ଶିଶୁ ବିକ୍ରି ଅଭିଯୋଗ: ଉନ୍ନତ ଚିକିତ୍ସା ଯୋଗାଇ ଦେବ କହି ମାସକର ଶିଶୁକୁ ୨ହଜାର ଟଙ୍କାରେ ବିକିଦେଲା ଦଲାଲ

The Sakala Picture
Published On

ବାରିପଦା: ପୁଣି ସାମ୍ନାକୁ ଆସିଲା ଶିଶୁ ବିକ୍ରି ଅଭିଯୋଗ। ମାତ୍ର ୨ ହଜାର ଟଙ୍କାରେ ମାସକର ପୁଅକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୟୁରଭଞ୍ଜ ଝାରପୋଖରିଆ ଥାନା ଶଙ୍ଖାଭଙ୍ଗା ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣାରେ ସମ୍ପୃକ୍ତ ଜଣେ ଓ୍ବେବ ମିଡ଼ିଆ ସାମ୍ବାଦିକଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ଶିଶୁ ବିକିଥିବା ସାମ୍ବାଦିକ ଓ କିଣିଥିବା ଦମ୍ପତ୍ତିଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ୩ଜଣଙ୍କୁ […]

ବାରିପଦା: ପୁଣି ସାମ୍ନାକୁ ଆସିଲା ଶିଶୁ ବିକ୍ରି ଅଭିଯୋଗ। ମାତ୍ର ୨ ହଜାର ଟଙ୍କାରେ ମାସକର ପୁଅକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୟୁରଭଞ୍ଜ ଝାରପୋଖରିଆ ଥାନା ଶଙ୍ଖାଭଙ୍ଗା ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣାରେ ସମ୍ପୃକ୍ତ ଜଣେ ଓ୍ବେବ ମିଡ଼ିଆ ସାମ୍ବାଦିକଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ଶିଶୁ ବିକିଥିବା ସାମ୍ବାଦିକ ଓ କିଣିଥିବା ଦମ୍ପତ୍ତିଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ୩ଜଣଙ୍କୁ ଗିରଫ କରିଛି ଝାରପୋଖରିଆ ପୁଲିସ । ରାଇରଙ୍ଗପୁର ଅଞ୍ଚଳରୁ ଦମ୍ପତ୍ତି ଗିରଫ ହୋଇଥିବା ବେଳେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଏହି ଘଟଣା ନେଇ ଝାରପୋଖରିଆ ପୁଲିସ ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସୂଚନାଯୋଗ୍ୟ, ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ସରଳାତାର ସୁଯୋଗ ନେଇ ତାଙ୍କ ଶିଶୁପୁତ୍ରକୁ ଜୋରଜବରଦସ୍ତ ସାମ୍ବାଦିକ ଜଣଙ୍କ ବିକ୍ରି କରିଥିବା ନେଇ ପ୍ରଥମେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ, ଶଙ୍ଖାଭଙ୍ଗା ଗାଁର ମହିଳା ଜଣକ ତାଙ୍କର ଶିଶୁପୁତ୍ରକୁ ଚିକିତ୍ସା ପାଇଁ ଦୁଇ ଦିନ ତଳେ ଶିର୍ଷା ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରଖାନାରେ ଶିଶୁପୁତ୍ରକୁ ଦେଖାଇ ଫେରୁଥିଲେ ମହିଳା । ଏହି ସମୟରେ ସାମ୍ବାଦିକ ଜଣଙ୍କ ତାଙ୍କୁ ଶିଶୁପୁତ୍ରକୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ନାଁରେ ଅନ୍ୟ ଏକ ମେଡିକାଲକୁ ନେବା ପାଇଁ କହି କୌଶଳକ୍ରମେ ନେଇଯାଇଥିଲେ । ହେଲେ ମହିଳା ଜଣଙ୍କ ପରେ ଯେତେବେଳେ ତାଙ୍କ ପିଲାଟିକୁ ପାଇ ନ ଥିଲେ, ଏନେଇ ଗାଁ ଲୋକଙ୍କୁ କହିଥିଲେ । ଶେଷରେ ସାରସକଣା ଅଞ୍ଚଳରୁ ଅଭିଯୁକ୍ତ ସାମ୍ବାଦିକଙ୍କୁ ଦେଖିବା ପରେ ଗାଁ ଲୋକେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ପଚରାଉଚରା କରିବା ପରେ ଦମ୍ପତ୍ତିଙ୍କୁ ୨ ହଜାର ଟଙ୍କାରେ ବିକ୍ରି କରିଥିବା ଜଣାପଡିଥିଲା । ପୁଲିସ ଅଭିଯୁକ୍ତ ୩ଜଣଙ୍କ ନାଁରେ ଅପହରଣ, ଶିଶୁ ଚାଲାଣ, ହତ୍ୟା ଧମକ ଆଦି ସଙ୍ଗିନ ମାମଲା ରୁଜୁ କରିଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

23 Aug 2021 By The Sakala

ଶିଶୁ ବିକ୍ରି ଅଭିଯୋଗ: ଉନ୍ନତ ଚିକିତ୍ସା ଯୋଗାଇ ଦେବ କହି ମାସକର ଶିଶୁକୁ ୨ହଜାର ଟଙ୍କାରେ ବିକିଦେଲା ଦଲାଲ

ବାରିପଦା: ପୁଣି ସାମ୍ନାକୁ ଆସିଲା ଶିଶୁ ବିକ୍ରି ଅଭିଯୋଗ। ମାତ୍ର ୨ ହଜାର ଟଙ୍କାରେ ମାସକର ପୁଅକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୟୁରଭଞ୍ଜ ଝାରପୋଖରିଆ ଥାନା ଶଙ୍ଖାଭଙ୍ଗା ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣାରେ ସମ୍ପୃକ୍ତ ଜଣେ ଓ୍ବେବ ମିଡ଼ିଆ ସାମ୍ବାଦିକଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ଶିଶୁ ବିକିଥିବା ସାମ୍ବାଦିକ ଓ କିଣିଥିବା ଦମ୍ପତ୍ତିଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ୩ଜଣଙ୍କୁ ଗିରଫ କରିଛି ଝାରପୋଖରିଆ ପୁଲିସ । ରାଇରଙ୍ଗପୁର ଅଞ୍ଚଳରୁ ଦମ୍ପତ୍ତି ଗିରଫ ହୋଇଥିବା ବେଳେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଏହି ଘଟଣା ନେଇ ଝାରପୋଖରିଆ ପୁଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ସରଳାତାର ସୁଯୋଗ ନେଇ ତାଙ୍କ ଶିଶୁପୁତ୍ରକୁ ଜୋରଜବରଦସ୍ତ ସାମ୍ବାଦିକ ଜଣଙ୍କ ବିକ୍ରି କରିଥିବା ନେଇ ପ୍ରଥମେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ, ଶଙ୍ଖାଭଙ୍ଗା ଗାଁର ମହିଳା ଜଣକ ତାଙ୍କର ଶିଶୁପୁତ୍ରକୁ ଚିକିତ୍ସା ପାଇଁ ଦୁଇ ଦିନ ତଳେ ଶିର୍ଷା ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରଖାନାରେ ଶିଶୁପୁତ୍ରକୁ ଦେଖାଇ ଫେରୁଥିଲେ ମହିଳା । ଏହି ସମୟରେ ସାମ୍ବାଦିକ ଜଣଙ୍କ ତାଙ୍କୁ ଶିଶୁପୁତ୍ରକୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ନାଁରେ ଅନ୍ୟ ଏକ ମେଡିକାଲକୁ ନେବା ପାଇଁ କହି କୌଶଳକ୍ରମେ ନେଇଯାଇଥିଲେ । ହେଲେ ମହିଳା ଜଣଙ୍କ ପରେ ଯେତେବେଳେ ତାଙ୍କ ପିଲାଟିକୁ ପାଇ ନ ଥିଲେ, ଏନେଇ ଗାଁ ଲୋକଙ୍କୁ କହିଥିଲେ । ଶେଷରେ ସାରସକଣା ଅଞ୍ଚଳରୁ ଅଭିଯୁକ୍ତ ସାମ୍ବାଦିକଙ୍କୁ ଦେଖିବା ପରେ ଗାଁ ଲୋକେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ପଚରାଉଚରା କରିବା ପରେ ଦମ୍ପତ୍ତିଙ୍କୁ ୨ ହଜାର ଟଙ୍କାରେ ବିକ୍ରି କରିଥିବା ଜଣାପଡିଥିଲା । ପୁଲିସ ଅଭିଯୁକ୍ତ ୩ଜଣଙ୍କ ନାଁରେ ଅପହରଣ, ଶିଶୁ ଚାଲାଣ, ହତ୍ୟା ଧମକ ଆଦି ସଙ୍ଗିନ ମାମଲା ରୁଜୁ କରିଛି ।

https://www.thesakala.in/latest-odisha-news/mayurbhanj/broker-took-the-child-away-from-the-mother-and-sold-it-for-rs-2-thousand/article-4827
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର