୩ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି, ୪ଟି ସ୍ଥାନରେ ହେଲିପ୍ୟାଡ୍ ସହ ବ୍ୟାପକ ପ୍ରସ୍ତୁତି

The Sakala Picture
Published On

ବାରିପଦା: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବା ନେଇ ବ୍ୟକ୍ତିଗତ ସଚିବାଳୟରୁ ସୂଚନା ପ୍ରଦାନ କରାଯାଇଛି । ପୂର୍ବରୁ ସେ ମେ’ ୮ତାରିଖରେ ଆସିବା କାର୍ଯ୍ୟକ୍ରମ ଥିବା ବେଳେ ତାହା ପରିବର୍ତ୍ତନ ହୋଇଛି । ମଇ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ରାଇରଙ୍ଗପୁର, ପାହାଡପୁର, ଶିମିଳିପାଳ ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବାର ଜଣାଯାଇଛି । ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ […]

ବାରିପଦା: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବା ନେଇ ବ୍ୟକ୍ତିଗତ ସଚିବାଳୟରୁ ସୂଚନା ପ୍ରଦାନ କରାଯାଇଛି । ପୂର୍ବରୁ ସେ ମେ’ ୮ତାରିଖରେ ଆସିବା କାର୍ଯ୍ୟକ୍ରମ ଥିବା ବେଳେ ତାହା ପରିବର୍ତ୍ତନ ହୋଇଛି । ମଇ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ରାଇରଙ୍ଗପୁର, ପାହାଡପୁର, ଶିମିଳିପାଳ ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବାର ଜଣାଯାଇଛି । ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦୀର୍ଘ ୧୧ମାସ ପରେ ପ୍ରଥମ ଥର ନିଜ ଜନ୍ମ ମାଟିକୁ ଆସିବାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜୋରଦାର ଚାଲିଛି । ରାଇରଙ୍ଗପୁର ସ୍ଥିତ ବାସଭବନ, ଶାଶୁଘର ଗ୍ରାମ ପାହାଡପୁର, ଶିମିଳିପାଳ ଅଭୟାରଣ୍ୟ ଓ ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବାଦାମପାହାଡ, ଦାଣ୍ଡବୋଷ, ଯଶିପୁର ଓ ବାରିପଦାରେ ୪ଟି ହେଲିପ୍ୟାଡ୍ କରାଯିବ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ତାଙ୍କ ସଚିବାଳୟର ସୂଚନା ମୁତାବକ, ୪ତାରିଖ ସକାଳ ୭ଟାରେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ ଏୟାରପୋର୍ଟରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗର କୋଲେଇକୁଣ୍ଡା ଏୟାରପୋର୍ଟରେ ଅବତରଣ କରି ସେଠାରୁ ଏକ ସ୍ବତନ୍ତ୍ର ଆଇଏଏଫ ଏମଆଇ-୧୭ ହେଲିକେପ୍ଟରରେ ବାହାରି ୧୦ଟା ୧୫ରେ ବାଦାମପାହାଡ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ସେ ସ୍ୱତନ୍ତ୍ର କାର ଯୋଗେ ଶାଶୁଘର ପାହାଡପୁରକୁ ଯାଇ ପହଞ୍ଚିବା ପରେ ସ୍ୱାମୀ ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗୋଶାଣି ଯିବେ । ପରେ ନାବାର୍ଡ ଦ୍ୱାରା ନିର୍ମିାଣ କରାଯିବାକୁ ଥିବା ଏସ୍‌ଏଲ୍‌ଏସ ଟ୍ରଷ୍ଟ ସ୍କୁଲରେ ଏକ କମ୍ୟୁନିଟି କେନ୍ଦ୍ର ଓ ଏଲ୍ ଆଣ୍ଡ ଟି କମ୍ପାନି ପକ୍ଷରୁ ଏକ କୌଶଳ ଦକ୍ଷତା କେନ୍ଦ୍ରର ଶିଳାନ୍ୟାସ କରିବେ । ଏହା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହିତ ସମୟ ବିତାଇବା ପରେ ଦିନ ୧୨ଟା ୩୦ମିନିଟରେ ବାହାରି ହାଟବାଦଡା ସ୍ଥିତ ସାତପଉଟିଆରେ ଥିବା ବ୍ରହ୍ମକୁମାରୀ କେନ୍ଦ୍ରକୁ ଯାଇ ‘ନିଶାମୁକ୍ତ ଓଡିଶା’ ପ୍ରଚାର କାର୍ଯ୍ୟକ୍ରମକୁ ଉଦଘାଟନ କରିବେ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଦିନ ୧ଟାରେ ବାହାରି ରାଇରଙ୍ଗପୁର ସ୍ଥିତ ବଙ୍ଗଳାରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ନେବା ପରେ ଅପରାହ୍ନ ୪ଟାରେ ବାହାରି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ୪ଟା ୨୫ରେ ବଡ଼ବନ୍ଧ ଠାରେ ଶହେ ଫୁଟର ଏକ ଜାତୀୟ ପତାକାକୁ ଉଡାଇବା ପରେ ୪ଟା ୩୫ରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ପରେ ରାଇରଙ୍ଗପୁର ମ୍ୟୁନସିପାଲିଟି ଅଫିସ ପରିଦର୍ଶନରେ ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହା ପରେ ରାଇରଙ୍ଗପୁର ମ୍ୟୁନସିପାଲିଟି ପକ୍ଷରୁ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମହୁଲଡିହା ବଙ୍ଗଳାରେ ପହଞ୍ଚି ସନ୍ଧ୍ୟା ୬ଟା ୩୦ରୁ ୭ଟା ୩୦ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଏକ ଆଲୋଚନା କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ବଙ୍ଗଳାରେ ରାତ୍ର ରହଣୀ ପରେ ୫ତାରିଖ ସକାଳ ୭ଟା ୫୫ ମିନିଟରେ ବାହାରି ରାଇରଙ୍ଗପୁର ବାସଭବନ ଯାଇ ୮ଟା ୪୦ରେ ଦାଣ୍ଡବୋଷକୁ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ମାଟିରେ ଜନ୍ମ ବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେଠାରୁ ୯ଟା ୧୫ରେ ହେଲିକେପ୍ଟର ଯୋଗେ ବାହାରି ଦିନ ୧୦ଟାରେ ଯଶିପୁର ହେଲିପ୍ୟାଡରେ ଅବତରଣ କରି ସ୍ୱତନ୍ତ୍ର ଗାଡିରେ ସଡ଼କ ପଥରେ ଶିମିଳିପାଳ ଭିତରକୁ ବୁଲିବାକୁ ଯାଇ ୨ଟା ୩୦ରେ ଫେରି ୪ଟା ୩୦ରେ ଯଶିପୁର ହେଲିପ୍ୟାଡରୁ ବାରିପଦା ଅଭିମୁଖେ ଯାତ୍ରା କରିବେ । ୫ଟା ୨୫ରେ ବାରିପଦା ହେଲିପ୍ୟାଡରେ ପହଞ୍ଚିବା ପରେ ଗେଷ୍ଟ ହାଉସରେ ରହିବେ । ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବା ପରେ ରାତ୍ରି ଯାପନ କରିବେ । ୬ତାରିଖ ସକାଳ ୯ଟା ୪୦ରେ ବାହାରି ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପହଞ୍ଚି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ପିଭିଟିଜିଏସଙ୍କ ସହିତ ଆଲୋଚନା କରି ୧୧ଟା ୧୫ରୁ ୧୨ଟା ୧୫ପର୍ଯ୍ୟନ୍ତ ୧୨ତମ ସମାବର୍ତ୍ତନ ଉତ୍ସବର ମୁଖ୍ୟଅତିଥି ଭାବେ ଯୋଗଦେଇ ସଭାରେ ଉଦବୋଧନ ଦେବେ । ପରେ ୧୨ଟା ୨୫ରେ ସେଠାରୁ ବାହାରି ବାରିପଦା ହେଲିପ୍ୟାଡରୁ କୋଲେଇକୁଣ୍ଡା ଦେଇ ପାଲମ ଏୟାର ପୋର୍ଟ ଅଭିମୁଖେ ଫେରିବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଥାଉକି,ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ୨୦୨୨ ଜୁନ ୨୨ତାରିଖରେ ନୂଆ ଦିଲ୍ଲୀ ଯାଇଥିଲେ। ଦୀର୍ଘ ୧୧ମାସ ପରେ ନିଜ ଗାଁ ତଥା ଜିଲାକୁ ଫେରିବାର ଖବର ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲାରେ ଖୁସିର ଲହରି ଖେଲିଯାଇଛି।

27 Apr 2023 By The Sakala

https://www.thesakala.in/latest-odisha-news/mayurbhanj/president-on-3-day-visit-to-mayurbhanj-extensive-preparations-with-helipads-at-4-places/article-21152
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର