ଶିମିଳିପାଳ ସୁରକ୍ଷା ପାଇଁ ଯୁଗ୍ମ ଟାସ୍କ ଫୋର୍ସ ଗଠିତ

The Sakala Picture
Published On

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବନ ଓ ପୁଲିସ ବିଭାଗକୁ ନେଇ ଯୁଗ୍ମ ବା ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ) ଗଠନ କରାଯାଇଛି । ଏନେଇ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆରସିସିଏଫ) ଟାସ୍କ ଫୋର୍ସର ଅଧ୍ୟକ୍ଷ ରହିବେ । ଅଭୟାରଣ୍ୟ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ଦୁଇ ବନକର୍ମଚାରୀଙ୍କୁ ଶିକାରୀମାନେ […]

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବନ ଓ ପୁଲିସ ବିଭାଗକୁ ନେଇ ଯୁଗ୍ମ ବା ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ) ଗଠନ କରାଯାଇଛି । ଏନେଇ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆରସିସିଏଫ) ଟାସ୍କ ଫୋର୍ସର ଅଧ୍ୟକ୍ଷ ରହିବେ । ଅଭୟାରଣ୍ୟ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ଦୁଇ ବନକର୍ମଚାରୀଙ୍କୁ ଶିକାରୀମାନେ ଗୁଳି କରି ହତ୍ୟା କରିବା ପରେ ସରକାର ବଡ଼ପଦକ୍ଷେପ ଗ୍ରହଣ କରିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଶିମିଳିପାଳ ଅଭୟାରଣ୍ୟରୁ ମହାବଳ ବାଘ, କଲରାପତରିଆ ବାଘ ଓ ହାତୀ ଶିକାର ଘଟଣା ବର୍ଷ ତମାମ ଲାଗି ରହିଛି । ବିଲୁପ୍ତପ୍ରାୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ଯୋଗାଇବାରେ ବନବିଭାଗ ଅସଫଳ ରହିଥିବା ବେଳେ ଶିକାରୀଙ୍କ ଅନୁପ୍ରବେଶକୁ ରୋକିବାରେ ସକ୍ଷମ ହୋଇପାରିନଥିଲା । ନିକଟରେ ପିସିସିଏଫ ଶିମିଳିପାଳ ଗସ୍ତରେ ଆସି ଟାସ୍କଫୋର୍ସ ଗଠନ ସମ୍ପର୍କରେ ସୂଚନା ଦେବା ସହିତ ରୂପରେଖ ପ୍ରସ୍ତୁତ କରି ଫେରିଥିଲେ । ତଦନୁଯାୟୀ ଶିମିଳିପାଳ ସୁରକ୍ଷାକୁ କଡାକଡି କରାଯିବା ନେଇ ଯୁଗ୍ମ ଟାସ୍କ ଫୋର୍ସ ଗଠନ କରାଯାଇଛି । ଅଧ୍ୟକ୍ଷଙ୍କ ବ୍ୟତୀତ ମୟୂରଭଞ୍ଜର ଅତିରିକ୍ତ ଏସପି କିମ୍ବା ଡିଏସପି ର‌୍ୟାଙ୍କର ପୁଲିସ ଅଧିକାରୀ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପ ନିର୍ଦ୍ଦେଶକ, ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କ ସମେତ ଶିମିଳିପାଳ ଦକ୍ଷିଣ ବନଖଣ୍ଡର ଅତିରିକ୍ତ ବନ ସଂରକ୍ଷକ ଏଥିରେ ପ୍ରମୁଖ ସଦସ୍ୟ ରହିଛନ୍ତି । ଏଥିରେ ୩ ରେଞ୍ଜ ଅଫିସର, ୬ଫରେଷ୍ଟରଙ୍କ ସହ ୮୧ଜଣ ଫରେଷ୍ଟ ଗାର୍ଡକୁ ସାମିଲ କରାଯାଇଛି । ଏହା ସହିତ ୧୦୦ ସଶସ୍ତ୍ର ପୁଲିସ କନେଷ୍ଟବଳକୁ ନିୟୋଜିତ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ଆରସିସିଏଫ) ପ୍ରକାଶ ଚାନ୍ଦ ଗୋଗେନାନୀଙ୍କ ଠାରୁ ଜଣାପଡିଛି ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର