେଦିଗରେ ମଧ୍ୟ ପୁଲିସ ତଦନ୍ତ ଜାରି ରହିଛି ବୋଲି ଶନିବାର ଆହୁତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପୁଲିସ ସୂଚନା ଅଧିକାରୀ ଦଳାମଣି ଭୋଇ ପ୍ରକାଶ କରିଛନ୍ତି । ତାଙ୍କ ସହିତ ଡିଏସପି ଉମେଶ କୁମାର ପଣ୍ଡା ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର