ଚଳନ୍ତା ଅଟୋରୁ ମହିଳାଙ୍କୁ ଫିଙ୍ଗି ଫେରାର ଅଭିଯୋଗ ଘଟଣା: ମିଳିଲା ମହିଳାଙ୍କ ପରିଚୟ, ଅଟୋରେ ବାତ ରୋଗର ଶିକାର ହେବାରୁ ଓହ୍ଲାଇ ଦେଇଥିଲେ ଚାଳକ

The Sakala Picture
Published On

ବାରିପଦା: ଚଳନ୍ତା ଅଟୋରୁ ମହିଳାଙ୍କୁ ଫିଙ୍ଗି ଫେରାର ଅଭିଯୋଗ ଘଟଣାରେ ମହିଳାଙ୍କ ପରିଚୟ ମିଳିଛି। ମହିଳାଙ୍କ ଘର ମରୋଡା ଥାନା ଅନ୍ତର୍ଗତ ଛୋଟରାୟପୁର ଅଞ୍ଚଳରେ। ଉକ୍ତ  ମହିଳାଙ୍କ ନାମ  ପ୍ରଭାତି ମହାନ୍ତ । ମହିଳା ଜଣଙ୍କ ବାପଘର ଜାମଶୁଳିରୁ ଶାଶୁଘର ମୋରଡା ଥାନା ଅଞ୍ଚଳକୁ ଯିବା ସମୟରେ ଅଟୋରେ ବାତ ରୋଗର ଶିକାର ହୋଇଥିଲେ। ସେ ନିଶାଶକ୍ତ ଥିବାରୁ ସମ୍ଭବତ ଅଟୋରେ ଥିବା ଲୋକମାନେ ତାଙ୍କୁ ଓହ୍ଲାଇଦେଇ ପଳାଇଥିଲେ। ଯାହାକୁ ସ୍ଥାନୀୟ ଲୋକେ ଫୋପାଡିବା ରୂପ ଦେଇଛନ୍ତି […]

ବାରିପଦା: ଚଳନ୍ତା ଅଟୋରୁ ମହିଳାଙ୍କୁ ଫିଙ୍ଗି ଫେରାର ଅଭିଯୋଗ ଘଟଣାରେ ମହିଳାଙ୍କ ପରିଚୟ ମିଳିଛି। ମହିଳାଙ୍କ ଘର ମରୋଡା ଥାନା ଅନ୍ତର୍ଗତ ଛୋଟରାୟପୁର ଅଞ୍ଚଳରେ। ଉକ୍ତ  ମହିଳାଙ୍କ ନାମ  ପ୍ରଭାତି ମହାନ୍ତ । ମହିଳା ଜଣଙ୍କ ବାପଘର ଜାମଶୁଳିରୁ ଶାଶୁଘର ମୋରଡା ଥାନା ଅଞ୍ଚଳକୁ ଯିବା ସମୟରେ ଅଟୋରେ ବାତ ରୋଗର ଶିକାର ହୋଇଥିଲେ। ସେ ନିଶାଶକ୍ତ ଥିବାରୁ ସମ୍ଭବତ ଅଟୋରେ ଥିବା ଲୋକମାନେ ତାଙ୍କୁ ଓହ୍ଲାଇଦେଇ ପଳାଇଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଯାହାକୁ ସ୍ଥାନୀୟ ଲୋକେ ଫୋପାଡିବା ରୂପ ଦେଇଛନ୍ତି ବୋଲି ଆଇଆଇସି ପ୍ରେମଦା ନାୟକ କହିଛନ୍ତି। ତେବେ ଅଟୋ ଚାଳକ କିମ୍ବା ଅଟୋର କୌଣସି ସୂଚନା ମିଳିନଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ନେଇ ପୁଲିସ ସୂଚନା ଦେଇଛି। ଗତକାଲି ମୋରଡ଼ା-ବାରିପଦା ମୁଖ୍ୟ ରାସ୍ତାରେ ଥିବା ବୁଦୁବୁଦିଆ ଜଙ୍ଗଲରେ ମହିଳାଙ୍କୁ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା। ଗାଈ ଜଗୁଆଳମାନେ ଦେଖି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଲୋକେ। ପୋଲିସ୍ ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଥିଲା।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର