ବଢୁଛି ଲୁଟେରାଙ୍କ ଦୌରାତ୍ମ୍ୟ: ପୁଣି ଲୁଟିନେଲେ ଅଢେଇ ଲକ୍ଷ ଟଙ୍କା

The Sakala Picture
Published On

ବାରିପଦା: ବେତନଟୀ ବଜାରରୁ ଏକ ବ୍ୟବସାୟୀଙ୍କ ନିକଟରୁ  ଅପରାହ୍ନ ସମୟରେ ଦୁଇ ଜଣ ଦୁର୍ବୃତ୍ତ ଅଢେଇଲକ୍ଷ ଟଙ୍କା ଝାମ୍ପିନେଇଥିବା ଜଣାପଡ଼ିଛି । ଉକ୍ତ ବ୍ୟବସାୟୀ ଜଣଙ୍କ ହେଉଛନ୍ତି ବେତନଟୀ ବଜାରରେ ବ୍ଯବସାୟ କରୁଥିବା ୪୬ବର୍ଷୀୟ ଘନଶ୍ୟାମ ଖଣ୍ଡେଲୱାଲ। ସୂଚନା ମୁତାବକ,  ଘନଶ୍ୟାମ ନିଜର ସ୍କୁଟିରେ ବେତନଟୀ ଏସବିଆଇ ଶାଖାରୁ ଏକଲକ୍ଷ ଟଙ୍କା ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଦେଢ଼ଲକ୍ଷ ଟଙ୍କା ଏହିପରି ମୋଟ ଅଢେଇଲକ୍ଷ ଟଙ୍କା ଏକ ବ୍ୟାଗରେ ଭର୍ତ୍ତିକରି ନିଜର ସ୍କୁଟି ଓ଼ଆର -୧୧ଏଲ-୩୧୭୨ […]

ବାରିପଦା: ବେତନଟୀ ବଜାରରୁ ଏକ ବ୍ୟବସାୟୀଙ୍କ ନିକଟରୁ  ଅପରାହ୍ନ ସମୟରେ ଦୁଇ ଜଣ ଦୁର୍ବୃତ୍ତ ଅଢେଇଲକ୍ଷ ଟଙ୍କା ଝାମ୍ପିନେଇଥିବା ଜଣାପଡ଼ିଛି । ଉକ୍ତ ବ୍ୟବସାୟୀ ଜଣଙ୍କ ହେଉଛନ୍ତି ବେତନଟୀ ବଜାରରେ ବ୍ଯବସାୟ କରୁଥିବା ୪୬ବର୍ଷୀୟ ଘନଶ୍ୟାମ ଖଣ୍ଡେଲୱାଲ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

ସୂଚନା ମୁତାବକ,  ଘନଶ୍ୟାମ ନିଜର ସ୍କୁଟିରେ ବେତନଟୀ ଏସବିଆଇ ଶାଖାରୁ ଏକଲକ୍ଷ ଟଙ୍କା ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଦେଢ଼ଲକ୍ଷ ଟଙ୍କା ଏହିପରି ମୋଟ ଅଢେଇଲକ୍ଷ ଟଙ୍କା ଏକ ବ୍ୟାଗରେ ଭର୍ତ୍ତିକରି ନିଜର ସ୍କୁଟି ଓ଼ଆର -୧୧ଏଲ-୩୧୭୨ ଯୋଗେ ଘରକୁ ଫେରୁଥଥିଲେ। ଏହି ସମୟରେ ଦୁଇଜଣ ଯୁବକ ମୁହଁରେ ଗାମୁଛା ବାନ୍ଧି ଏକ କଳାରଙ୍ଗର ପଲସର ବାଇକଯୋଗେ ଆସି କଙ୍କାକାଳିଆ ଛକରେଳଧାରଣା ନିକଟରେ ଟଙ୍କାବ୍ୟାଗକୁ ଝାମ୍ପିନେଇ ଆଖିପିଛୁଳାକେ ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ ବେତନଟୀ ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ଭୟ ସଞ୍ଚରିତ ହୋଇଛି।

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ଗତକାଲି ମଧ୍ୟ୍ୟ ବୁଦ୍ଧ ଦମ୍ପତ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ସମାନ ଢଙ୍ଗରେ ଟଙ୍କାବ୍ୟାଗ ଛଡାଇ ଦୁଇ ବାଇକଆରୋହୀ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ। ଧୀରେ ଧୀରେ ବେତନଟୀରେ ଲୁଟ, ଛିନତାଇ ଘଟଣା ବଢିଚାଲିଥିବା ବେଳେ ବେତନଟୀ ଅସୁରକ୍ଷିତ ହୋଇପଡିଛି । ଏନେଇ ଲୁଟର ଶିକାର ହୋଇଥିବା ଘନଶ୍ୟାମ ଖଣ୍ଡେଲୱାଲ ବେତନଟୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଗୁଳି ଫୁଟାଇ କମନ ସର୍ଭିସ ସେଣ୍ଟରରୁ ୨ ଲକ୍ଷ ଟଙ୍କା ଲୁଟିନେଇ ଦୁର୍ବୃତ୍ତ ଫେରାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର