ବେଆଇନ ଗୋଚାଲାଣ ବେଳେ ମାଡ଼ିବସିଲା ପୁଲିସ: ୪ଗିରଫ, ୪୨ଗୋରୁ ଉଦ୍ଧାର

The Sakala Picture
Published On

ବେତନଟୀ: ବେତନଟୀ ପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ବାଲେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ଚୋରା ଗୋରୁ ବୋଝେଇ ପିକଅପଭ୍ୟାନ ଏବଂ ବୋଲେରୋକୁ ଜବତ କରିବା ସହିତ ୪୨ଟି ଗୋରୁକୁ ଉଦ୍ଧାର କରିଛି ବେତନଟୀ ପୁଲିସ। ପୁନଶ୍ଚ ଏହି ବେଆଇନ କାରବାରେ ସମ୍ପୃକ୍ତ ୪ ଜଣଙ୍କୁ ଅଟକରଖି ଅଧିକ ତଦନ୍ତ ଚଳାଇଛି ପୁଲିସ। ସୂଚନା ମୁତାବକ, ବାଲେଶ୍ୱରରୁ ପଶ୍ଚିମବଙ୍ଗ ଅଞ୍ଚଳକୁ ଚୋରା ଗୋ ଚାଲାଣ ନେଇ ବିଶ୍ୱସ୍ତସୂତ୍ରରୁ ଖବରପାଇ ବେତନଟୀ ଥାନା ଅଧିକାରୀ ରେଣୁବାଳା […]

ବେତନଟୀ: ବେତନଟୀ ପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ବାଲେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ଚୋରା ଗୋରୁ ବୋଝେଇ ପିକଅପଭ୍ୟାନ ଏବଂ ବୋଲେରୋକୁ ଜବତ କରିବା ସହିତ ୪୨ଟି ଗୋରୁକୁ ଉଦ୍ଧାର କରିଛି ବେତନଟୀ ପୁଲିସ। ପୁନଶ୍ଚ ଏହି ବେଆଇନ କାରବାରେ ସମ୍ପୃକ୍ତ ୪ ଜଣଙ୍କୁ ଅଟକରଖି ଅଧିକ ତଦନ୍ତ ଚଳାଇଛି ପୁଲିସ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ଛଉ ନୃତ୍ୟଗୁରୁ ପାଗୁଲୁ ଜେନାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ସୂଚନା ମୁତାବକ, ବାଲେଶ୍ୱରରୁ ପଶ୍ଚିମବଙ୍ଗ ଅଞ୍ଚଳକୁ ଚୋରା ଗୋ ଚାଲାଣ ନେଇ ବିଶ୍ୱସ୍ତସୂତ୍ରରୁ ଖବରପାଇ ବେତନଟୀ ଥାନା ଅଧିକାରୀ ରେଣୁବାଳା ସାହୁ ଏବଂ ଏଏସଆଇ କଦଣ୍ଡ ସେଠୀ ସଦଳବଳେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗୋରୁ ବୋଝେଇ ପିକଅପ ଭ୍ୟାନଟି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ୧୮ନଂ ଜାତୀୟରାଜପଥ ନହଣ୍ଡାଶୋଳ ଛକରେ ପୁଲିସ ପିକଅପ ଭ୍ୟାନ(ଓଡି -୧୧ପି-୬୩୧୫)କୁ କାବୁ କରିନେଇ ଥିଲା । ତେବେ ଏହି ବେଆଇନ ଗୋ ଚାଲାଣରେ ପିକଅପ ଭ୍ୟାନକୁ ସୁରକ୍ଷା ଦେଉଥିବା ଏକ ବୋଲେରୋ (ଓଆର-୦୨ଏକ୍ସ-୬୮୩୨)କୁ ମଧ୍ୟ୍ୟ ଜବତ କରିବାରେ ସଫଳ ହୋଇଛି ବେତନଟୀ ପୁଲିସ। ଜବତ ଉଭୟ ଗୋରୁ ବୋଝେଇ ପିକଅପ ଭ୍ୟାନ ଏବଂ ବୋଲେରୋକୁ ଥାନାକୁ ଆଣିବା ସହିତ ଏହି ବେଆଇନ କାରବାରରେ ସମ୍ପୃକ୍ତ ୪ଜଣଙ୍କୁ ଅଟକରଖି ଅଧିକ ତଦନ୍ତ ଜାରି ରଖିଛି ବେତନଟୀ ପୁଲିସ। ଜବତ ପିକଅପ ଭ୍ୟାନରୁ ୪୨ଟି ଗୋରୁକୁ ଉଦ୍ଧାର କରାଯାଇଛି। ତେବେ ଗୋଟିଏ ପିକଅପ ଭ୍ୟାନରେ ଏତେ ସଂଖ୍ୟକ ଗୋରୁଙ୍କୁ ଅତ୍ୟନ୍ତ ଅମାନବୀୟ ଢଙ୍ଗରେ ଚୋରା ଚାଲାଣ ଘଟଣା ସମସ୍ତଙ୍କୁ ଯେତିକି ଚକିତ କରିଛି ସେତିକି ବ୍ୟଥିତ ମଧ୍ୟ କରିଛି। ଏହି ଘଟଣାରେ ଅଟକ ଥିବା ୪ ଜଣ ହେଉଛନ୍ତି ବୈଶିଙ୍ଗା ଥାନା କଦଳିଆ ଗ୍ରାମର ଲକ୍ଷ୍ମୀଧର ବେହେରା, ଯୁଗୋଳ ଗୋବିନ୍ଦପୁର ଗ୍ରାମର ପ୍ରତାପ କବାଟର ପୁଅ ସୁମନ୍ତ କବାଟ, ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ଶେଖ ସିକନ୍ଦରର ପୁଅ ଶେଖ ଦାଉଦ ଏବଂ ଗୋବିନ୍ଦରାୟପୁର ଗ୍ରାମର ଶେଖ ନେଜିମୁଦ୍ଦିନ। ଜବତ ପିକଅପ ଭ୍ୟାନଟି ଲକ୍ଷ୍ମୀଧର ବେହେରା ନାମରେ ପଞ୍ଜୀକୃତ ଥିବାବେଳେ ବୋଲେରୋ ଶେଖ ନେଜିମୁଦ୍ଦିନ ନାମରେ ପଞ୍ଜୀକୃତ ଥିବା ଜଣାଯାଇଛି। ଗରଫ ୪ଅଭିଯୁକ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷାପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏପଟେ ଆହତ ଗୋରୁଙ୍କ ଚିକିତ୍ସା ପାଇଁ ପଶୁଚିକିତ୍ସକଙ୍କୁ ଖବର ଦିଆଯାଇଥିବା ଥାନା ଅଧିକାରୀ ରେଣୁବାଳା ସାହୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କରଞ୍ଜିଆ ସ୍ଥିତ ଦୁଧିଆଣି ଜଙ୍ଗଲରୁ ମୃତ ହାତୀଛୁଆ ଉଦ୍ଧାର

12 Jun 2022 By The Sakala

ବେଆଇନ ଗୋଚାଲାଣ ବେଳେ ମାଡ଼ିବସିଲା ପୁଲିସ: ୪ଗିରଫ, ୪୨ଗୋରୁ ଉଦ୍ଧାର

ବେତନଟୀ: ବେତନଟୀ ପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ବାଲେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ଚୋରା ଗୋରୁ ବୋଝେଇ ପିକଅପଭ୍ୟାନ ଏବଂ ବୋଲେରୋକୁ ଜବତ କରିବା ସହିତ ୪୨ଟି ଗୋରୁକୁ ଉଦ୍ଧାର କରିଛି ବେତନଟୀ ପୁଲିସ। ପୁନଶ୍ଚ ଏହି ବେଆଇନ କାରବାରେ ସମ୍ପୃକ୍ତ ୪ ଜଣଙ୍କୁ ଅଟକରଖି ଅଧିକ ତଦନ୍ତ ଚଳାଇଛି ପୁଲିସ।

ସୂଚନା ମୁତାବକ, ବାଲେଶ୍ୱରରୁ ପଶ୍ଚିମବଙ୍ଗ ଅଞ୍ଚଳକୁ ଚୋରା ଗୋ ଚାଲାଣ ନେଇ ବିଶ୍ୱସ୍ତସୂତ୍ରରୁ ଖବରପାଇ ବେତନଟୀ ଥାନା ଅଧିକାରୀ ରେଣୁବାଳା ସାହୁ ଏବଂ ଏଏସଆଇ କଦଣ୍ଡ ସେଠୀ ସଦଳବଳେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗୋରୁ ବୋଝେଇ ପିକଅପ ଭ୍ୟାନଟି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ୧୮ନଂ ଜାତୀୟରାଜପଥ ନହଣ୍ଡାଶୋଳ ଛକରେ ପୁଲିସ ପିକଅପ ଭ୍ୟାନ(ଓଡି -୧୧ପି-୬୩୧୫)କୁ କାବୁ କରିନେଇ ଥିଲା । ତେବେ ଏହି ବେଆଇନ ଗୋ ଚାଲାଣରେ ପିକଅପ ଭ୍ୟାନକୁ ସୁରକ୍ଷା ଦେଉଥିବା ଏକ ବୋଲେରୋ (ଓଆର-୦୨ଏକ୍ସ-୬୮୩୨)କୁ ମଧ୍ୟ୍ୟ ଜବତ କରିବାରେ ସଫଳ ହୋଇଛି ବେତନଟୀ ପୁଲିସ। ଜବତ ଉଭୟ ଗୋରୁ ବୋଝେଇ ପିକଅପ ଭ୍ୟାନ ଏବଂ ବୋଲେରୋକୁ ଥାନାକୁ ଆଣିବା ସହିତ ଏହି ବେଆଇନ କାରବାରରେ ସମ୍ପୃକ୍ତ ୪ଜଣଙ୍କୁ ଅଟକରଖି ଅଧିକ ତଦନ୍ତ ଜାରି ରଖିଛି ବେତନଟୀ ପୁଲିସ। ଜବତ ପିକଅପ ଭ୍ୟାନରୁ ୪୨ଟି ଗୋରୁକୁ ଉଦ୍ଧାର କରାଯାଇଛି। ତେବେ ଗୋଟିଏ ପିକଅପ ଭ୍ୟାନରେ ଏତେ ସଂଖ୍ୟକ ଗୋରୁଙ୍କୁ ଅତ୍ୟନ୍ତ ଅମାନବୀୟ ଢଙ୍ଗରେ ଚୋରା ଚାଲାଣ ଘଟଣା ସମସ୍ତଙ୍କୁ ଯେତିକି ଚକିତ କରିଛି ସେତିକି ବ୍ୟଥିତ ମଧ୍ୟ କରିଛି। ଏହି ଘଟଣାରେ ଅଟକ ଥିବା ୪ ଜଣ ହେଉଛନ୍ତି ବୈଶିଙ୍ଗା ଥାନା କଦଳିଆ ଗ୍ରାମର ଲକ୍ଷ୍ମୀଧର ବେହେରା, ଯୁଗୋଳ ଗୋବିନ୍ଦପୁର ଗ୍ରାମର ପ୍ରତାପ କବାଟର ପୁଅ ସୁମନ୍ତ କବାଟ, ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ଶେଖ ସିକନ୍ଦରର ପୁଅ ଶେଖ ଦାଉଦ ଏବଂ ଗୋବିନ୍ଦରାୟପୁର ଗ୍ରାମର ଶେଖ ନେଜିମୁଦ୍ଦିନ। ଜବତ ପିକଅପ ଭ୍ୟାନଟି ଲକ୍ଷ୍ମୀଧର ବେହେରା ନାମରେ ପଞ୍ଜୀକୃତ ଥିବାବେଳେ ବୋଲେରୋ ଶେଖ ନେଜିମୁଦ୍ଦିନ ନାମରେ ପଞ୍ଜୀକୃତ ଥିବା ଜଣାଯାଇଛି। ଗରଫ ୪ଅଭିଯୁକ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷାପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏପଟେ ଆହତ ଗୋରୁଙ୍କ ଚିକିତ୍ସା ପାଇଁ ପଶୁଚିକିତ୍ସକଙ୍କୁ ଖବର ଦିଆଯାଇଥିବା ଥାନା ଅଧିକାରୀ ରେଣୁବାଳା ସାହୁ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର