ଦୁର୍ଦ୍ଦିନରେ ବିତୁଛି ଜୀବନ, ଆରପାରିରେ ବାପା ଓ ମା’: ବଡଭଉଣୀ ରୋଗ ଶଯ୍ୟାରେ, ସାନ ଭାଇଭଉଣୀଙ୍କ ଉପରେ ପରିବାର ବୋଝ

The Sakala Picture
Published On

ଠାକୁରମୁଣ୍ଡା: ସରକାର ଲୋକଙ୍କ ପାଇଁ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ଯନ୍ତ ଯୋଜନା ଆରମ୍ଭ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କିଛି ରାଜନେତା ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଙ୍କ ଆନ୍ତରିକତା ଅଭାବରୁ ଏହି ଯୋଜନାଗୁଡିକ ଗରିବ ଲୋକଙ୍କ ପାଖକୁ ପହଞ୍ଚି ପାରୁନି। ଫଳରେ ସରକାରଙ୍କ ଯୋଜନା ଯୋଜନାରେ ହିଁ ରହିଯାଉଛି। ଏହି ଯୋଜନାରେ ଗରିବ ଲୋକ ପ୍ରକୃତରେ ଲାଭବାନ ହୋଇପାରୁ ନ ଥିବା ଦେଖିବାକୁ ମିଳୁଛି। ମୟୁରଭଞ୍ଜ ଜିଲ୍ଲାରେ ଶିଶୁ […]

ଠାକୁରମୁଣ୍ଡା: ସରକାର ଲୋକଙ୍କ ପାଇଁ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ଯନ୍ତ ଯୋଜନା ଆରମ୍ଭ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କିଛି ରାଜନେତା ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଙ୍କ ଆନ୍ତରିକତା ଅଭାବରୁ ଏହି ଯୋଜନାଗୁଡିକ ଗରିବ ଲୋକଙ୍କ ପାଖକୁ ପହଞ୍ଚି ପାରୁନି। ଫଳରେ ସରକାରଙ୍କ ଯୋଜନା ଯୋଜନାରେ ହିଁ ରହିଯାଉଛି। ଏହି ଯୋଜନାରେ ଗରିବ ଲୋକ ପ୍ରକୃତରେ ଲାଭବାନ ହୋଇପାରୁ ନ ଥିବା ଦେଖିବାକୁ ମିଳୁଛି। ମୟୁରଭଞ୍ଜ ଜିଲ୍ଲାରେ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ଯନ୍ତ ଜିଲ୍ଲାରେ ସବୁ ଯୋଜନା କାର୍ଯ୍ଯକାରୀ ହେଉଥିବା ବେଳେ ଅଧିକାରୀଙ୍କ ଅନିଚ୍ଛା ହେତୁ ଜିଲ୍ଲାରେ ଅଧିକାଂଶ ଗରିବ ଲୋକ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶତାଧିକ ଅନ୍ତେବାସୀ ଅସୁସ୍ଥ ହେବା ଘଟଣା: ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଳକର ତାଳପଦା ଗାଁରେ ବଡ଼ ଭଉଣୀ ଗୁରେଇ ହୋ (୧୩) ସପ୍ତମ ଶ୍ରେଣୀ ପାଠ ପଢୁଥିଲା ବେଳେ  ଏବେ ସେ ବର୍ଷେ ହେଲାଣି ରୋଗ ଶଯ୍ୟାରେ ପଡିଛନ୍ତି । ସାନ ଭଉଣୀ ଡିବିଲି ହୋ (୧୨) ଓ ତା ଭାଇ ପଠଣିଆଁ ହୋ (୧୪) ଏ ଦୁଇ ଭାଇ-ଭଉଣୀ ପର ଘରେ ମୂଲ ଲାଗିଲେ ଘରର ଚୁଲି ଲାଗେ। ତା ତଳକୁ ଦୁଇଟି ସାନ ଭାଇ । ସମସ୍ତଙ୍କର ମନରେ ପାଠପଢା ପ୍ରତି ଆଗ୍ରହ ରହିଛି। କିନ୍ତୁ ଯେଉଁଠି ଦୁଇ ଓଳି ଦି’ ମୁଠା ଖାଇବା ଯୋଗାଡ଼ କରିବା ମୁସ୍କିଲ । ସେଠି ପାଠପଢା କଥା କେମିତିବା ଚିନ୍ତା କରିବେ। ବଡ ଭଉଣୀ ସପ୍ତମ ଶ୍ରେଣୀରେ ପାଠ ପଢୁଥିବାବେଳେ ସେ ବର୍ତ୍ତମାନ ରୋଗ ଶଯ୍ୟାରେ, ସାନ ଭଉଣୀ ଗାଁ ସ୍କୁଲ ଷଷ୍ଠ ଶ୍ରେଣୀରେ ପାଠ ନାମ ଲେଖା ହୋଇଥିଲା ବେଳେ ଛୋଟ ଦୁଇ ଭାଇ ଭଉଣୀ ମଧ୍ୟ ଗାଁ ସ୍କୁଲରେ ପାଠ ପଢନ୍ତି। ୪ବର୍ଷ ପୂର୍ବରୁ ବାପ ସର୍ପାଘାତରେ ମୃତ୍ୟୁ ବରଣ କରିଥିଲା ବେଳେ ମାଆ ମଧ୍ୟ ଆରପାରିର । ଜେଜେଙ୍କର ବୟସ ହୋଇଗଲାଣି, ସେ ମଧ୍ୟ ରୋଗରେ ପଡି ଚାଲି ପାରୁ ନାହାନ୍ତି ଏବେ। ସେହି ଦିନ ଠାରୁ ପାଠପଢାରେ ଡୋରି ବାନ୍ଧି ଦେଇଛନ୍ତି ସାନ ଭଉଣୀ ଡିବିଲି ଓ ବଡଭାଇ ପଠାଣିଆଁ । ସରକାରୀ ସାହାୟତା କହିଲେ ଜେଜେଙ୍କ ଅନ୍ତରଦୋୟ କାଡର ୩୫ କେଜି ଚାଉଳ ଏବଂ ବାର୍ଦ୍ଧକ୍ୟ ଭତ୍ତା।

ଗରିବ ହୋଇଥିବାରୁ ଏମାନେ ଦୁର୍ବିଷହ ଜୀବନ ବିତାଉଛନ୍ତି। ପାଖରେ ଅର୍ଥ ନ ଥିବାରୁ ଉଭୟଙ୍କ ପାଠପଢା ହୋଇପାରୁନି କି ବଡ ଭଉଣୀଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରିପାରୁ ନାହାନ୍ତି। ସରକାରୀ ଯୋଜନା ବି ଏମାନଙ୍କ ନିକଟରେ ପହଞ୍ଚି ନ ଥିବା ଅଭିଯୋଗ ହୋଇଛି। ଆଜି ପର୍ଯ୍ଯନ୍ତ ଏହି ୪ ଜଣ ଶିଶୁଙ୍କୁ ଜିଲ୍ଲା ପ୍ରଶାସନ ସରକାରୀ ଯୋଜନାରେ ସାମିଲି କରିନାହାନ୍ତି। ତେବେ ରୋଗରେ ପଡିଥିବା ଜେଜେ, ବଡ ନାତୁଣୀକୁ ରୋଗରୁ ଭଲ କରି ଦେବା ପାଇଁ ସାନଭଉଣୀ ଗୁହାରୀ କରିଛନ୍ତି। ଏହି ଚାରି ଭାଇ ଭଉଣୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

02 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର