ITDAର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉର ଦ୍ୱିତୀୟ ଦିନ, ଜବତ ହେଲା ନଗଦ ୪୧.୭୭ ଲକ୍ଷ ଟଙ୍କା

The Sakala Picture
Published On

ବାରିପଦା: ବାରିପଦା ITDA ର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଦ୍ୱିତୀୟ ଦିନରେ ଜାରି ରହିଛି ଭିଜିଲାନ୍ସ ରେଡ୍। ଚଢାଉ ବେଳେ ୪୧.୭୭ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ବିଳମ୍ବିତ ରାତିରେ ରେଡ୍ ବେଳେ, ବାଲେଶ୍ୱର ସ୍ଥିତ ଘରୁ ୨୮ଲକ୍ଷ ୧୭ହଜାର ୮୦୦ ନଗଦ ଟଙ୍କା ସହ ୬୫୯ ଗ୍ରାମ ସୁନା ଜବତ ହୋଇଛି। ପୂର୍ବରୁ ୧୩.୬ ଲକ୍ଷ ଟଙ୍କା ଜବତ ହୋଇଥିଲା। ଭୁବନେଶ୍ୱର ବରଗଡ଼ ବ୍ରିଟ୍ କଲୋନୀରେ ଥିବା ଘରର ପତ୍ତା […]

ବାରିପଦା: ବାରିପଦା ITDA ର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଦ୍ୱିତୀୟ ଦିନରେ ଜାରି ରହିଛି ଭିଜିଲାନ୍ସ ରେଡ୍। ଚଢାଉ ବେଳେ ୪୧.୭୭ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ବିଳମ୍ବିତ ରାତିରେ ରେଡ୍ ବେଳେ, ବାଲେଶ୍ୱର ସ୍ଥିତ ଘରୁ ୨୮ଲକ୍ଷ ୧୭ହଜାର ୮୦୦ ନଗଦ ଟଙ୍କା ସହ ୬୫୯ ଗ୍ରାମ ସୁନା ଜବତ ହୋଇଛି।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ପୂର୍ବରୁ ୧୩.୬ ଲକ୍ଷ ଟଙ୍କା ଜବତ ହୋଇଥିଲା। ଭୁବନେଶ୍ୱର ବରଗଡ଼ ବ୍ରିଟ୍ କଲୋନୀରେ ଥିବା ଘରର ପତ୍ତା ପାଇ ଭିଜିଲାନ୍ସ ରେଡ୍ ଆରମ୍ଭ କରିଛି। ଭୁବନେଶ୍ୱର ଓ ବରଗଡ଼ରେ ଥିବା ୪ମହଲା କୋଠାର ମୂଲ୍ୟ ୫୬ ଲକ୍ଷରୁ ଅଧିକ ଟଙ୍କା ହେବ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ବାଲେଶ୍ୱରରେ ମଧ୍ୟ ରହିଛି ୪ ମହଲା କୋଠା। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଗୋଟିଏ ଫ୍ଲାଟ୍, କଳିଙ୍ଗବିହାରରେ ଘର, ବାଲେଶ୍ୱରରେ ୩ଟି ପ୍ଲଟ୍ ରହିଛି। ଗୋଟିଓ କାର୍ ଓ ୩ଟି ବାଇକ୍ ଜବତ ହୋଇଛି। ଚଢ଼ାଉରେ ୧୦ ଜଣ ଡିଏସପି, ୪ ଇନ୍ସପେକ୍ଟରଙ୍କ ସହ ୩୦ ଜଣ କର୍ମଚାରୀ ସାମିଲ ହୋଇଛନ୍ତି। ଭିଜିଲାନ୍ସ ଇତିହାସରେ ରେଡ୍‌ରେ ଜବତ ଟଙ୍କା ଦୀର୍ଘ ୮ ବର୍ଷ ଧରି ଯନ୍ତ୍ରୀ ଗୋଟିଏ କାର୍ୟ୍ୟାଳୟରେ ଚାକିରି କରୁଥିବା ବେଳେ ବହୁ ଦୁର୍ନୀତିରେ ସଂପୃକ୍ତ ଥିବାର ଅଭିଯୋଗ ହୋଇଥିଲା। ଠିକାଦାରଙ୍କ ଦସ୍ତଖତ ଜାଲ କରି ଅନେକ ସମୟରେ ଟଙ୍କା ଉଠାଉଥିବାର ଠିକାଦାର ଅଭିଯୋଗ କରିଥିଲେ। ଏହାସହ ଜିଏସଟି ଠକେଇ ମାମଲାରେ ସଂପୃକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

26 Nov 2021 By The Sakala

ITDAର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉର ଦ୍ୱିତୀୟ ଦିନ, ଜବତ ହେଲା ନଗଦ ୪୧.୭୭ ଲକ୍ଷ ଟଙ୍କା

ବାରିପଦା: ବାରିପଦା ITDA ର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଦ୍ୱିତୀୟ ଦିନରେ ଜାରି ରହିଛି ଭିଜିଲାନ୍ସ ରେଡ୍। ଚଢାଉ ବେଳେ ୪୧.୭୭ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ବିଳମ୍ବିତ ରାତିରେ ରେଡ୍ ବେଳେ, ବାଲେଶ୍ୱର ସ୍ଥିତ ଘରୁ ୨୮ଲକ୍ଷ ୧୭ହଜାର ୮୦୦ ନଗଦ ଟଙ୍କା ସହ ୬୫୯ ଗ୍ରାମ ସୁନା ଜବତ ହୋଇଛି।

ପୂର୍ବରୁ ୧୩.୬ ଲକ୍ଷ ଟଙ୍କା ଜବତ ହୋଇଥିଲା। ଭୁବନେଶ୍ୱର ବରଗଡ଼ ବ୍ରିଟ୍ କଲୋନୀରେ ଥିବା ଘରର ପତ୍ତା ପାଇ ଭିଜିଲାନ୍ସ ରେଡ୍ ଆରମ୍ଭ କରିଛି। ଭୁବନେଶ୍ୱର ଓ ବରଗଡ଼ରେ ଥିବା ୪ମହଲା କୋଠାର ମୂଲ୍ୟ ୫୬ ଲକ୍ଷରୁ ଅଧିକ ଟଙ୍କା ହେବ।

ବାଲେଶ୍ୱରରେ ମଧ୍ୟ ରହିଛି ୪ ମହଲା କୋଠା। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଗୋଟିଏ ଫ୍ଲାଟ୍, କଳିଙ୍ଗବିହାରରେ ଘର, ବାଲେଶ୍ୱରରେ ୩ଟି ପ୍ଲଟ୍ ରହିଛି। ଗୋଟିଓ କାର୍ ଓ ୩ଟି ବାଇକ୍ ଜବତ ହୋଇଛି। ଚଢ଼ାଉରେ ୧୦ ଜଣ ଡିଏସପି, ୪ ଇନ୍ସପେକ୍ଟରଙ୍କ ସହ ୩୦ ଜଣ କର୍ମଚାରୀ ସାମିଲ ହୋଇଛନ୍ତି। ଭିଜିଲାନ୍ସ ଇତିହାସରେ ରେଡ୍‌ରେ ଜବତ ଟଙ୍କା ଦୀର୍ଘ ୮ ବର୍ଷ ଧରି ଯନ୍ତ୍ରୀ ଗୋଟିଏ କାର୍ୟ୍ୟାଳୟରେ ଚାକିରି କରୁଥିବା ବେଳେ ବହୁ ଦୁର୍ନୀତିରେ ସଂପୃକ୍ତ ଥିବାର ଅଭିଯୋଗ ହୋଇଥିଲା। ଠିକାଦାରଙ୍କ ଦସ୍ତଖତ ଜାଲ କରି ଅନେକ ସମୟରେ ଟଙ୍କା ଉଠାଉଥିବାର ଠିକାଦାର ଅଭିଯୋଗ କରିଥିଲେ। ଏହାସହ ଜିଏସଟି ଠକେଇ ମାମଲାରେ ସଂପୃକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର