ବଡଭଉଣୀ ସହିତ କଳି ଲାଗି ସାନଭଉଣୀର ଆତ୍ମହତ୍ୟା !

The Sakala Picture
Published On

କରଞ୍ଜିଆ:  ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଦରି ଗ୍ରାମରେ ଏକ ଆଦିବାସୀ ପରିବାରରେ ଦୁଇ ଭଉଣୀ କଳି କଜିଆ କରି ଶେଷରେ ସାନଭଉଣୀ ଆତ୍ମହତ୍ୟା କରିଥିବା ଘଟଣା ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ଗତକାଲି ଦରି ଗ୍ରାମର ଧୁମଲ ପୂର୍ତ୍ତିଙ୍କ ପରିବାର ଘରେ ନ ଥିବାରୁ ତାଙ୍କ ଦୁଇ ଝିଅ କେବଳ ଘରେ ଥିଲେ। ସାନ ଝିଅ ସିଲାବତୀ ପୂର୍ତ୍ତି (୧୩) କୌଣସି କାରଣ ନଥାଇ ବଡଭଉଣୀ ସହିତ କଳି ଲାଗିଥିଲା । ବଡ ଭଉଣୀର […]

କରଞ୍ଜିଆ:  ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଦରି ଗ୍ରାମରେ ଏକ ଆଦିବାସୀ ପରିବାରରେ ଦୁଇ ଭଉଣୀ କଳି କଜିଆ କରି ଶେଷରେ ସାନଭଉଣୀ ଆତ୍ମହତ୍ୟା କରିଥିବା ଘଟଣା ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ଗତକାଲି ଦରି ଗ୍ରାମର ଧୁମଲ ପୂର୍ତ୍ତିଙ୍କ ପରିବାର ଘରେ ନ ଥିବାରୁ ତାଙ୍କ ଦୁଇ ଝିଅ କେବଳ ଘରେ ଥିଲେ। ସାନ ଝିଅ ସିଲାବତୀ ପୂର୍ତ୍ତି (୧୩) କୌଣସି କାରଣ ନଥାଇ ବଡଭଉଣୀ ସହିତ କଳି ଲାଗିଥିଲା । ବଡ ଭଉଣୀର କଥା ସହି ନ ପାରି ସାନଭଉଣୀ ଘରେ ଥିବା କୀଟନାଶକ ବିଷ ଖାଇ ଦେଇଥିଲା । ଫଳରେ ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ପରିବାର ଲୋକ ପହଞ୍ଚି କରଞ୍ଜିଆ ଡାକ୍ତରଖାନା ଆଣିଥିଲେ। ରାତିରେ ସିଲାବତୀର ମୃତ୍ୟୁ ଘଟିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ସିଲାବତୀର ଶବ ବ୍ୟବଛେଦ କରିଛି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର