କଣ୍ଟେନର ଧକ୍କାରେ ବାଇକ ଚାଳକ ମୃତ, ଅନ୍ୟ ଜଣେ ଗୁରୁତର

The Sakala Picture
Published On

ବିଶୋଇ/ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନ ଖଡମ ବେଡା ପଞ୍ଚାୟତ ୪୯ନଂ ଜାତୀୟ ରାଜପଥର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏକ କଣ୍ଟେନର ଧକ୍କାରେ ଜଣେ ମଟର ସାଇକେଲ ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ବିଶୋଇ ମାଝୀସାହି ର ବାସିନ୍ଦା ଦୁର୍ଗା ମାର୍ଣ୍ଡିଙ୍କ ବଡ଼ପୁଅ ସାଉଁନା ମାର୍ଣ୍ଡି(୨୫)ଓ ସାନପୁଅ ପତନ ମାର୍ଣ୍ଡି(୨୨)ଏକ ମଟର ସାଇକେଲ ଯୋଗେ କିଛି ଚାଉଳ ନେଇ ବାଙ୍ଗରିପୋଷି […]

ବିଶୋଇ/ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନ ଖଡମ ବେଡା ପଞ୍ଚାୟତ ୪୯ନଂ ଜାତୀୟ ରାଜପଥର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏକ କଣ୍ଟେନର ଧକ୍କାରେ ଜଣେ ମଟର ସାଇକେଲ ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ବିଶୋଇ ମାଝୀସାହି ର ବାସିନ୍ଦା ଦୁର୍ଗା ମାର୍ଣ୍ଡିଙ୍କ ବଡ଼ପୁଅ ସାଉଁନା ମାର୍ଣ୍ଡି(୨୫)ଓ ସାନପୁଅ ପତନ ମାର୍ଣ୍ଡି(୨୨)ଏକ ମଟର ସାଇକେଲ ଯୋଗେ କିଛି ଚାଉଳ ନେଇ ବାଙ୍ଗରିପୋଷି ଥାନାଞ୍ଚଳର କୁମ୍ଭୀର ମୁଣ୍ଡି ଗ୍ରାମକୁ ଯାଉଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜାତୀୟ ରାଜପଥ ଖାଲଖମାରେ ଭରପୁର ହୋଉଛି। ବିଶୋଇ ପଟୁ ଯାଉଥିବା ବାଇକ ଆରୋହି ସାଉଁନା ମାର୍ଣ୍ଡି ଓ ତାଙ୍କ ଭାଇ ପତନ ମାର୍ଣ୍ଡି ଙ୍କୁ ପଛ ପଟୁ ଦ୍ରୁତଗାମୀ ରେ ଆସୁଥିବା ଏକ ଅଜଣା କଣ୍ଟେନର ପଛପଟୁ ଜୋରରେ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହି ସାଉଁନା ମାର୍ଣ୍ଡିଙ୍କ ମୃତ୍ୟୁ ହୋଇଥିବା ବେଳେ ପତନ ମାର୍ଣ୍ଡି ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଘଟାଇ ଟ୍ରକଟି ବାଙ୍ଗରିପୋଷି ଆଡକୁ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକେ ଏହି ଦୁର୍ଘଟଣା ସମ୍ପର୍କରେ ବିଶୋଇ ଥାନାକୁ ତୁରନ୍ତ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ଖବର ପାଇ ଏଏସଆଇ ବିନାୟକ ବେହେରା,ନିରଞ୍ଜନ ସୋରେନ ସଦଲବଳେ ଘଟଣା ସ୍ଥଳକୁ ପହଞ୍ଚି ଗୁରୁତର ସାଉଁନା ଓ ପତନ ମାର୍ଣ୍ଡି ଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟକୁ ପଠାଇ ଥିଲେ।ସେଠାରେ ଡାକ୍ତର ସାଉଁନା ମାର୍ଣ୍ଡି ଙ୍କୁ ମୃତ ଘୋଷଣା କରିଥିଲେ। ଉଲ୍ଲେଖନୀୟ ଯେ ଜସିପୁର-ଦେଓପଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଧୀର ମନ୍ଥର ଗତିରେ ଚାଲିଥିଲେ ମଧ୍ୟ କାଦପାଣି ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ନିକଟରୁ ଖଡମବେଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୁରୁଣା ରାସ୍ତାକୁ ଏ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇନାହିଁ। ତେଣୁ ଏହି ୧ କିମି ମାର୍ଗ ଏବେ ମରଣଯନ୍ତା ରେ ପରିଣତ ହୋଇଛି ଏଠାରେ ବାରମ୍ବାର ଦୁର୍ଘଟଣା ଯୋଗୁଁ ବହୁ ଧନ ଜୀବନ ହାନି ହୋଉଛି।ଜାତୀୟ ରାଜପଥ କତ୍ତୃପକ୍ଷ ପୁରୁଣା ରାସ୍ତାର ମରାମତି କିମ୍ବା ସମ୍ପ୍ରସାରଣ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାପାଇଁ ଜନ ସାଧାରଣ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

26 Jul 2021 By The Sakala

କଣ୍ଟେନର ଧକ୍କାରେ ବାଇକ ଚାଳକ ମୃତ, ଅନ୍ୟ ଜଣେ ଗୁରୁତର

ବିଶୋଇ/ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନ ଖଡମ ବେଡା ପଞ୍ଚାୟତ ୪୯ନଂ ଜାତୀୟ ରାଜପଥର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏକ କଣ୍ଟେନର ଧକ୍କାରେ ଜଣେ ମଟର ସାଇକେଲ ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ବିଶୋଇ ମାଝୀସାହି ର ବାସିନ୍ଦା ଦୁର୍ଗା ମାର୍ଣ୍ଡିଙ୍କ ବଡ଼ପୁଅ ସାଉଁନା ମାର୍ଣ୍ଡି(୨୫)ଓ ସାନପୁଅ ପତନ ମାର୍ଣ୍ଡି(୨୨)ଏକ ମଟର ସାଇକେଲ ଯୋଗେ କିଛି ଚାଉଳ ନେଇ ବାଙ୍ଗରିପୋଷି ଥାନାଞ୍ଚଳର କୁମ୍ଭୀର ମୁଣ୍ଡି ଗ୍ରାମକୁ ଯାଉଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜାତୀୟ ରାଜପଥ ଖାଲଖମାରେ ଭରପୁର ହୋଉଛି। ବିଶୋଇ ପଟୁ ଯାଉଥିବା ବାଇକ ଆରୋହି ସାଉଁନା ମାର୍ଣ୍ଡି ଓ ତାଙ୍କ ଭାଇ ପତନ ମାର୍ଣ୍ଡି ଙ୍କୁ ପଛ ପଟୁ ଦ୍ରୁତଗାମୀ ରେ ଆସୁଥିବା ଏକ ଅଜଣା କଣ୍ଟେନର ପଛପଟୁ ଜୋରରେ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହି ସାଉଁନା ମାର୍ଣ୍ଡିଙ୍କ ମୃତ୍ୟୁ ହୋଇଥିବା ବେଳେ ପତନ ମାର୍ଣ୍ଡି ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଘଟାଇ ଟ୍ରକଟି ବାଙ୍ଗରିପୋଷି ଆଡକୁ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକେ ଏହି ଦୁର୍ଘଟଣା ସମ୍ପର୍କରେ ବିଶୋଇ ଥାନାକୁ ତୁରନ୍ତ ଖବର ଦେଇଥିଲେ।

ଖବର ପାଇ ଏଏସଆଇ ବିନାୟକ ବେହେରା,ନିରଞ୍ଜନ ସୋରେନ ସଦଲବଳେ ଘଟଣା ସ୍ଥଳକୁ ପହଞ୍ଚି ଗୁରୁତର ସାଉଁନା ଓ ପତନ ମାର୍ଣ୍ଡି ଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟକୁ ପଠାଇ ଥିଲେ।ସେଠାରେ ଡାକ୍ତର ସାଉଁନା ମାର୍ଣ୍ଡି ଙ୍କୁ ମୃତ ଘୋଷଣା କରିଥିଲେ। ଉଲ୍ଲେଖନୀୟ ଯେ ଜସିପୁର-ଦେଓପଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଧୀର ମନ୍ଥର ଗତିରେ ଚାଲିଥିଲେ ମଧ୍ୟ କାଦପାଣି ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ନିକଟରୁ ଖଡମବେଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୁରୁଣା ରାସ୍ତାକୁ ଏ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇନାହିଁ। ତେଣୁ ଏହି ୧ କିମି ମାର୍ଗ ଏବେ ମରଣଯନ୍ତା ରେ ପରିଣତ ହୋଇଛି ଏଠାରେ ବାରମ୍ବାର ଦୁର୍ଘଟଣା ଯୋଗୁଁ ବହୁ ଧନ ଜୀବନ ହାନି ହୋଉଛି।ଜାତୀୟ ରାଜପଥ କତ୍ତୃପକ୍ଷ ପୁରୁଣା ରାସ୍ତାର ମରାମତି କିମ୍ବା ସମ୍ପ୍ରସାରଣ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାପାଇଁ ଜନ ସାଧାରଣ ଦାବି କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର