ପତ୍ନୀ ସହ ଅନୈତିକ ସମ୍ପର୍କ ସନ୍ଦେହ, ସାଙ୍ଗକୁ ପଥରରେ ଛେଚି ହତ୍ୟା

The Sakala Picture
Published On

କପ୍ତିପଦା : ସାଙ୍ଗ ସାଜିଲା ସୈତାନ । ନିଜ ସ୍ତ୍ରୀ ସହିତ ସାଙ୍ଗର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଅତି ବିଭତ୍ସ ଭାବେ ସାଙ୍ଗକୁ ବାଡେଇ ଏବଂ ପଥରରେ ଛେଚି ହତ୍ୟା କରିଲା ଓ ମୃତଦେହକୁ ନଦୀରେ ଫୋପାଡ଼ି ଦେଲା ସାଙ୍ଗ । ଏଭଳି ଘଟଣା ଘଟିଛି ଶରତ ଥାନା କାଠଚୁଆ ଗ୍ରାମରେ । ଆନ୍ଦପୁର ଥାନା କୁନ୍ତିଡିହା ଗ୍ରାମର ରତନା ସାମାଡ଼ ନିଜ ସାଙ୍ଗ ଲାଲା ବିରୁଲିକୁ ସାଙ୍ଗରେ ନେଇ ଶରତ ଥାନା ଅଞ୍ଚଳରେ […]

କପ୍ତିପଦା : ସାଙ୍ଗ ସାଜିଲା ସୈତାନ । ନିଜ ସ୍ତ୍ରୀ ସହିତ ସାଙ୍ଗର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଅତି ବିଭତ୍ସ ଭାବେ ସାଙ୍ଗକୁ ବାଡେଇ ଏବଂ ପଥରରେ ଛେଚି ହତ୍ୟା କରିଲା ଓ ମୃତଦେହକୁ ନଦୀରେ ଫୋପାଡ଼ି ଦେଲା ସାଙ୍ଗ । ଏଭଳି ଘଟଣା ଘଟିଛି ଶରତ ଥାନା କାଠଚୁଆ ଗ୍ରାମରେ । ଆନ୍ଦପୁର ଥାନା କୁନ୍ତିଡିହା ଗ୍ରାମର ରତନା ସାମାଡ଼ ନିଜ ସାଙ୍ଗ ଲାଲା ବିରୁଲିକୁ ସାଙ୍ଗରେ ନେଇ ଶରତ ଥାନା ଅଞ୍ଚଳରେ ଥିବା ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲା । ପୂର୍ବରୁ ରତନାର ସ୍ତ୍ରୀ ସହିତ ଲାଲାର ଅନୈତିକ ସମ୍ପର୍କ ଥିବା ସେ ସନ୍ଦେହ କରିଥିଲା । ଯାହାକି ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିବା ବେଳେ ସାଙ୍ଗ ଲାଲାକୁ ପ୍ରଥମରେ ଏକ ବାଡ଼ିରେ ବାଡେଇ ଗୁରୁତର କରିବା ପରେ ତା ମୁହଁକୁ ପଥରରେ ଛେଚି ହତ୍ୟା କରିଥିଲା ରତନା ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଏହା ପରେ ମୃତଦେହକୁ ନିକଟସ୍ଥ ନଦୀରେ ଫୋପାଡ଼ି ଦେଇଥିଲା । ଗତ ମଙ୍ଗଳବାର ଦିନ ମୃତଦେହ ମିଳିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଉକ୍ତ ମୃତଦେହ ଲାଲା ବିରୁଲିର ଏବଂ ତାକୁ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ଖୋଳତାଡ଼ ପରେ ଲାଲାକୁ ହତ୍ୟା କରିଥିବା ତା ସାଙ୍ଗ ରତନାକୁ ପୋଲିସ ଗିରଫ କରିବା ପରେ ଅଭିଯୁକ୍ତ ପୋଲିସ ଆଗରେ ବଖାଣିଚି ହତ୍ୟାକାଣ୍ଡର ପୁରା କାହାଣୀ। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ବାଡ଼ି ଏବଂ ପଥରକୁ ଜବତ କରିଛି ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର