ବିଦ୍ୟୁତ ତାର ଛିଣ୍ଡି ଜଳି ଗଲା ବାଇକ, ଅଳ୍ପକେ ବର୍ତ୍ତିଲେ ଚାଳକ

The Sakala Picture
Published On

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ନଂ ୫୩ ରାଜ୍ୟ ରାଜପଥ ଠାକୁରମୁଣ୍ଡା – ଆନନ୍ଦପୁର ରାସ୍ତାର ସାତକୋଶିଆ ମେଡିକାଲ ଛକ ରାସ୍ତାରେ ଯାଉଥିବ ଏକ ବାଇକ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ବାଇକଟି ସପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି।  ଅଳ୍ପକେ ବର୍ତ୍ତିଯାଇଛନ୍ତି ବାଇକ ଚାଳକ। ଦୁର୍ଘଟଣା ପରେ ସ୍ଥାନୀୟଲୋକେ ଉତ୍ତ୍ୟକ୍ତ ହୋଇ କ୍ଷତିପୂରଣ ଦାବି କରି ସାତକୋଶିଆ ଛକ ନିକଟରେ ଠାକୁରମୁଣ୍ଡା – ଆନନ୍ଦପୁର ରାସ୍ତାକୁ ଅବରୋଧ କରିଥିଲେ। ଘଟଣାରୁ ପ୍ରକାଶ […]

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ନଂ ୫୩ ରାଜ୍ୟ ରାଜପଥ ଠାକୁରମୁଣ୍ଡା – ଆନନ୍ଦପୁର ରାସ୍ତାର ସାତକୋଶିଆ ମେଡିକାଲ ଛକ ରାସ୍ତାରେ ଯାଉଥିବ ଏକ ବାଇକ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ବାଇକଟି ସପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି।  ଅଳ୍ପକେ ବର୍ତ୍ତିଯାଇଛନ୍ତି ବାଇକ ଚାଳକ। ଦୁର୍ଘଟଣା ପରେ ସ୍ଥାନୀୟଲୋକେ ଉତ୍ତ୍ୟକ୍ତ ହୋଇ କ୍ଷତିପୂରଣ ଦାବି କରି ସାତକୋଶିଆ ଛକ ନିକଟରେ ଠାକୁରମୁଣ୍ଡା – ଆନନ୍ଦପୁର ରାସ୍ତାକୁ ଅବରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

ଘଟଣାରୁ ପ୍ରକାଶ ଯେ, ସାତକୋଶିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲିଘାଟ ଗ୍ରାମର ଶ୍ରୀତମ ନାଏକ ନାମକ ଜଣେ ଯୁବକ ତାଙ୍କ ସାଙ୍ଗ ସହିତ ଏକ ବାଇକ ନମ୍ବର ଓଡ଼ି ୦୪ -୭୮୬୯ ଯୋଗେ ସାତକୋଶିଆ ଡାକ୍ତରଖାନାକୁ ଦେହ ଖରାପ ହୋଇଥିବାରୁ ଡାକ୍ତରଙ୍କୁ ଦେଖାଇ ଫେରୁଥିବା ବେଳେ ମେଡ଼ିକାଲ ନିକଟରେ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହଠାତ ବାଇକ ଉପରେ ଛିଣ୍ଡି ପଡିଥିଲା। ବାଇକରେ ଥିବା ଦୁଇ ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାର ସଂସ୍ପର୍ଶରେ ଆସି ବାଇକଟି ସଂପୂର୍ଣ୍ଣ ଭାବେ ପୋଡି ଯାଇଛି। ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଯାଇ ନିଆଁକୁ ଆୟତ୍ତ କରିଥିଲେ। ପରେ ସ୍ଥାନୀୟଲୋକେ କ୍ଷତିପୂରଣ ଦାବୀିରେ ମେଡ଼ିକାଲ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ମହୁଲଡିହା ଥାନା ପୁଲିସ ପହଞ୍ଚି ରାସ୍ତା ରୋକ କରିଥିବା ଲୋକଙ୍କ ସହିତ ବଝା ସୁଝା ପରେ ରାସ୍ତାରୋକ ହଠିଥିଲା ।

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର