ବାରିପଦାରେ ବ୍ରାଉନ ସୁଗାର ଜବତ, ମହିଳା ଗିରଫ

The Sakala Picture
Published On

ବାରିପଦା – ଧଳ ଜହର କବଳରେ ବାରିପଦା ସହର। ସହରର ପେଣ୍ଠସ୍ଥଳୀ ଭିତରୁ ବ୍ୟାପକ ପରିମାଣର ବ୍ରାଉନ ସୁଗାର ଜବତ କରିଛି ରାଜ୍ୟ ଅବକାରୀ ସ୍ବତନ୍ତ୍ର ଫ୍ଲାଇଙ୍ଗ୍ ଟିମ୍। ବହୁଦିନ ଧରି ସହର ଭିତରେ ଧଳା ଜହର କବଳରେ ଯୁବପୀଢିରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ କବଳିତ ଥିବା ବେଳେ ସ୍ଥାନୀୟ ଅବକାରୀ ବିଭାଗ ଏମାନଙ୍କ ଟେର୍ ପାଉ ନଥିଲା। ତେବେ ରାଜ୍ୟ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ ଖବର ପାଇ ଭୁବନେଶ୍ବରରୁ ଆସି ବାରିପଦାରେ ଚଢାଉ […]

ବାରିପଦା – ଧଳ ଜହର କବଳରେ ବାରିପଦା ସହର। ସହରର ପେଣ୍ଠସ୍ଥଳୀ ଭିତରୁ ବ୍ୟାପକ ପରିମାଣର ବ୍ରାଉନ ସୁଗାର ଜବତ କରିଛି ରାଜ୍ୟ ଅବକାରୀ ସ୍ବତନ୍ତ୍ର ଫ୍ଲାଇଙ୍ଗ୍ ଟିମ୍। ବହୁଦିନ ଧରି ସହର ଭିତରେ ଧଳା ଜହର କବଳରେ ଯୁବପୀଢିରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ କବଳିତ ଥିବା ବେଳେ ସ୍ଥାନୀୟ ଅବକାରୀ ବିଭାଗ ଏମାନଙ୍କ ଟେର୍ ପାଉ ନଥିଲା। ତେବେ ରାଜ୍ୟ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ ଖବର ପାଇ ଭୁବନେଶ୍ବରରୁ ଆସି ବାରିପଦାରେ ଚଢାଉ କରି ବ୍ୟାପକ ପରିମାଣର ବ୍ରାଉନସୁଗାର ଜବତ କରିଛି। ସୂଚନା ଅନୁସାରେ ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡର ସୁପରିଟେଣ୍ଡେଣ୍ଟ ସିଦ୍ଧେଶ୍ୱର ବେହେରାଙ୍କ ନେତୃତ୍ୱରେ ୧୨ ଜଣିଆ ୨ ଗୋଟି ସ୍ବତନ୍ତ୍ର ଫ୍ଲାଇଙ୍ଗ ଟିମ୍ ସୋମବାର ସକାଳୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଚଢାଉ ସମୟରେ ୨୦ ନମ୍ବର ୱାର୍ଡ ନମ୍ବର ଶୁନଗଡିଆ ଅଞ୍ଚଳରୁ ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି। ଜବତ ହୋଇଥିବା ବ୍ରାଉନସୁଗାରର ପରିମାଣ ୧୮୨ ଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ୧୮ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି। ଏଥି ସହିତ ବ୍ୟବସାୟରେ ଜଡିତ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ହାପୋ ଘଡେଇ (୩୦)। ତେବେ ଏହାକୁ ନେଇ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ଟିମ୍ ପକ୍ଷରୁ କେଶ ନମ୍ବର ୨୯୧/୨୨ ରେ ଏକ ମାମଲା ରୁଜୁ କରା ଯାଇଛି। ଗିରଫ ମହିଳାଙ୍କ ଡାକ୍ତରୀ ମାଇନା ହେବାପରେ ତାଙ୍କୁ କୋର୍ଟ ଚାଲାଣ କରା ଯାଇଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଏଥି ସହିତ ଟିମ୍ ଦ୍ବାରା ସ୍ଥାନୀୟ ବସଷ୍ଟାଣ୍ଡ ଅଞ୍ଚଳରୁ ଚୋରା ବିଦେଶୀ ମଦ ମଧ୍ୟ ଜବତ କରା ଯାଇଛି। ୩ ଲିଟର ବିଦେଶୀ ମଦ ସହ ୩ ଲିଟର ୯୦୦ ମିଲି. ଲିଟର ବିୟର ମଧ୍ୟ ଜବତ କରିଛି ଟିମ୍। ଏହି ଘଟଣାରେ ସମ୍ପୃକ୍ତ ବ୍ୟବସାୟୀ ଧରମପାଲ ସିଂ ଙ୍କୁ ଗିରଫ କରି ଅବକାରୀ କେଶ ନମ୍ବର ୨୯୨/୨୨ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରା ଯାଇଛି। ବାରିପଦାରେ ଧଳା ଜହରର ବେପାର ଚାଲିଥିବା ବେଳେ ରାଜ୍ୟ ଟିମ ଆସି ଚଢ଼ାଉ କରୁଛି କିନ୍ତୁ ସ୍ଥାନୀୟ ଅବକାରୀ ଟିମର ଦୃଷ୍ଟିକୁ ଆସୁନଥିବାର କାରଣ କଣ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ଟିମରେ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ଟିମର ଆଇଆଇସି ଦିଲ୍ଲୀପ କୁମାର ବେହେରା, ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ, ସବ ଇନ୍ସପେକ୍ଟର ସଚିନ ବେହେରା, ଏଏସଆଇ ପ୍ରଦୀପ ବେହେରା ଓ ବ୍ରଜକିଶୋର ବିନ୍ଧାଣି ପ୍ରମୁଖ ସାମିଲ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର