ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

Madhusudan Das Picture
Published On

ପୁରୀ: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ବିଭାଗ ଅନୁମତି । ପୁରୀରେ ଶ୍ରୀ ଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାରଙ୍କ ଷ୍ଟେଜ୍‌-୧ ଅନୁମୋଦନ ମିଳିଛି । ପୁରୀ ବିମାନବନ୍ଦର ପ୍ରକଳ୍ପ  ଲାଗି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଛି। ପୁରୀ ଜଙ୍ଗଲ ବିଭାଗର ୨୭.୮୮୭ ହେକ୍ଟର ଜଙ୍ଗଲ ଜମି ଯୋଗାଇ ଦିଆଯିବ । 

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ଶାଶୁକୁ ପନିକିରେ ହାଣିଲା ବୋହୂ

ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବା ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଚାରି ଧାମରୁ ଶ୍ରେଷ୍ଠ ଧାମ ହୋଇଥିବାବେଳେ ଏହାର ଅତି ନିକଟରେ ବିଭିନ୍ନ ଐତିହ୍ୟସ୍ଥଳୀ ରହିଛି । ପୁରୀ ବିଚ ବ୍ଲୁ-ଫ୍ଲାଗ ମାନ୍ୟତା ପାଇଛି । ତେଣୁ ଶ୍ରୀକ୍ଷେତ୍ର ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଆବଶ୍ୟକତା ରହିଛି ବୋଲି ଚିଠିରେ ଉଲ୍ଲେଖ କରିଥିଲେ ନବୀନ। 

ଆହୁରି ପଢ଼ନ୍ତୁ: ବିଜୁ ବାବୁଙ୍କୁ ବିଜେପି ସାଂସଦଙ୍କ ଅପମାନ: ସାରା ରାଜ୍ୟରେ ପ୍ରତିକ୍ରିୟା; ବିଜେଡିର ତୀବ୍ର ପ୍ରତିବାଦ

ସୂଚନା ଅନୁଯାୟୀ, ପୁରୀରେ ଏହି ଅନ୍ତର୍ଜାତୀୟ ବିମାନବନ୍ଦର ସମୁଦାୟ ୪୭୧ ହେକ୍ଟର ଜମିରେ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ଏଥିମଧ୍ୟରେ ପ୍ରାୟ ୨୮ ଏକର ଜଙ୍ଗଲ ଜମି ଏବଂ ସମୁଦ୍ର କୂଳବର୍ତ୍ତୀ କିଛି ଅଞ୍ଚଳ ରହିଛି । ବହୁ ଦିନରୁ ଏହି ଜଙ୍ଗଲ ଜମି ଅନୁମତି ପାଇଁ ଅପେକ୍ଷା କରାଯାଇଥିବା ବେଳେ ଏବେ ସବୁଜ ସଙ୍କେତ ପ୍ରକଳ୍ପକୁ ଗତିଶୀଳ କରିବ । କେନ୍ଦ୍ରର ମଞ୍ଜୁରୀ ପରେ ଏବେ ଜମି ଅଧିଗ୍ରହଣ ଏବଂ ନିର୍ମାଣ ପାଇଁ ପରବର୍ତ୍ତୀ ବୈଷୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ିତୋଳିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ସାଢେ଼ ୨ଟାରେ ହେବ ରଥ ଟଣା

04 Apr 2026 By Madhusudan Das

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ବିଭାଗ ଅନୁମତି । ପୁରୀରେ ଶ୍ରୀ ଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାରଙ୍କ ଷ୍ଟେଜ୍‌-୧ ଅନୁମୋଦନ ମିଳିଛି । ପୁରୀ ବିମାନବନ୍ଦର ପ୍ରକଳ୍ପ  ଲାଗି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଛି। ପୁରୀ ଜଙ୍ଗଲ ବିଭାଗର ୨୭.୮୮୭ ହେକ୍ଟର ଜଙ୍ଗଲ ଜମି ଯୋଗାଇ ଦିଆଯିବ । 

ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବା ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଚାରି ଧାମରୁ ଶ୍ରେଷ୍ଠ ଧାମ ହୋଇଥିବାବେଳେ ଏହାର ଅତି ନିକଟରେ ବିଭିନ୍ନ ଐତିହ୍ୟସ୍ଥଳୀ ରହିଛି । ପୁରୀ ବିଚ ବ୍ଲୁ-ଫ୍ଲାଗ ମାନ୍ୟତା ପାଇଛି । ତେଣୁ ଶ୍ରୀକ୍ଷେତ୍ର ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଆବଶ୍ୟକତା ରହିଛି ବୋଲି ଚିଠିରେ ଉଲ୍ଲେଖ କରିଥିଲେ ନବୀନ। 

ସୂଚନା ଅନୁଯାୟୀ, ପୁରୀରେ ଏହି ଅନ୍ତର୍ଜାତୀୟ ବିମାନବନ୍ଦର ସମୁଦାୟ ୪୭୧ ହେକ୍ଟର ଜମିରେ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ଏଥିମଧ୍ୟରେ ପ୍ରାୟ ୨୮ ଏକର ଜଙ୍ଗଲ ଜମି ଏବଂ ସମୁଦ୍ର କୂଳବର୍ତ୍ତୀ କିଛି ଅଞ୍ଚଳ ରହିଛି । ବହୁ ଦିନରୁ ଏହି ଜଙ୍ଗଲ ଜମି ଅନୁମତି ପାଇଁ ଅପେକ୍ଷା କରାଯାଇଥିବା ବେଳେ ଏବେ ସବୁଜ ସଙ୍କେତ ପ୍ରକଳ୍ପକୁ ଗତିଶୀଳ କରିବ । କେନ୍ଦ୍ରର ମଞ୍ଜୁରୀ ପରେ ଏବେ ଜମି ଅଧିଗ୍ରହଣ ଏବଂ ନିର୍ମାଣ ପାଇଁ ପରବର୍ତ୍ତୀ ବୈଷୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ିତୋଳିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର