ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରକ; ଡ୍ରାଇଭର ମୃତ, ହେଲ୍ପର ଗୁରୁତର

The Sakala Picture
Published On

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟି ତଳକୁ ଟ୍ରକ ଖସି ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଖଲାସୀ ଗୁରୁତର ଆହତ ହୋଇଛନ୍ତି । ଶନିବାର ଭୋର ସମୟରେ ୪୯ନଂ ଜାତୀୟ ରାଜପଥର ଏହି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏକ ଟ୍ରକ ଘାଟି ତଳକୁ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ସେଠାରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲ୍ପର […]

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟି ତଳକୁ ଟ୍ରକ ଖସି ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଖଲାସୀ ଗୁରୁତର ଆହତ ହୋଇଛନ୍ତି । ଶନିବାର ଭୋର ସମୟରେ ୪୯ନଂ ଜାତୀୟ ରାଜପଥର ଏହି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏକ ଟ୍ରକ ଘାଟି ତଳକୁ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ସେଠାରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ଜଣକ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଘର ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳରେ ବୋଲି ଜଣାପଡିଛି । ମୃତ ଟ୍ରକ ଚାଳକ ହେଲେ ଶ୍ୟାମସୁଦ୍ଦିନ ଖାନ(୪୫) ଓ ଆହତ ହୋଇଥିବା ହେଲ୍ପର ବଙ୍କିମ ହେମ୍ବ୍ରମ(୨୮) । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

05 Aug 2023 By The Sakala

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରକ; ଡ୍ରାଇଭର ମୃତ, ହେଲ୍ପର ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟି ତଳକୁ ଟ୍ରକ ଖସି ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଖଲାସୀ ଗୁରୁତର ଆହତ ହୋଇଛନ୍ତି । ଶନିବାର ଭୋର ସମୟରେ ୪୯ନଂ ଜାତୀୟ ରାଜପଥର ଏହି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏକ ଟ୍ରକ ଘାଟି ତଳକୁ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ସେଠାରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ଜଣକ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଘର ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳରେ ବୋଲି ଜଣାପଡିଛି । ମୃତ ଟ୍ରକ ଚାଳକ ହେଲେ ଶ୍ୟାମସୁଦ୍ଦିନ ଖାନ(୪୫) ଓ ଆହତ ହୋଇଥିବା ହେଲ୍ପର ବଙ୍କିମ ହେମ୍ବ୍ରମ(୨୮) । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ତଦନ୍ତ ଚଳାଇଛି ।

https://www.thesakala.in/latest-odisha-news/mayurbhanj/a-truck-falls-from-duarasuni-ghati-driver-died/article-24145
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର