ବ୍ରାଉନ ସୁଗାର ଜବତ : ୩ କୁଖ୍ୟାତ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀ ଗିରଫ

The Sakala Picture
Published On

ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ୧୮ନଂ ଜାତୀୟରାଜପଥ ମୟୂରଭଞ୍ଜ-ବାଲେଶ୍ୱର ସୀମାନ୍ତ କଳମା ଛକରୁ ବ୍ରାଉନସୁଗାର ଏବଂ ଏକ ବାଇକ ଜବତ କରିବା ସହିତ ୩ଜଣ କୁଖ୍ୟାତ ଆନ୍ତଃଜିଲ୍ଲା ପେସାଦାର ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ବୈଶିଙ୍ଗା ପୁଲିସ । ଏହି ୩ ଅଭିଯୁକ୍ତଙ୍କୁ  ମଙ୍ଗଳବାର ସ୍ୱତନ୍ତ୍ରକୋର୍ଟରେ ହାଜର କରାଯାଇଛି। ଝ ଗିରଫ ଅଭିଯୁକ୍ତମାନେ ହେଲେ ବୈଶିଙ୍ଗା ଥାନା ଅଧୀନ ଗୋବିନ୍ଦରାୟପୁର ଗ୍ରାମର ଶେଖ ଉସମାନ ଗାନିର ପୁଅ ଶେଖ ଅବଦୁଲ(୨୮), ତାଳପଦା ଗ୍ରାମର ମଲ୍ଲିକ ମୁଜାଫରର ପୁଅ […]

ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ୧୮ନଂ ଜାତୀୟରାଜପଥ ମୟୂରଭଞ୍ଜ-ବାଲେଶ୍ୱର ସୀମାନ୍ତ କଳମା ଛକରୁ ବ୍ରାଉନସୁଗାର ଏବଂ ଏକ ବାଇକ ଜବତ କରିବା ସହିତ ୩ଜଣ କୁଖ୍ୟାତ ଆନ୍ତଃଜିଲ୍ଲା ପେସାଦାର ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ବୈଶିଙ୍ଗା ପୁଲିସ । ଏହି ୩ ଅଭିଯୁକ୍ତଙ୍କୁ  ମଙ୍ଗଳବାର ସ୍ୱତନ୍ତ୍ରକୋର୍ଟରେ ହାଜର କରାଯାଇଛି। ଝ ଗିରଫ ଅଭିଯୁକ୍ତମାନେ ହେଲେ ବୈଶିଙ୍ଗା ଥାନା ଅଧୀନ ଗୋବିନ୍ଦରାୟପୁର ଗ୍ରାମର ଶେଖ ଉସମାନ ଗାନିର ପୁଅ ଶେଖ ଅବଦୁଲ(୨୮), ତାଳପଦା ଗ୍ରାମର ମଲ୍ଲିକ ମୁଜାଫରର ପୁଅ ମଲ୍ଲିକ ଜାଫର(୨୨) ଏବଂ ବାଲେଶ୍ୱର ଜିଲ୍ଲା ସହଦେଵଖୁଣ୍ଟା ଥାନା ଅଧୀନ ଅରଡବଜାର ଅଞ୍ଚଳର ଶେଖ ଅର୍ସାଦର ପୁଅ ଶେଖ ନିଆଜ(୨୫)।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ ପ୍ରେମରେ ଓଡ଼ିଆ ଅସ୍ମିତାକୁ ରାସ୍ତାକୁ ଫିଙ୍ଗି ଦେଲେ ରାଜ୍ୟ ସରକାର

ସୂଚନା ମୁତାବକ ପୁଲିସ ପକ୍ଷରୁ ନାକାବନ୍ଦୀ କରି ଗାଡିମୋଟର ଯାଞ୍ଚ କରାଯାଉଥିବା ବେଳେ ପୁଲିସକୁ ଦେଖି ବାରିପଦା ଅଭିମୁଖେ ଯାଉଥିବା ଏହି ଅଭିଯୁକ୍ତ ମାନେ ଆଖିପିଛୁଳାକେ ଗାଡି ବୁଲାଇ ବାଲେଶ୍ଵର ଅଭିମୁଖେ ଦ୍ରୁତଗତିରେ ପଳାଇବାକୁ ଚେଷ୍ଟା କରିଥିଲେ । ପୁଲିସର ସନ୍ଦେହ ହେବାରୁ ପିଛାକରି ବୈଶିଙ୍ଗା ପୁଲିସ କାବୁକରିଥିଲା । ଏହାପରେ ଅଧିକ ତଦନ୍ତ ଏବଂ ପଚରାଉଚରା ପରେ ସେମାନଙ୍କ ନିକଟରୁ ବ୍ରାଉନସୁଗାର ବାହାରିଥିଲା । ସମସ୍ତ ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲା ବୈଶିଙ୍ଗା ପୁଲିସ । ଅଭିଯୁକ୍ତମାନଙ୍କ ନିକଟରୁ ଏକ ସିଗାରେଟ ପ୍ୟାକେଟ ଭିତରେ ରଖାଯାଇଥିବା ୧୦ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ସମେତ ମଲ୍ଲିକ ଜାଫର ନାମରେ ପଞ୍ଜୀକୃତ ଥିବା ଗୋଟିଏ ଦାମୀ ବାଇକ, ତିନିଗୋଟି ସ୍ମାର୍ଟ ମୋବାଇଲ ଫୋନ ଜବତ କରିବା ସହିତ ତିନିଜଣଙ୍କୁ ଗିରଫ କରାଯାଇଥିଲା

ଆହୁରି ପଢ଼ନ୍ତୁ: ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା, ନୂଆ ପରମିଟ୍ ପ୍ରଦାନ ନ କରିବାକୁ ନିଷ୍ପତ୍ତି

ଗିରଫ ଅଭିଯୁକ୍ତମାନେ ବାଲେଶ୍ୱର ଯାଇ ବ୍ରାଉନସୁଗାରକୁ ପ୍ୟାକିଂକରି ବସ ଯୋଗେ କଟକ ପଠାଇବାର ଯୋଜନା ରଖିଥିବା ପୁଲିସ ଆଗରେ ପ୍ରକାଶ କରିଛନ୍ତି  ଏନେଇ ଆଣ୍ଡିପିଏସ ଆକ୍ଟ ସମେତ ବିଭିନ୍ନ ଦଫାରେ ୩୦୦ନମ୍ବରରେ ଏକ ମାମଲା ରୁଜୁକରି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ ମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଅତିରିକ୍ତ ତହସିଲଦାର ନମିତା ଧଳଙ୍କ ସମ୍ମୁଖରେ ଜବତ ବ୍ରାଉନସୁଗାରକୁ ସିଲ୍ କରାଯାଇଥିଲା । ତେବେ ଏହି ଧଳାଜହର ବ୍ୟବସାୟର ମୁଖ୍ୟ କାର୍ପାଟଦାର କୁହାଯାଉଥିବା ଅରଡବଜାର ଅଞ୍ଚଳର ଅଭିଯୁକ୍ତକୁ ଗିରଫ ପାଇଁ ଚଢାଉ କରାଯାଇଥିଲେ ସୁଦ୍ଧା ଆଗୁଆ ଖବର ପାଇ ଫେରାର ହୋଇଯାଇଥିଲା  ତେବେ ଖୁବଶୀଘ୍ର ଫେରାର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ବୈଶିଙ୍ଗା ଥାନା ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

04 Oct 2022 By The Sakala

ବ୍ରାଉନ ସୁଗାର ଜବତ : ୩ କୁଖ୍ୟାତ ଆନ୍ତଃଜିଲ୍ଲା ବ୍ରାଉନସୁଗାର ବେପାରୀ ଗିରଫ

ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ୧୮ନଂ ଜାତୀୟରାଜପଥ ମୟୂରଭଞ୍ଜ-ବାଲେଶ୍ୱର ସୀମାନ୍ତ କଳମା ଛକରୁ ବ୍ରାଉନସୁଗାର ଏବଂ ଏକ ବାଇକ ଜବତ କରିବା ସହିତ ୩ଜଣ କୁଖ୍ୟାତ ଆନ୍ତଃଜିଲ୍ଲା ପେସାଦାର ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ବୈଶିଙ୍ଗା ପୁଲିସ । ଏହି ୩ ଅଭିଯୁକ୍ତଙ୍କୁ  ମଙ୍ଗଳବାର ସ୍ୱତନ୍ତ୍ରକୋର୍ଟରେ ହାଜର କରାଯାଇଛି। ଝ ଗିରଫ ଅଭିଯୁକ୍ତମାନେ ହେଲେ ବୈଶିଙ୍ଗା ଥାନା ଅଧୀନ ଗୋବିନ୍ଦରାୟପୁର ଗ୍ରାମର ଶେଖ ଉସମାନ ଗାନିର ପୁଅ ଶେଖ ଅବଦୁଲ(୨୮), ତାଳପଦା ଗ୍ରାମର ମଲ୍ଲିକ ମୁଜାଫରର ପୁଅ ମଲ୍ଲିକ ଜାଫର(୨୨) ଏବଂ ବାଲେଶ୍ୱର ଜିଲ୍ଲା ସହଦେଵଖୁଣ୍ଟା ଥାନା ଅଧୀନ ଅରଡବଜାର ଅଞ୍ଚଳର ଶେଖ ଅର୍ସାଦର ପୁଅ ଶେଖ ନିଆଜ(୨୫)।

ସୂଚନା ମୁତାବକ ପୁଲିସ ପକ୍ଷରୁ ନାକାବନ୍ଦୀ କରି ଗାଡିମୋଟର ଯାଞ୍ଚ କରାଯାଉଥିବା ବେଳେ ପୁଲିସକୁ ଦେଖି ବାରିପଦା ଅଭିମୁଖେ ଯାଉଥିବା ଏହି ଅଭିଯୁକ୍ତ ମାନେ ଆଖିପିଛୁଳାକେ ଗାଡି ବୁଲାଇ ବାଲେଶ୍ଵର ଅଭିମୁଖେ ଦ୍ରୁତଗତିରେ ପଳାଇବାକୁ ଚେଷ୍ଟା କରିଥିଲେ । ପୁଲିସର ସନ୍ଦେହ ହେବାରୁ ପିଛାକରି ବୈଶିଙ୍ଗା ପୁଲିସ କାବୁକରିଥିଲା । ଏହାପରେ ଅଧିକ ତଦନ୍ତ ଏବଂ ପଚରାଉଚରା ପରେ ସେମାନଙ୍କ ନିକଟରୁ ବ୍ରାଉନସୁଗାର ବାହାରିଥିଲା । ସମସ୍ତ ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲା ବୈଶିଙ୍ଗା ପୁଲିସ । ଅଭିଯୁକ୍ତମାନଙ୍କ ନିକଟରୁ ଏକ ସିଗାରେଟ ପ୍ୟାକେଟ ଭିତରେ ରଖାଯାଇଥିବା ୧୦ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ସମେତ ମଲ୍ଲିକ ଜାଫର ନାମରେ ପଞ୍ଜୀକୃତ ଥିବା ଗୋଟିଏ ଦାମୀ ବାଇକ, ତିନିଗୋଟି ସ୍ମାର୍ଟ ମୋବାଇଲ ଫୋନ ଜବତ କରିବା ସହିତ ତିନିଜଣଙ୍କୁ ଗିରଫ କରାଯାଇଥିଲା

ଗିରଫ ଅଭିଯୁକ୍ତମାନେ ବାଲେଶ୍ୱର ଯାଇ ବ୍ରାଉନସୁଗାରକୁ ପ୍ୟାକିଂକରି ବସ ଯୋଗେ କଟକ ପଠାଇବାର ଯୋଜନା ରଖିଥିବା ପୁଲିସ ଆଗରେ ପ୍ରକାଶ କରିଛନ୍ତି  ଏନେଇ ଆଣ୍ଡିପିଏସ ଆକ୍ଟ ସମେତ ବିଭିନ୍ନ ଦଫାରେ ୩୦୦ନମ୍ବରରେ ଏକ ମାମଲା ରୁଜୁକରି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ ମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଅତିରିକ୍ତ ତହସିଲଦାର ନମିତା ଧଳଙ୍କ ସମ୍ମୁଖରେ ଜବତ ବ୍ରାଉନସୁଗାରକୁ ସିଲ୍ କରାଯାଇଥିଲା । ତେବେ ଏହି ଧଳାଜହର ବ୍ୟବସାୟର ମୁଖ୍ୟ କାର୍ପାଟଦାର କୁହାଯାଉଥିବା ଅରଡବଜାର ଅଞ୍ଚଳର ଅଭିଯୁକ୍ତକୁ ଗିରଫ ପାଇଁ ଚଢାଉ କରାଯାଇଥିଲେ ସୁଦ୍ଧା ଆଗୁଆ ଖବର ପାଇ ଫେରାର ହୋଇଯାଇଥିଲା  ତେବେ ଖୁବଶୀଘ୍ର ଫେରାର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ବୈଶିଙ୍ଗା ଥାନା ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର